ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିବା ଚେତନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ; ଭାବପ୍ରବଣ କରିଦେବ ତାଙ୍କ କାହାଣୀ
- News18 Odia
- Last Updated :
- Mumbai, India
News 18 Odia Digital
ମୁମ୍ବାଇ : ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଅନେକ ଜୀବନ ରକ୍ଷା କରିଥିବା ଚେତନ କଦମ ଏକ ସଡ଼କ ଦୁର୍ଘଟଣାରେ ନିଜ ଜୀବନର ଯୁଦ୍ଧରେ ହାରିଯାଇଛନ୍ତି । ବୁଧବାର ସକାଳେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଏକ କାର ସଡ଼କ ଉପରେ ଥିବା ତିନିଟି କାର ଓ ଗୋଟେ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା, ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ବ୍ରିଜ ଉପରେ ଟୋଲ ବୁଥ ପରିଚାଳନା କରୁଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିବା ଚେତନ କଦାମଙ୍କର ମୃତ୍ୟୁ ହୋଇଛି । କିଛି ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଝିଅର ଜୀବନ ରକ୍ଷା କରିଥିବାରୁ ଚେତନ କଦମଙ୍କୁ ସମ୍ମାନିତ କରାଯାଇଥିଲା । କେବଳ ଏତିକି ନୁହେଁ, ସେ ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଅନେକ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି ।
ମୁମ୍ବାଇ ସି ଲିଙ୍କରେ କାମ କରୁଥିବା ୩୬ ବର୍ଷୀୟ ଚେତନ କଦମ ଜଣେ ସିକ୍ୟୁରିଟି ସୁପରଭାଇଜର ଥିଲେ । ଚେତନ କଦମଙ୍କ ପିଲାଦିନର ବନ୍ଧୁ ପ୍ରମୋତ ସାୱନ୍ତ କହିଛନ୍ତି ଯେ କଦାମ ୨୦୦୯ ମସିହାରୁ ନାଇଟ ଡ୍ୟୁଟି କରୁଥିଲେ ଓ ସେ ଅଧିକାଂଶ ଦୁର୍ଘଟଣା କଲ୍ ପରିଚାଳନା କରୁଥିଲେ । କିନ୍ତୁ ଆଜି ସେ ନିଜେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ପଶ୍ଚିମ ଉପାନ୍ତ ଅଞ୍ଚଳର ବାନ୍ଦ୍ରାକୁ ଦକ୍ଷିଣ ମୁମ୍ବାଇର ୱର୍ଲି ସହିତ ସଂଯୋଗ କରୁଥିବା ସି ଲିଙ୍କ୍ ବ୍ରିଜ୍ ଉପରେ ଭୋର୍ ପ୍ରାୟ ୩ ଟାରେ ଏହି ଦୁର୍ଘଟଣା ଘଟିଛି ।
ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, କଦମଙ୍କ ପୂର୍ବତନ ବରିଷ୍ଠ ସୁପରଭାଇଜର ରାଜେଶ କେଦାର କହିଛନ୍ତି, “ସେ ସି ଲିଙ୍କରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକଙ୍କ ଧ୍ୟାନ ହଟାଇବାରେ ମାହିର ଥିଲେ । ଯେତେବେଳେ ଚେତନ କଦମ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ, ସେତେବେଳେ ସେ ୱର୍ଲିରେ ଜଣେ ଝିଅର ଜୀବନ ରକ୍ଷା କରିଥିଲେ ଓ ତତ୍କାଳୀନ ପୋଲିସ କମିଶନର ଅରୁପ ପଟ୍ଟନାୟକ ତାଙ୍କୁ ସମ୍ମାନିତ କରିଥିଲେ । ଏହା ପରେ ସେ ଅନେକ ଲୋକଙ୍କ ଜୀବନ ରକ୍ଷା କରିଥିଲେ । ଦୁର୍ଘଟଣାଗ୍ରସ୍ତ କାରରୁ ପୀଡିତମାନଙ୍କୁ ଥଇଥାନ କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସେ ମଧ୍ୟ ପଛଘୁଞ୍ଚା ଦେଉନଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।