News18 Odia Digital
ଯଦି ଜଣେ ବ୍ୟକ୍ତିର ବୁଦ୍ଧି ଓ ସାହସ ଥାଏ, ତେବେ ସେ ସହଜରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନିକଟରେ ରାଜସ୍ଥାନର ସୀମାନ୍ତ ଜିଲ୍ଲାରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଲେଡି ବ୍ୟାଙ୍କ ମ୍ୟାନେଜରଙ୍କ ସାହାସିକତା ଯୋଗୁଁ ୩୦ଲକ୍ଷ ଟଙ୍କା ଚୋରି ହେବାରୁ ରକ୍ଷା ପାରିଛି।
ସୋମବାର ବିଳମ୍ବିତ ରାତିରେ ଜବାହର ନଗର ପୋଲିସ ଷ୍ଟେସନ ପରିସରରେ ଥିବା ରାଜସ୍ଥାନ ମାରୁଧର ଗ୍ରାମୀଣ ବ୍ୟାଙ୍କରେ ଜଣେ ଦୁବୃର୍ତ୍ତ ବ୍ୟାଙ୍କକୁ ଲୁଟିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ବ୍ୟାଙ୍କ ମ୍ୟାନେଜର ପୁଣମ୍ ଗୁପ୍ତା ଏହା ହେବାକୁ ଦେଇନଥିଲ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ମହିଳା କର୍ମଚାରୀ ବ୍ୟାଙ୍କ ଡକାୟତି ରୋକିବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା କ୍ଲିପ୍ରେ ଏହା ଦେଖିବାକୁ ମିଳୁଛି ଯେ ବ୍ୟାଙ୍କ ମ୍ୟାନେଜର ଏକ ପ୍ଲାସ୍ ନେଇ ଡକାୟତ ସହ ମୁକାବିଲା କରୁଛନ୍ତି। ଭିଡିଓରେ ଦେଖାଯାଇଥିବା ମହିଳା ଜଣକ ଜଣେ ବ୍ୟାଙ୍କ ଶାଖା ପରିଚାଳକ ଥିଲେ। ପୋଲିସର ସୂଚନାନୁସାରେ, ମାସ୍କ ପିନ୍ଧିଥିବା ଆକ୍ରମଣକାରୀ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଅଂଶ ବୋଲି କହିଥିଲେ।
ଗୋଟିଏ କ୍ଲିପରେ ଡକାୟତ ବ୍ୟାଙ୍କ ଶାଖାରେ ପ୍ରବେଶ କରିବା ପୂର୍ବରୁ ଏକ ବ୍ୟାଗ ନେଇଥିବାର ନଜର ଆସିଛନ୍ତି। ସେ ବ୍ୟାଗକୁ ପ୍ରବେଶ ପଥରେ ଛାଡି ଛୁରୀ ସାହାଯ୍ୟରେ ବ୍ୟାଙ୍କ ଭିତରକୁ ପ୍ରବେଶ କରୁଛନ୍ତି। ଦ୍ୱିତୀୟ କ୍ଲିପ୍ରେ ବ୍ୟାଙ୍କ ଭିତରୁ ଜଣେ ବ୍ୟକ୍ତି ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଜୋରରେ ଶବ୍ଦ ଶୁଣିବା ପରେ ବ୍ୟାଙ୍କ ମ୍ୟାନେଜର ଗୁପ୍ତା ତାଙ୍କ କ୍ୟାବିନରୁ ବାହାରି ଆକ୍ରମଣକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ମୁଖା ପିନ୍ଧିଥିବା ବ୍ୟକ୍ତି ଟଙ୍କା ମାଗିଥିଲେ। ସେ ଜଣେ କର୍ମଚାରୀଙ୍କୁ ଅନ୍ୟ ଏକ ବ୍ୟାଗକୁ ନଗଦ ଭରିବାକୁ ବାଧ୍ୟ କରୁଥିଲେ। ଏହି ସମୟରେ ତାଙ୍କ ପକେଟରୁ ପ୍ଲାସ୍ ଖସି ପଡୁଛି ।
ଏହି ଅବସରରେ ବ୍ୟାଙ୍କ ମ୍ୟାନେଜର ପ୍ଲାସ ଉଠାଇ ନେଇଛନ୍ତି ଓ ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ପଳାଇବାକୁ ବାଧ୍ୟ କରୁଛନ୍ତି। ଯାହା ପରେ ବ୍ୟାଙ୍କର କବାଟ ବନ୍ଦ କରିଦିଆଯାଇଛି। ଅଭିଯୁକ୍ତ ଶ୍ରୀଗଙ୍ଗନଗରର ଦାୱଡା କଲୋନୀର ବାସିନ୍ଦା ଓ ତାଙ୍କୁ ଜବାହର ନଗର ପୋଲିସ ଷ୍ଟେସନର ଅଧିକାରୀମାନେ ପଚରାଉଚରା କରୁଛନ୍ତି। ବ୍ୟାଙ୍କ ମ୍ୟାନେଜମେଣ୍ଟ ମଧ୍ୟ ପୋଲିସକୁ ଏକ ରିପୋର୍ଟ ଦେଇଛି। ଅପରାଧର ଅତୀତକୁ ପୋଲିସ ଯାଞ୍ଚ କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।