ମୋଦୀଙ୍କୁ ଭାଇ ମାନୁଥିବା ବଲୁଚିସ୍ତାନର କାର୍ଯ୍ୟକର୍ତ୍ତା କରିମାଙ୍କର ମୃତ ଦେହ କାନାଡ଼ାରେ ମିଳିଲା
କରିମା ଭାରତର ନରେନ୍ଦ୍ର ମୋଦୀଙ୍କୁ ନିଜ ଭାଇ ଭାବରେ ବିବେଚନା କରୁଥିଲେ ଓ ରକ୍ଷା ବନ୍ଧନ ସମୟରେ ତାଙ୍କ ପାଖକୁ ଏକ ରାଖୀ ପଠାଇଥିଲେ । ବାଲୁଚିସ୍ତାନରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ସେ ମୋଦୀଙ୍କ ଠାରୁ ସାହାଯ୍ୟ ମାଗିଥିଲେ ।

ନରେନ୍ଦ୍ର ମୋଦି ଓ (ଡାହାଣ) କରିମା ବଲୁଚ (ଫାଇଲ୍ ଫଟୋ)
- News18 Odia
- Last Updated: December 22, 2020, 10:25 PM IST
ନୂଆ ଦିଲ୍ଲୀ: ପାକିସ୍ତାନ ସରକାର (Imran Khan government) ଓ ସେନା ବିରୋଧରେ ଆନ୍ତର୍ଜାତୀୟ ମୋର୍ଚ୍ଚାରେ ସ୍ୱର ଉତ୍ତୋଳନ କରିଥିବା ବଲୁଚିସ୍ତାନ (Balochistan) କାର୍ଯ୍ୟକର୍ତ୍ତା କରିମା ବାଲୋଚଙ୍କର (Karima Baloch) କାନାଡ଼ାରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି ।
କରିମା ରବିବାର ନିଖୋଜ ହୋଇଯାଇଥିଲେ । ତାଙ୍କୁ ଖୋଜାଖୋଜି କରାଯାଇଥିଲା । ତାଙ୍କ ମୃତ ଦେହ ଟରୋଣ୍ଟୋରୁ ଉଦ୍ଧାର କରାଯାଇଛି । କରିମାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ପଛରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ (ISI) ରହିଛି ବୋଲି ଖବର ରହିଛି । କରିମା ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (Prime Minister Narendra Modi) ତାଙ୍କ ଭାଇ ଭାବରେ ବିବେଚନା କରୁଥିଲେ ଓ ୨୦୧୬ ମସିହାରେ ସେ ରକ୍ଷା ବନ୍ଧନ ସମୟରେ ମୋଦୀଙ୍କ ନିକଟକୁ ଏକ ରାଖୀ ପଠାଇଥିଲେ।
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: ପୋଖରୀ ଶୁଖାଯିବା ପରେ ସେଥିରୁ ବାହାରିବ ପରୀ ପିନ୍ଧିଥିବା ଲେଗିଂସ୍

କରିମା ବଲୁଚ
କରିମାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ତାଙ୍କ ପରିବାର ନିଶ୍ଚିତ କରିଛନ୍ତି । କରିମା ବାଲୁଚଙ୍କୁ ପାକିସ୍ତାନ ସରକାର ଓ ସୈନ୍ୟ ବାହିନୀ ବିରୋଧରେ ସବୁ ଠାରୁ କଠୋର ସ୍ୱର ବୋଲି ବିବେଚନା କରାଯାଉଥିଲା ।
ମିଳିତ ଜାତିସଙ୍ଘରେ ବାଲୁଚିସ୍ତାନରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ। ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ମୃତ୍ୟୁ ପାଇଁ ପାକିସ୍ତାନ ସରକାର ଓ ତାଙ୍କ ଗୁପ୍ତଚର ସଂସ୍ଥା ISI ଉପରେ ସନ୍ଦେହ ସୃଷ୍ଟି ହୋଇଛି । ବିବିସି ୨୦୧୬ରେ ଦୁନିଆର ୧୦୦ ଜଣ ପ୍ରେରଣାଦାୟକ ତଥା ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ କରିମା ବାଲୋଚଙ୍କୁ ନାମିତ କରିଥିଲା ।
ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା’ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା
୨୦୧୬ରେ କରିମା ବାଲୋଚ କହିଥିଲେ ଯେ ପିଏମ ମୋଦୀ ତାଙ୍କର ଜଣେ ଭାଇ । ‘‘ରକ୍ଷା ବନ୍ଧନ ଦିନ ବଲୁଚିସ୍ତାନର ଜଣେ ଭଉଣୀ ଆପଣଙ୍କୁ ନିଜ ଭାଇ ବୋଲି ଭାବି କିଛି କହିବାକୁ ଚାହୁଁଛି । ବଲୁଚିସ୍ତାନରେ କେତେ ଭାଇ ନିଖୋଜ ଅଛନ୍ତି । ପାକ୍ ସେନା ହାତରେ ଅନେକ ଭାଇଙ୍କର ମୃତ୍ୟୁ ହୋଇଛି । ଭଉଣୀମାନେ ଆଜି ମଧ୍ୟ ନିଖୋଜ ଭାଇମାନଙ୍କ ଫେରିବା ପଥକୁ ଚାହିଁ ରହିଛନ୍ତି । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣ ବାଲୁଚିସ୍ତାନର ଭାଇ ଭାବରେ ବିବେଚିତ ହେଉଛନ୍ତି । ବାଲୁଚି ହତ୍ୟାକାଣ୍ଡ, ଯୁଦ୍ଧ ଅପରାଧ ଓ ମାନବିକ ଅଧିକାରର ଉଲ୍ଲଙ୍ଘନ ବିରୁଦ୍ଧରେ ଆନ୍ତର୍ଜାତୀୟ ଫୋରମରେ ଆପଣ ବାଲୁଚ ଭଉଣୀମାନଙ୍କ ସ୍ୱର ହେବା ଉଚିତ୍,’’ ସେ ମୋଦୀଙ୍କୁ ନିଜ ପତ୍ରରେ ଲେଖିଥିଲେ ।
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ଓ ବଲୁଚିସ୍ତାନ ପାଇଁ ସ୍ୱାଧୀନତା ସପକ୍ଷରେ କହିଥିଲେ । ତାହା ଥିଲା ସ୍ୱାଧୀନତା ଦିବସ ଭାଷଣରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ସେହି କ୍ଷେତ୍ରଗୁଡିକ ବିଷୟରେ ଉଲ୍ଲେଖ ।