News18 Odia Digital
New Rules: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଏକ ମାସ ବିତିଗଲା । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଅନେକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି (New Rules) । ବର୍ତ୍ତମାନ ମେ ମାସ ଆସିଲା । କିଛି ନୂଆ ନିୟମ ଅଛି ଯାହା ମେ ମାସରେ ମଧ୍ୟ କାର୍ଯ୍ୟକାରୀ ହେବ (Financial Rules) । ଏଥିରେ ଆର୍ଥିକ ନିୟମ ଅନ୍ତର୍ଭୁକ୍ତ ମଧ୍ୟ ରହିଛି । ଏମିତି କିଛି ଜିନିଷ ଅଛି ଯାହା ଲୋକଙ୍କ ପକେଟରେ ମଧ୍ୟ ପ୍ରଭାବ ପକାଇବ । ବ୍ୟାଙ୍କ ଏଟିଏମ୍ ଚାର୍ଜ ଠାରୁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହେବାକୁ ଯାଉଛି (Bank ATM Charges) । ନୂଆ ନିୟମଗୁଡିକ କ’ଣ ଯାହା ମେ ୧ ରୁ କାର୍ଯ୍ୟକାରୀ ହେବ ? କ’ଣ ମନେରଖିବାକୁ ପଡ଼ିବ ଜାଣନ୍ତୁ...
GST: ଜିଏସ୍ଟି ପ୍ରସଙ୍ଗରେ ଏକ ନୂଆ ନିୟମ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ୧୦୦ କୋଟିରୁ ଅଧିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ୭ ଦିନ ମଧ୍ୟରେ ଇନଭଏସ୍ ପଞ୍ଜୀକରଣ ପୋର୍ଟାଲରେ ସେମାନଙ୍କ କାରବାର ରସିଦ ଅପଲୋଡ୍ କରିବାକୁ ପଡିବ । ବର୍ତ୍ତମାନ ଇନଭଏସ୍ ପ୍ରବେଶ ପାଇଁ କୌଣସି ସୀମା ରହି ନାହିଁ । ଏହି ନିୟମ ମେ ୧ ତାରିଖରୁ କାର୍ଯ୍ୟକାରୀ ହେବ ।
KYC: ମାର୍କେଟ ନିୟାମକ ସେବି ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକୁ କହିଛନ୍ତି ଯେ ସେମାନେ ଇ-ୱାଲେଟରୁ ଟଙ୍କା ଗ୍ରହଣ କରନ୍ତି ଯାହା KYC ଦ୍ବାରା ଲିଙ୍କ୍ ହେବା ଦରକାର । ଏହାର ଅର୍ଥ ଯଦି ଆପଣଙ୍କର ୱାଲେଟରେ KYC ଲିଙ୍କ୍ କରିନାହଁନ୍ତି, ତେବେ ସେହି ୱାଲେଟ୍ ମାଧ୍ୟମରେ ମ୍ୟୁଚୁଆଲ୍ ଫଣ୍ଡ ବିନିଯୋଗ ହେବ ନାହିଁ । ଏହି ନିୟମ ମେ ୧ ତାରିଖରୁ କାର୍ଯ୍ୟକାରୀ ହେଉଛି ।
LPG Gas Cylinder Prices: ତୈଳ କମ୍ପାନୀଗୁଡିକ ପ୍ରତି ମାସର ୧ରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରନ୍ତି । ଏହି ମୂଲ୍ୟ ବୃଦ୍ଧି, ହ୍ରାସ କିମ୍ବା ସ୍ଥିର ରହିପାରେ । ଏପ୍ରିଲ ୧ରେ, ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରିଛନ୍ତି । ଆସନ୍ତୁ ଦେଖିବା ମେ ୧ ରେ କେଉଁ ନିଷ୍ପତ୍ତି ନିଆଯିବ ।
Punjab National Bank: ଏଟିଏମ୍ କାରବାର ସମ୍ପର୍କରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ ହେବ। ଯଦି ଟଙ୍କା ଅଭାବ ହେତୁ ଏଟିଏମରେ କାରବାର ବିଫଳ ହୁଏ, ତେବେ ୧୦ ଟଙ୍କା + ଜିଏସ୍ଟି ଦେବାକୁ ପଡିବ ।
TRAI: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ( Telecom Regulatory Authority of India ) ନକଲି, ପ୍ରମୋସନାଲ କଲ୍ ଓ ଏସ୍ଏମ୍ଏସ୍ ସମ୍ବନ୍ଧରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜାନ୍ସ କଲ୍ ଏବଂ SMS କୁ ବନ୍ଦ କରିବା ପାଇଁ ଏକ AI ଫିଲ୍ଟର ବ୍ୟବସ୍ଥା ହେବାକୁ ଯାଉଛି ।
EPFO: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ)ର ଗ୍ରାହକଙ୍କୁ ଉଚ୍ଚ ପେନ୍ସନ୍ (ଇପିଏଫ୍ ହାଇ ପେନ୍ସନ୍) ଚୟନ କରିବାର ବିକଳ୍ପ ଦେଇଛି। ପ୍ରାରମ୍ଭରେ ଏହି ସମୟସୀମା ୩ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା। ତେବେ, ଇପିଏଫ୍ ଗ୍ରାହକଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।
ପଢନ୍ତୁ ଏହି ଖବର :
Solar power: ଥରେ ଖର୍ଚ୍ଚ କରି ୨୫ ବର୍ଷ ଦିଅନ୍ତୁ ନାହିଁ ବିଦ୍ୟୁତ୍ ବିଲ୍; ସରକାର ଦେବେ ସବ୍ସିଡିନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।