ବନ୍ଦେ ଭାରତ ଏକ୍ସପ୍ରେସ ୫ମ ଥର ପାଇଁ ଦୁର୍ଘଟଣାର ଶିକାର; ଭାଲସାଡରେ ଗାଇ ସହ ମୁହାଁମୁହିଁ ଧକ୍କା

ହଠାତ୍ ଟ୍ରାକ ଉପରକୁ ଗାଇ ଆସି ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଏହା ପରେ ବନ୍ଦେ ଭାରତ ଏକ୍ସପ୍ରେସର ଆଗ ଭାଗ ନଷ୍ଟ ହୋଇଯାଇଥିଲା । ଟ୍ରେନକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ରହିବାକୁ ପଡିଥିଲା ।

ବନ୍ଦେ ଭାରତ ଏକ୍ସପ୍ରେସ ୫ମ ଥର ପାଇଁ ଦୁର୍ଘଟଣାର ଶିକାର; ଭାଲସାଡରେ ଗାଇ ସହ ମୁହାଁମୁହିଁ ଧକ୍କା

ବନ୍ଦେ ଭାରତ ଏକ୍ସପ୍ରେସ ୫ମ ଥର ପାଇଁ ଦୁର୍ଘଟଣାର ଶିକାର; ଭାଲସାଡରେ ଗାଇ ସହ ମୁହାଁମୁହିଁ ଧକ୍କା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗୁଜୁରାଟର ଭାଲସାଡର ଉଦଭାଦାରେ ଏହି ଦୁର୍ଘଟଣା ଘଟିଛି। ହଠାତ୍ ଟ୍ରାକ ଉପରକୁ ଗାଇ ଆସି ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଏହା ପରେ ବନ୍ଦେ ଭାରତ ଏକ୍ସପ୍ରେସର ଆଗ ଭାଗ ନଷ୍ଟ ହୋଇଯାଇଥିଲା । ଟ୍ରେନକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛିଡା ହୋଇ ରହିବାକୁ ପଡିଥିଲା । ଏହା ପରେ ଟ୍ରେନକୁ ସଞ୍ଜାନ ରେଳ ଷ୍ଟେସନରେ ଠିକ୍ ହୋଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା।

ଭାଲସାଦର ଟ୍ରେନ୍ ଦୁର୍ଘଟଣା ବସ୍ତ

ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ଗାନ୍ଧିନଗରରୁ ମୁମ୍ବାଇ ଯାଉଥିଲା । ଟ୍ରେନ୍ ଉଦଭଡା ରେଳ ଷ୍ଟେସନ ଦେଇ ଯାଉଥିବାବେଳେ ଗାଇ ପଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣା ହେବାର ହଟ୍ରେନର ଏହା ହେଉଛି ୫ ମ ଥର। ଏହାପୂର୍ବରୁ ଭାଲସାଦ ଜିଲ୍ଲାର ଅତୁଲରେ ବନ୍ଦେ ଭାରତ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଦୁର୍ଘଟଣା ପରେ ଟ୍ରେନ୍ ୧୫-୨୦ମିନିଟ୍ ପର୍ଯ୍ୟନ୍ତ ଠିଆ ହୋଇଥିଲା । କେବେ କେବେ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା? - ନଭେମ୍ବର ୮ ଗୁଜୁରାଟର ଆନନ୍ଦରେ ବନ୍ଦେ ଭାରତ ଟ୍ରେନ୍ ତଳେ ପଡିଯିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ।

ଅକ୍ଟୋବର ୨୯ ରେ, ଗାନ୍ଧିନଗରରୁ ମୁମ୍ବାଇ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଭାଲସାଦର ଅତୁଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଟ୍ରେନ ସମ୍ମୁଖରେ ହଠାତ୍ ଷଣ୍ଢ ଆସିବା କାରଣରୁ ଟ୍ରେନର ଆଗ ଭାଗ ନଷ୍ଟ ହୋଇଯାଇଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି ।

- ଅକ୍ଟୋବର ୦୬ରେ ମୁମ୍ବାଇରୁ ଅହମ୍ମଦାବାଦ ଯାଉଥିବା ଏକ ଟ୍ରେନ୍ ଭାଟଭା ଓ ମଣିନଗର ଷ୍ଟେସନ ନିକଟରେ ଏକ ପଶୁ ପଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଆଗ ଭାଗ ମଧ୍ୟ ନଷ୍ଟ ହୋଇଯାଇଥିଲା । ଚାରିଟି ମଇଁଷିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

- ଅକ୍ଟୋବର ୭ ରେ, ଭଦୋଦରା ବିଭାଗର ଆନନ୍ଦ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଏକ ଗାଇ ପଲ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି କାରଣରୁ ଟ୍ରେନର ଆଗ ଭାଗ ନଷ୍ଟ ହୋଇଯାଇଥିଲା ।

ବନ୍ଦେ ଭାରତ ଟ୍ରେନ୍ କାହିଁକି କ୍ଷତିଗ୍ରସ୍ତ ହେଉଛି ?

ରେଳ ଅଧିକାରୀମାନେ ନିକଟରେ କହିଥିଲେ ଯେ ବନ୍ଦେ ଭାରତ ଏକ୍ସପ୍ରେସର ନୋଜ କୋଣକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯାହା ଦ୍ବାରା ଟ୍ରେନ ଓ ଏଥିରେ ବସିଥିବା ଯାତ୍ରୀମାନେ ଧକ୍କା ହେବା ପରେ ମଧ୍ୟ କ୍ଷତିଗ୍ରସ୍ତ ହେବେ ନାହିଁ । ଅଧିକାଂଶ ପ୍ରିମିୟମ୍ ଟ୍ରେନରେ, ଆଗ ଭାଗକୁ କୋଣ ଆକାରରେ ରଖାଯାଏ । ଏହି ଅଂଶ ଷ୍ଟ୍ରଙ୍ଗ ଫାଇବର ପ୍ଲାଷ୍ଟିକରେ ତିଆରି । ଯେକୌଣସି ପ୍ରକାରର ଧକ୍କାରେ, କେବଳ ଆଗ କୋଣ ଆକୃତିର ଅଂଶ ନଷ୍ଟ ହୋଇଥାଏ, ଯାନର ଅନ୍ୟ ଅଂଶ ଏବଂ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୁଏ ନାହିଁ ।
Published by:Soubhagya Mishra
First published: