ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Bank Holidays in October 2021: ଜାଣନ୍ତୁ କେଉଁ କେଉଁ ଦିନ କେଉଁ କେଉଁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

Bank Holidays in October 2021: ଜାଣନ୍ତୁ କେଉଁ କେଉଁ ଦିନ କେଉଁ କେଉଁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

ଚଳିତ ବର୍ଷ ଅକ୍ଟୋବର ମାସରେ ବ୍ୟାଙ୍କଗୁଡ଼ିକୁ ଦିଆଯିବାକୁ ଥିବା ଛୁଟିଦିନର ଏକ ତାଲିକା ଏଠାରେ ଅଛି ଯାହା ଦ୍ବାରା ଆପଣ ଅସୁବିଧାରୁ ରକ୍ଷା ପାଇପାରିବେ।

Bank Holidays in October 2021: ଜାଣନ୍ତୁ କେଉଁ କେଉଁ ଦିନ କେଉଁ କେଉଁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ
ଜାଣନ୍ତୁ କେଉଁ କେଉଁ ଦିନ କେଉଁ କେଉଁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ
  • News18 Odia
  • Last Updated: October 13, 2021, 1:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏହି ସମୟ ମଧ୍ୟରେ, ଭାରତର ବ୍ୟାଙ୍କଗୁଡ଼ିକ ଆଜିଠାରୁ ୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୧୩ ଦିନ ହେଉଛି ବ୍ୟାଙ୍କ ଛୁଟି । ଏଥିରେ ଦ୍ୱିତୀୟ, ଚତୁର୍ଥ ଶନିବାର ଓ ରବିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ । ସାପ୍ତାହିକ ଛୁଟି ବ୍ୟତୀତ ସମସ୍ତ ରାଜ୍ୟର ବ୍ୟାଙ୍କ ଏକାସାଙ୍ଗରେ ୧୪ ଦିନ ବନ୍ଦ ରହିବ ନାହିଁ । ଯଦି ଆପଣ ମଧ୍ୟ ଆପଣଙ୍କର ବ୍ୟାଙ୍କ ଶାଖାକୁ ଯାଇ କିଛି କାମ କରିବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ । ଏହା ଆପଣଙ୍କୁ ଅନାବଶ୍ୟକ ଅସୁବିଧାରୁ ରକ୍ଷା କରିବ ।

ଆରବିଆଇ (RBI) କ୍ୟାଲେଣ୍ଡର ଅନୁଯାୟୀ, ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ଭିନ୍ନ ରୁହେ । ଅକ୍ଟୋବର ମାସରେ ଦୁର୍ଗା ପୂଜା, ନବରାତ୍ରୀ ଓ ଅନେକ ପର୍ବ ଅଛି । ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ୟାଲେଣ୍ଡର ଅନୁଯାୟୀ ଏହି ମାସରେ ଛୁଟିଦିନର ଏକ ଲମ୍ବା ତାଲିକା ଜାରି ହୋଇଛି ।

ଅକ୍ଟୋବର ଛୁଟିଦିନ ବିଷୟରେ ଜାଣନ୍ତୁ…

ଅକ୍ଟୋବର ୧୨: ଦୁର୍ଗା ପୂଜା ମହାସପ୍ତମୀ ହେତୁ ଅଗରତାଲା ଓ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥିଲା ।

ଅକ୍ଟୋବର ୧୩: ଅଗରତାଲା, ଭୁବନେଶ୍ୱର, ଗ୍ୟାଙ୍ଗଟୋକ, ଗୌହାଟି, ଇମ୍ଫାଲ, କୋଲକାତା, ପାଟନା ଓ ରାଞ୍ଚିରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ କାରଣ ଦୁର୍ଗା ପୂଜା ମହା ଅଷ୍ଟମୀ ।

ଅକ୍ଟୋବର ୧୪: ଅଗରତାଲା, ବାଙ୍ଗାଲୁରୁ, ଚେନ୍ନାଇ, ଗ୍ୟାଙ୍ଗଟୋକ, ଗୌହାଟୀ, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲୋଙ୍ଗ, ଶ୍ରୀନଗର, ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୧୫: ଦଶହରା ଯୋଗୁଁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏହି ଦିନ ଇମ୍ଫାଲ ଓ ଶିମଲା ବ୍ୟାଙ୍କ ଖୋଲା ରହିବ।

ଅକ୍ଟୋବର 16: ଦୁର୍ଗା ପୂଜା କାରଣରୁ ବ୍ୟାଙ୍କ ଗ୍ୟାଙ୍ଗଟୋକରେ ବନ୍ଦ ରହିବ ।

ଅକ୍ଟୋବର ୧୭: ରବିବାର ଛୁଟି ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୧୮: କାଟି ବିହୁ କାରଣରୁ ଗୌହାଟିର ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୧୯: ଇଦ୍-ଇ-ମିଲାଦ କିମ୍ବା ମିଲାଦ-ଇ-ସରିଫ ମହମ୍ମଦଙ୍କ ଜନ୍ମଦିନରେ ପାଳନ କରାଯାଏ । ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚେନ୍ନାଇ, ଡେରାଡୁନୁ, ହାଇଦ୍ରାବାଦ, ଇମ୍ଫାଲ, ଜାମ୍ମୁ, କାନପୁର, କୋଚି, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଦିଲ୍ଲୀ, ରାୟପୁର, ରାଞ୍ଚି, ଶ୍ରୀନଗର ଓ ଥିରୁବନନ୍ତପୁରମରେ ବ୍ୟାଙ୍କଗୁଡ଼ିକ ଏହି ଦିନ ବନ୍ଦ ରହିବ।

ଅକ୍ଟୋବର ୨୨: ଇଦ୍-ଇ-ମିଲାଦ ପରେ ପ୍ରଥମ ଜୁମ୍ମା ହେତୁ ଜାମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଅକ୍ଟୋବର ୨୩: ଚତୁର୍ଥ ଶନିବାର ହେତୁ ବ୍ୟାଙ୍କଗୁଡ଼ିକ ଏହି ଦିନ ବନ୍ଦ ରହିବ ।

ଅକ୍ଟୋବର ୨୪: ରବିବାର ଛୁଟି ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ଅକ୍ଟୋବର ୨୬: ପରିଗ୍ରହଣ (Accession Day) ହେତୁ ଏହି ଦିନ ଶ୍ରୀନଗରର ଜାମ୍ମୁରେ ବ୍ୟାଙ୍କ ବନ୍ଦ ରହିବ।

ଅକ୍ଟୋବର ୩୧: ରବିବାର ଛୁଟି ହେତୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
Published by: Lipina Das
First published: October 13, 2021, 1:36 PM IST