'ବକରିଦ୍'ରେ ଗୋରୁ ହତ୍ୟା କଲେ... ଚେତାବନୀ ଦେଲେ କର୍ଣ୍ଣାଟକ ମନ୍ତ୍ରୀ

ବକରିଦ୍ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ବକରିଦ ଇଦ ଗୋ-ହତ୍ୟା ନିଷେଧ  (ପ୍ରତୀକାତ୍ମକ ଛବି)

ବକରିଦ ଇଦ ଗୋ-ହତ୍ୟା ନିଷେଧ (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ସମଗ୍ର ରାଜ୍ୟରେ ଗୋ-ହତ୍ୟା ନିଷେଧ କରାଯାଇଥିବାରୁ ‘ବକ୍‌ରିଦ୍‌’ ପର୍ବରେ ଗୋରୁ ହତ୍ୟା ନ କରିବା ଲାଗି କର୍ଣ୍ଣାଟକ ପ୍ରାଣୀ ପାଳନ ମନ୍ତ୍ରୀ ପ୍ରଭୁ ବି. ଚୱନ ଜନସାଧାରଣଙ୍କୁ ସ୍ମରଣ କରାଇ ଦେବା ସହ ଅନୁରୋଧ କରିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଏହି ନିୟମ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ରାଜ୍ୟରେ ‘ଗୋ-ହତ୍ୟା ନିଷେଧ ଆଇନ’ ଲାଗୁ ହୋଇ ସାରିଥିବାରୁ ଜନସାଧାରଣ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା, ବେଆଇନ ଭାବେ ରାଜ୍ୟରୁ କିମ୍ବା ରାଜ୍ୟ ବାହାରୁ ହେଉଥିବା ବେଆଇନ ଗୋରୁ ଓ ଗୋମାଂସ ଚାଲାଣ ଉପରେ କଡ଼ା ନଜର ରଖିବା ପାଇଁ ସେ ପ୍ରାଣୀ ପାଳନ ବିଭାଗ ଓ ପୁଲିସ ବିଭାଗର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଚୱନ୍‌ ଆହୁରି ମଧ୍ୟ କହିଛନ୍ତି, ‘ବକ୍‌ରିଦ୍‌’ ପର୍ବ ଅବସରରେ ପ୍ରାଣୀ ହତ୍ୟା ପ୍ରଥା ଥିବାରୁ ଗାଈ, ବଳଦ, ବାଛୁରୀ ଓ ଓଟ ଆଦି ପ୍ରାଣୀ ସମ୍ପଦ ଆବଶ୍ୟକ ହୋଇଥାଏ। ତେଣୁ, ରାଜ୍ୟର କ‌ୌଣସି ପ୍ରାନ୍ତରେ ଯେଭଳି ଗୋ-ହତ୍ୟା ନ ହୁଏ ସେଥିପ୍ରତି ସୁନିଶ୍ଚିତ ହେବାକୁ ପୁଲିସ ବିଭାଗ ଓ ଜିଲ୍ଲା କମିସନର୍‌ମାନଙ୍କୁ ସୂଚନା ଦିଆ ସରିଛି। ଯଦି କୌଣସି ସ୍ଥାନରେ ଗୋ-ହତ୍ୟା କରାଯାଇଥିବା ଜଣାପଡ଼େ ତେବେ, ସ୍ଥାନୀୟ ଥାନାରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Published by:Soumya Das
First published: