ଏହି ଦୁଇଟି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ; ଆଜି ଲାଗିବ ମୋହର! ୫ ସରକାରୀ ବ୍ୟାଙ୍କ ଲିଷ୍ଟରେ....

Bank Privatisation: ବୁଧବାର (୧୪ ଏପ୍ରିଲ) ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ବ୍ୟାଙ୍କ ଘରୋଇକରଣର ପ୍ରଥମ ପ୍ରକ୍ରିୟା ପାଇଁ ସରକାର ଅତି କମରେ ଦୁଇଟି ସରକାରୀ ବ୍ୟାଙ୍କ (PSB) ଉପରେ ନିଷ୍ପତ୍ତି ନେଇପାରନ୍ତି ।

ଏହି ବ୍ୟାଙ୍କ ସେଭିଂ ଆକାଉଣ୍ଟରେ ସୁଧ ହାର ବୃଦ୍ଧି କଲା

ଏହି ବ୍ୟାଙ୍କ ସେଭିଂ ଆକାଉଣ୍ଟରେ ସୁଧ ହାର ବୃଦ୍ଧି କଲା

  • Share this:
News18 Odia Digital
ନୂଆ ଦିଲ୍ଲୀ: ଆଜି ଅର୍ଥାତ୍ ବୁଧବାର (୧୪ ଏପ୍ରିଲ) ବ୍ୟାଙ୍କିଙ୍ଗ୍ କ୍ଷେତ୍ର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ବ୍ୟାଙ୍କ ଘରୋଇକରଣର ପ୍ରଥମ ପ୍ରକ୍ରିୟା ପାଇଁ ସରକାର ଅତି କମରେ ଦୁଇଟି ସରକାରୀ ବ୍ୟାଙ୍କ (PSB) ଉପରେ ନିଷ୍ପତ୍ତି ନେଇପାରନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘରୋଇକରଣ ପାଇଁ ସମ୍ଭାବ୍ୟ ବ୍ୟାଙ୍କଗୁଡିକର ନାମ ଚୂଡ଼ାନ୍ତ ରୂପେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ତଥା ଅର୍ଥନୈତିକ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହେବ । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଏହି ବ୍ୟାଙ୍କଗୁଡିକ ଘରୋଇକରଣ ଲିଷ୍ଟରେ ସାମିଲ ରହିଛି
ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ ନୀତି ଆୟୋଗ ୪ ରୁ ୫ ଟି ବ୍ୟାଙ୍କର ନାମ ପରାମର୍ଶ ଦେଇଛନ୍ତି ଓ ଏହି ବୈଠକରେ ଯେକୌଣସି ଦୁଇଟି ନାମ ସ୍ଥିର ହେବ ବୋଲି ବିଶ୍ୱାସ କରାଯାଏ । ଘରୋଇକରଣ ତାଲିକାରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (bank of maharashtra), ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (Indian overseas bank), ବ୍ୟାଙ୍କ ଅଫ୍ ଇଣ୍ଡିଆ (Bank of India), ସେଣ୍ଟ୍ରାଲ ବ୍ୟାଙ୍କ (Central Bank) ନାମ ଉଲ୍ଲେଖ କରାଯାଇଛି । ଘରୋଇକରଣର ପ୍ରଥମ ପର୍ଯ୍ୟାୟରେ ସରକାର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ନାମରେ ଏକ ବଡ ମୋହର ଲଗାଇପାରନ୍ତି । ମଙ୍ଗଳବାର ଦିନ ଏହି ବ୍ୟାଙ୍କଗୁଡିକର ଷ୍ଟକକୁ ଏକ ଝଟକା ଲାଗିଛି । BSE ରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସେୟାର ମଙ୍ଗଳବାର ଦିନ ୧୫.୬ ପ୍ରତିଶତ ବୃଦ୍ଧି ପାଇଛି ।

ନୀତି ଆୟୋଗ ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟତୀତ ନିକଟ ଅତୀତରେ ଏକତ୍ରିତ ହୋଇଥିବା ବ୍ୟାଙ୍କଗୁଡିକ ଘରୋଇକରଣ ହେବ ନାହିଁ । ବର୍ତ୍ତମାନ ଦେଶରେ ୧୨ ଟି ସରକାରୀ ବ୍ୟାଙ୍କ ଅଛି । ଏସବିଆଇ ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ଏହି ରିପୋର୍ଟ ଆଧାରରେ ଘରୋଇକରଣ ତାଲିକାରେ ନାହାଁନ୍ତି ।

ବଜେଟରେ ଘରୋଇକରଣ ପାଇଁ ଘୋଷଣା କରାଯାଇଥିଲା
ସରକାର ବଜେଟ ସମୟରେ ବ୍ୟାଙ୍କଗୁଡିକର ଘରୋଇକରଣ ଘୋଷଣା କରିଥିଲେ । ଆସନ୍ତା ଆର୍ଥିକ ବର୍ଷରେ ଦୁଇଟି ବ୍ୟାଙ୍କର ଘରୋଇକରଣ ପାଇଁ ଏକ ପ୍ରସ୍ତୁତି ଚାଲିଛି । ଘରୋଇକରଣ ତାଲିକାରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ନାମ ଉପରେ ଆଲୋଚନା ହୋଇଛି । ଘରୋଇକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ଚୂଡାନ୍ତ ହୋଇନାହିଁ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ୨୦୨୧-୨୨ ର ବଜେଟ୍ ଉପସ୍ଥାପନ କରୁଥିବାବେଳେ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଓ ଏକ ସାଧାରଣ ବୀମା କମ୍ପାନୀ ଘରୋଇକରଣ ପାଇଁ ପ୍ରସ୍ତାବ ଦେଇଥିଲେ ।
Published by:Jagdish Barik
First published: