କଣ୍ଟେନର ଡ଼ିପୋ (ପ୍ରତୀକାତ୍ମକ ଛବି)
News18 Odia Digital
ଦକ୍ଷିଣପୂର୍ବ ବାଂଲାଦେଶର ସ୍ଥଳ ଭାଗରେ ଥିବା ଗୋଟାଏ ‘କଣ୍ଟେନର୍ ଡିପୋ’ରେ ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।
ଅଧିକାରୀ ମାନେ କହିଛନ୍ତି, ଶନିବାର ରାତିରେ ବନ୍ଦର ନଗରୀ ଚିଟ୍ଟାଗଙ୍ଗଠାରୁ ୪୦ କିଲୋମିଟର ଦୂର ସୀତାକୁଣ୍ଡରେ ଥିବା କଣ୍ଟେନର୍ ଡିପୋରେ ନିଆଁ ଲାଗିଯାଇ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହେବା ପରେ ଅନେକ କଣ୍ଟେନର ଫାଟି ଯାଇଥିଲା।
ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଆଜି ସକାଳ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିଲେ ବୋଲି ଅଗ୍ନିଶମ ସେବା ଅଧିକାରୀ ଫାରୁକ୍ ହୁସେନ୍ ଶିକ୍ଦର କହିଛନ୍ତି। ବିସ୍ଫୋରଣ ପ୍ରକୋପରେ ଆଖପାଖରେ ଥିବା ଘରର ଝରକା କାଚ ଭାଙ୍ଗିପଡ଼ିଥିଲା। କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଚିଟ୍ଟାଗଙ୍ଗ ସିଭିଲ୍ ସର୍ଜନ୍ ମହମ୍ମଦ୍ ଏଲିଆସ୍ ହୁସେନ୍ କହିଛନ୍ତି। ଜରୁରୀ ଭିତ୍ତିରେ ରକ୍ତ ଦାନ କରିବା ପାଇଁ ଆହ୍ବାନ ଦେଇଛନ୍ତି।
ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ହାଇଡ୍ରୋଜେନ ପିରୋକ୍ସାଇଡ ଥିବା କୌଣସି କେଣ୍ଟେନର ଜଳି ତୁରନ୍ତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥାଇ ପାରେ ବୋଲି ଅଗ୍ନିଶମ ସେବା ଅଧିକାରୀମାନଙ୍କର ସନ୍ଦେହ ହେଉଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।