Bank of Indiaକୁ ମିଳିଲା ଡ଼ଃ. ଆମ୍ବେଦକର ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ

'ଅନୁସୂଚିତ ଜାତି ଉଦ୍ୟୋଗୀଙ୍କୁ ସହାୟତା କରିବା ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଋଣଦାତା' ବର୍ଗରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟାଙ୍କକୁ ଡ଼ଃ. ଆମ୍ବେଦକର ବ୍ୟବସାୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି।

Bank of Indiaକୁ ମିଳିଲା ଡ଼ଃ. ଆମ୍ବେଦକର ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ

Bank of Indiaକୁ ମିଳିଲା ଡ଼ଃ. ଆମ୍ବେଦକର ବିଜନେସ୍ ଏକ୍ସିଲେନ୍ସ ଆୱାର୍ଡ

  • Share this:
News18 Odia Digital

ମୁମ୍ବାଇ: ଅନୁସୂଚିତ ଜାତିର ନୂଆ ଉଦ୍ୟୋଗୀଙ୍କୁ ଋଣ ଦେବାରେ ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ଆଗରେ ରହିଛି। ଏହି ସମ୍ପ୍ରଦାୟର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ତଥା ଆର୍ଥିକ ସଶକ୍ତିକରଣରେ ଅଂଶଗ୍ରହଣ କରିଥିବାରୁ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ପୁରସ୍କୃତ କରାଯାଇଛି।

'ଅନୁସୂଚିତ ଜାତି ଉଦ୍ୟୋଗୀଙ୍କୁ ସହାୟତା କରିବା ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଋଣଦାତା' ବର୍ଗରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟାଙ୍କକୁ ଡ଼ଃ. ଆମ୍ବେଦକର ବ୍ୟବସାୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି।

PSU ବ୍ୟାଙ୍କଗୁଡିକରେ ସର୍ବୋତ୍ତମ ପ୍ରଦର୍ଶନ

ସମଗ୍ର ଦେଶରେ ଅନୁସୂଚିତ ଜାତିର ନୂଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ମହତ୍ବପୂର୍ଣ ଅବଦାନ ରଖିଛି। ଏସସି ଉଦ୍ୟୋଗୀମାନଙ୍କୁ ସର୍ବାଧିକ ଋଣ ଦେବା ପରିପ୍ରେକ୍ଷୀରେ ସମସ୍ତ ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରଦର୍ଶନ ସର୍ବୋତ୍ତମ ହୋଇଛି।

ବ୍ୟାଙ୍କକୁ ଏହି ସମ୍ମାନଜନକ ପୁରସ୍କାର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ପ୍ରଦାନ କରିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବା ପରେ ବ୍ୟାଙ୍କ ଏହାର ପ୍ରତିକ୍ରିୟାରେ କହିଛି ଯେ ଭବିଷ୍ୟତରେ ମଧ୍ୟ ସକ୍ରିୟ ଭାବରେ ଅର୍ଥ ପ୍ରଦାନ କରି ଏହି ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିବଦ୍ଧତା ଜାରି ରଖିବ।

ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ। ଏହାର ମୋଟ ୪,୨୯୩ଟି ଶାଖା ସହିତ ୨୯ଟି ବିଦେଶୀ ଶାଖା ଅଛି। ଏହି ଶାଖାଗୁଡ଼ିକ ୫୦ଟି ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ନିୟନ୍ତ୍ରିତ। ମୁମ୍ବାଇ, ଅହମ୍ମଦାବାଦ ଓ ପୁଣେରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ବାଧିକ ଶାଖା ଅଛି।
Published by:Lipina Das
First published: