Bank Holidays: ଏପ୍ରିଲରେ ମୋଟ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ; ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

Bank Holidays in April 2021: ଏପ୍ରିଲ ମାସରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ବନ୍ଦ ରହିବ । ଏପରି ପରିସ୍ଥିତିରେ ଆପଣଙ୍କୁ ଛୁଟିଦିନ ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ସହିତ ଜଡିତ କାର୍ଯ୍ୟ ପରିଚାଳନା କରିବାକୁ ପଡିବ ।

Bank Holidays: ଏପ୍ରିଲରେ ମୋଟ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ; ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
ଏପ୍ରିଲରେ ମୋଟ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣଙ୍କୁ ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ବାକିଅଛି । ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଏପ୍ରିଲ୍ ମାସ ବ୍ୟାଙ୍କ ଛୁଟିଦିନରୁ ଆରମ୍ଭ ହେଉଛି । ଏହି ମାସରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ ପାଇଁ ବନ୍ଦ ରହିବ । ୧ ଏପ୍ରିଲର ଅର୍ଥ ହେଉଛି ନୂଆ ଆର୍ଥିକ ବର୍ଷ ଯାହା ଆଜିଠାରୁ ଆରମ୍ଭ ହେଉଛି । ତେଣୁ ବୋଧହୁଏ ଆଜି ବ୍ୟାଙ୍କଗୁଡିକରେ କୌଣସି କାମ ହେବ ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କୁ ଆରବିଆଇ ବ୍ୟାଙ୍କ ଛୁଟିଦିନ (RBI Bank Holidays List) ତାଲିକା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ସହ ଜଡିତ କାର୍ଯ୍ୟ ପରିଚାଳନା କରିବାକୁ ପଡିବ । ଏହି ତାଲିକାରେ ଯାଞ୍ଚ କରନ୍ତୁ ଏପ୍ରିଲରେ କେଉଁ କେଉଁ ଦିନ ଓ କାହିଁକି ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ସମସ୍ତ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ନିୟମ
ସମସ୍ତ ରାଜ୍ୟରେ ୧୫ ଦିନିଆ ଛୁଟି ହେବ ନାହିଁ କାରଣ ସମଗ୍ର ଦେଶରେ କିଛି ପର୍ବ କିମ୍ବା ଉତ୍ସବ ଏକ ସମୟରେ ପାଳନ କରାଯାଇନଥାଏ । ଏପ୍ରିଲ ମାସରେ ଦେଶରେ
ଆରବିଆଇ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡିକ ପାଇଁ ନଅଟି ଛୁଟିଦିନ ଧାର୍ଯ୍ୟ କରାଯାଇଛି ।

ଏଠାରେ ଦେଖନ୍ତୁ ବ୍ୟାଙ୍କର ଛୁଟିଦିନ ଲିଷ୍ଟ
୧ ଏପ୍ରିଲ୍ - ଗୁରୁବାର - ଉତ୍କଳ ଦିବସ / ବ୍ୟାଙ୍କଗୁଡିକର ବାର୍ଷିକ ଆକାଉଣ୍ଟର କ୍ଲୋଜିଂଗ
୨ ଏପ୍ରିଲ୍ - ଶୁକ୍ରବାର - ଗୁଡ଼ ଫ୍ରାଇଡେ
୪ ଏପ୍ରିଲ୍ - ରବିବାର - ଇଷ୍ଟର୍
୫ ଏପ୍ରିଲ୍ - ସୋମବାର - ବାବୁ ଜଗଜୀବନ ରାମ ଜୟନ୍ତୀ
୬ ଏପ୍ରିଲ - ମଙ୍ଗଳବାର - ତାମିଲନାଡୁରେ ବିଧାନସଭା ନିର୍ବାଚନ
୧୦ ଏପ୍ରିଲ୍ - ଦ୍ୱିତୀୟ ଶନିବାର
୧୧ ଏପ୍ରିଲ - ରବିବାର
୧୩ ଏପ୍ରିଲ୍ - ମଙ୍ଗଳବାର - ଉଗାଡି, ତେଲୁଗୁ ନୂଆ ବର୍ଷ, ବୋହାଗ ବିହୁ, ଗୁଡି ପାଦୱା, ବୈଶାଖ, ବିଜୁ ଫେଷ୍ଟିଭାଲ
୧୪ ଏପ୍ରିଲ୍ - ବୁଧବାର - ଡକ୍ଟର ଆମ୍ବେଦକର ଜୟନ୍ତୀ, ଅଶୋକାଙ୍କ ଜନ୍ମଦିନ, ତାମିଲ ନୂଆ ବର୍ଷ, ମହା ବିଷ୍ଣୁ ସଙ୍କ୍ରାନ୍ତୀ, ବୋହାଗ ବିହୁ
୧୫ ଏପ୍ରିଲ୍ - ଗୁରୁବାର - ହିମାଚଳ ଦିବସ, ବିଷ୍ଣୁ, ବଙ୍ଗାଳୀ ନୂତନ ବର୍ଷ, ସିରହୁଲ୍
୧୬ ଏପ୍ରିଲ୍ - ଶୁକ୍ରବାର - ବୋହାଗ ବିହୁ
୧୮ ଏପ୍ରିଲ୍ - ରବିବାର
୨୧ ଏପ୍ରିଲ୍ - ମଙ୍ଗଳବାର - ରାମ ନବମୀ, ଗରିୟା ପୂଜା
୨୪ ଏପ୍ରିଲ୍ - ଚତୁର୍ଥ ଶନିବାର
୨୫ ଏପ୍ରିଲ - ରବିବାର - ମହାବୀର ଜୟନ୍ତୀ

ପର୍ବ ଯୋଗୁଁ କାମ ବନ୍ଦ ରହିବ
୧୩ ଏପ୍ରିଲରେ ତେଲୁଗୁ ନୂଆ ବର୍ଷ, ବିହୁ, ଗୁଡି ପାଦୱା, ବୈଶାଖ, ବିଜୁ ଫେଷ୍ଟିଭାଲ ଓ ଉଗାଡି ପାଇଁ ବ୍ୟାଙ୍କଗୁଡିକ ଛୁଟିଦିନ ପାଇବେ । ପରଦିନ ଅର୍ଥାତ୍ ୧୪ ଏପ୍ରିଲରେ ଡକ୍ଟର ଆମ୍ବେଦକର ଜୟନ୍ତୀ ବନ୍ଦ ରହିବେ । ତା’ପରେ ୧୫ ଏପ୍ରିଲରେ ହିମାଚଳ ଦିବସ, ବିଷ୍ଣୁ, ବଙ୍ଗାଳୀ ନୂଆ ବର୍ଷ, ସିରହୁଲ କେତେକ ରାଜ୍ୟରେ ଛୁଟିଦିନ ହେବ । ଏହା ପରେ ୨୧ ଏପ୍ରିଲରେ ରାମନବମୀ ଓ ୨୫ ଏପ୍ରିଲରେ ମହାବୀର ଜୟନ୍ତୀ ପାଇଁ ଛୁଟିଦିନ ରହିବ । ଏହା ସହିତ ବ୍ୟାଙ୍କଗୁଡିକରେ ୧୦ ଓ ୨୪ ଏପ୍ରିଲରେ ଦ୍ୱିତୀୟ ଓ ଚତୁର୍ଥ ଶନିବାରର ଛୁଟିଦିନ ରହିବ । ଏପ୍ରିଲ ୪, ୧୧ ଓ ୧୮ ରେ ରବିବାର ପାଇବ ଛୁଟି ରହିଛି ।
Published by: Jagdish Barik
First published: April 1, 2021, 1:59 PM IST