News18 Odia Digital
ହନୁମାନଙ୍କୁ ହିନ୍ଦୁ ଶାସ୍ତ୍ରରେ ଜଣେ ପ୍ରଭାବଶାଳୀ ଦେବତା ରୂପେ ବିବେଚିତ କରାଯାଏ। ସିଏ ସବୁ ପ୍ରକାର ସଙ୍କଟରୁ ଉଦ୍ଧାର କରନ୍ତି ବୋଲି ତାଙ୍କୁ ସଙ୍କଟ ମୋଚନ ହନୁମାନ ମଧ୍ୟ କୁହାଯାଏ। ରାମାୟଣରେ ଉଲ୍ଲେଖ ନିଜର ପରାକ୍ରମ ଯୋଗୁଁ କେହି ତାଙ୍କୁ ମହାବୀର ବଜରଙ୍ଗ ବାଲି ବୋଲି ସ୍ମରଣ କରନ୍ତି। ପବନପୁତ୍ର ହନୁମାନଙ୍କର ଅନେକ ଗୁଡ଼ିଏ ନାମ ଅଛି। ସେଥିମଧ୍ୟରୁ ୧୨ଟି ନାମ ସୁମରଣା କଲେ ବିପଦ ଟଳିଯିବା ସହ ସଫଳତା ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି। ଜାଣନ୍ତୁ ତାଙ୍କୁ ଏହି ନାମ କେଉଁ ଦେବତାଙ୍କ ନିକଟରୁ ପ୍ରାପ୍ତ ହୋଇଥିଲା।
ହନୁମାନ - ଇନ୍ଦ୍ର
ଅଞ୍ଜନି ସୁତ - ମହାଦେବ
ବାୟୁ ପୁତ୍ର - ବ୍ରହ୍ମା
ମହାବଳ - ବରୁଣଦେବ
ରାମେଷ୍ଠ - ସାଧୁମାନଙ୍କ ଦ୍ୱାରା
ଫାଲଗୁନସଖା - ଶ୍ରୀକୃଷ୍ଣ
ପିଙ୍ଗାକ୍ଷ - କେଶରୀଜୀ
ଅମିତ ବିକ୍ରମ - ଜାମବନ୍ତୀ
ଉଦ୍ଦୀକର୍ମାଧ - ଜାନକୀ ଜି
ସୀତା ଶୋକବିନାଶନମ୍ - ତୁଲସୀ ଦାସ
ଲକ୍ଷ୍ମଣ ପ୍ରାଣ ଦାତା - ଅଙ୍ଗଦଜୀ
ଦଶଗ୍ରୀବ ଦର୍ପହା- କୁବେରଜୀ
ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ
ଏହି ନାମ ପୂର୍ବରୁ ଓଁ ଲଗାଇ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଉପାସନା କଲେ ଜୀବନରେ ଉନ୍ନତି ଆସିଥାଏ।
ସ୍ମରଣ କିପରି କରିବେ
ସକାଳେ ଉଠିବା ମାତ୍ରେ, ସେ ଯେକୌଣସି ସ୍ଥିତିରେ, ବାରଟି ନାମ ସ୍ମରଣ କଲେ ବ୍ୟକ୍ତିଙ୍କୁ ଦୀର୍ଘ ଆୟୁଷ ପ୍ରାପ୍ତ ହୋଇଥାଏ।
ଯିଏ ଅପରାହ୍ନରେ ନାମ ନିଏ ସେ ଧନୀ ପାଲଟି ଯାଏ। ଯେଉଁ ବ୍ୟକ୍ତି ଅପରାହ୍ନ ଏବଂ ସନ୍ଧ୍ୟାରେ ହନୁମାନଙ୍କ ନାମ ଜପନ୍ତି, ସେ ପାରିବାରିକ ସୁଖ ପାଇଥାନ୍ତି।
ଯେଉଁ ବ୍ୟକ୍ତି ରାତିରେ ଶୋଇବା ସମୟରେ ନାମ ଜପ କରେ, ସେ ଶତ୍ରୁ ଉପରେ ବିଜୟ ଲାଭ କରେ।
Chanakya Niti: ଯଦି ଘରେ ଏହି ସବୁ ଜିନିଷ ଘଟୁଛି, ତେବେ ହୁଅନ୍ତୁ ସାବଧାନ! ନଚେତ୍ ଭୋଗିବେ ସମସ୍ୟା
ନିୟମିତ ଭାବେ ସମୟ ଅନୁସାରେ ନାମ ଜପ କରିବା ଦ୍ୱାରା ଇଷ୍ଟ ଖଣ୍ଡନ ହୁଏ। ଯେଉଁଥିପାଇଁ ହନୁମାନ ଜୀଙ୍କର ଅନୁଗ୍ରହ ସର୍ବଦା ରହିଥାଏ।
ଯେଉଁ ବ୍ୟକ୍ତି ସର୍ବଦା ଏହି ୧୨ ନାମ ଜପ କରନ୍ତି, ଶ୍ରୀ ହନୁମାନ ଜୀ ସେହି ବ୍ୟକ୍ତିଙ୍କୁ ଦଶ ଦିଗରୁ ଆକାଶ ଏବଂ ନର୍କରୁ ରକ୍ଷା କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।