ଏହି ସରକାରୀ ବ୍ୟାଙ୍କ କଲା ଆଲର୍ଟ! ୨୧ ଏପ୍ରିଲରୁ ବନ୍ଦ ରହିବ ଏହି ସେବା; ଜାଣନ୍ତୁ କ'ଣ କହିଲା ବ୍ୟାଙ୍କ

Bank of India customer's Alert: ଯଦି ଆପଣ ବ୍ୟାଙ୍କ ଅଫ୍ ଇଣ୍ଡିଆର (Bank of India) ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ୨୧ ଏପ୍ରିଲ ୨୦୨୧ ପୂର୍ବରୁ କାର୍ଡ ସିଲ୍ଡ ଆବେଦନ (Card Shield Application) ଅପଡେଟ୍ କରିବାକୁ ବ୍ୟାଙ୍କ ଗ୍ରାହକଙ୍କୁ ନିବେଦନ କରିଛି ।

ଏହି ସରକାରୀ ବ୍ୟାଙ୍କ କଲା ଆଲର୍ଟ! ୨୧ ଏପ୍ରିଲରୁ ବନ୍ଦ ରହିବ ଏହି ସେବା; ଜାଣନ୍ତୁ କ'ଣ କହିଲା ବ୍ୟାଙ୍କ
୨୧ ଏପ୍ରିଲରୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ବନ୍ଦ ରହିବ ଏହି ସେବା
  • News18 Odia
  • Last Updated: March 20, 2021, 3:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ । ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ୨୧ ଏପ୍ରିଲ ୨୦୨୧ ପୂର୍ବରୁ କାର୍ଡ ସିଲ୍ଡ ଆବେଦନ ଅପଡେଟ୍ କରିବାକୁ ବ୍ୟାଙ୍କ ଗ୍ରାହକଙ୍କୁ ନିବେଦନ କରିଛି । ଯଦି ଗ୍ରାହକ ଏହା କରନ୍ତି ନାହିଁ ତେବେ ଆଗାମୀ ଦିନରେ ମାର୍ଚ୍ଚ ୨୨ ରୁ କାର୍ଡ କାମ କରିବ ନାହିଁ । ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହାର ସୂଚନା ଦିଆଯାଇଛି ।

ଜାଣନ୍ତୁ କ'ଣ କହିଲା BOI?
ବ୍ୟାଙ୍କ ଅନୁଯାୟୀ ବ୍ୟାଙ୍କର ଗ୍ରାହକମାନେ ଡେବିଟ୍ କାର୍ଡ ଉପରେ ମନିଟରିଂ ଓ ନିୟନ୍ତ୍ରଣର ସୁବିଧା ପାଇଥାନ୍ତି । ବ୍ୟାଙ୍କ ବର୍ତ୍ତମାନ ଏହି ସେବାକୁ BOI ମୋବାଇଲ୍ ଆପ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସହିତ ଏକୀଭୂତ କରିଛି । ତେଣୁ ଗ୍ରାହକମାନେ ବର୍ତ୍ତମାନ ବ୍ୟାଙ୍କର ମୋବାଇଲ୍ ଆପ୍ ବ୍ୟବହାର କରିବା ଉଚିତ୍ ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ଟ୍ୱିଟ୍ କରି କହିଛି ଯେ ଡେବିଟ୍ କାର୍ଡ ପାଇଁ କାର୍ଡ ସିଲ୍ଡ ଆବେଦନ ବନ୍ଦ ହେବାର ସୂଚନା! ନିମ୍ନରେ BOI ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଡାଉନଲୋଡ୍ କରିବାକୁ ଲିଙ୍କ୍:
ପ୍ଲେ ଷ୍ଟୋର: http://bit.ly/BO
ଆପଷ୍ଟୋର: http://bit.ly/BOIMB



ଜାଣନ୍ତୁ BOI ର କାର୍ଡ ସିଲ୍ଡର ସୁବିଧା
କାର୍ଡ ସିଲ୍ଡ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କ କାର୍ଡକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସକ୍ଷମ ଅଟନ୍ତି । ଡେବିଟ୍ କାର୍ଡକୁ କେବେ, କେଉଁଠାରେ, କିପରି ଓ କେତେ ବ୍ୟବହାର କରାଯିବ ତାହା ଉପଭୋକ୍ତାମାନଙ୍କୁ ସଚେତନ କରେ । ଯଦି କୌଣସି ଗ୍ରାହକଙ୍କ କାର୍ଡ ଭୁଲ୍ ହୋଇଯାଏ ତେବେ ଏହି ବ୍ୟାଙ୍କର ଆପ୍ ସାହାଯ୍ୟରେ କାର୍ଡ ବନ୍ଦ ହୋଇପାରିବ ।ଗ୍ରାହକମାନେ ଅନଲାଇନ୍ ଟ୍ରାନ୍ଜେକ୍ସନ ଉପରେ ନୋଟିଫିକେଶନ ପାଇପରିବେ । ଏହି କାର୍ଡର ସୀମା ମଧ୍ୟ ସ୍ଥିର କରାଯାଇପାରିବ । କାର୍ଡ ସିଲ୍ଡରେ Transactions Near You ସୁବିଧା ମିଳିଥାଏ ।
Published by: Jagdish Barik
First published: March 20, 2021, 3:21 PM IST