ଭାରତରେ ଲଞ୍ଚହେଲା ବଜାଜ ଚେତକର ନୂଆ Electric Scooter, ମାଗଣା ଚର୍ଜର ସହ ମିଳୁଛି ୩ ବର୍ଷର ଓ୍ବାରେଣ୍ଟି, ଅନଲାଇନରେ କରିହେବ ବୁକ୍

ବଜାଜ ଚେତକର Electric Scooter ଭାରତରେ ଲଞ୍ଚ ହୋଇଥିବାବେଳେ ଏହି ସ୍କୁଟରକୁ ଘରେ ଚାର୍ଜ କରିହେବ । କମ୍ପାନୀ ପକ୍ଷରୁ ଏହି ଚାର୍ଜିଂ ସିଷ୍ଟମକୁ ଘରେ ଇନଷ୍ଟଲ କରିବା ବ୍ୟବସ୍ଥା କରାଯାଇଛି ।

ଭାରତରେ ଲଞ୍ଚହେଲା ବଜାଜ ଚେତକର ନୂଆ Electric Scooter, ମାଗଣା ଚର୍ଜର ସହ ମିଳୁଛି ୩ ବର୍ଷର ଓ୍ବାରେଣ୍ଟି, ଅନଲାଇନରେ କରିହେବ ବୁକ୍
ନୂଆ ଲଞ୍ଚ ହୋଇଥିବା ବଜାଜର ଇଲେକ୍ଟ୍ରିକ୍ ସ୍କୁଟର
  • News18 Odia
  • Last Updated: January 14, 2020, 3:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବଜାଜା ଅଟୋ ନିଜର ପ୍ରଥମ Electric Scooter ବଜାଜ ଚେତକ ଇଲେକ୍ଟ୍ରିକକୁ ୧୪ତାରିଖରେ ଭାରତରେ ଲଞ୍ଚ କରିଦେଇଛି । କମ୍ପାନୀ ୧୪ ବର୍ଷ ପରେ ଚେତକର ଇଲେକ୍ଟ୍ରିକ ଭର୍ସନକୁ ଭାରତରେ ଲଞ୍ଚ କରିଛି । ଗତବର୍ଷ ଅକ୍ଟୋବରରେ କମ୍ପାନୀ ଏ ସମ୍ପର୍କରେ ସୂଚନା ଦେଇଥିଲା । କମ୍ପାନୀ ଅନୁମାନ କରିଛି କି ଇଲେକ୍ଟ୍ରିକ ଶ୍ରେଣୀରେ ଏଣ୍ଟ୍ରି ପରେ ଗ୍ରାହକମାନେ ଏଥିପ୍ରତି ଅଧିକ ଆକୃଷ୍ଟ ହେବେ । ତେବେ ସବୁଠୁ ବଡ଼ କଥା ହେଲା ଏହି ସ୍କୁଟରକୁ ଅନଲାଇନରେ କିଣାଯାଇ ପାରିବ । ଲଞ୍ଚ ପରେ ସର୍ବପ୍ରଥମେ କମ୍ପାନୀ ଏହାକୁ ପୁଣେଠାରେ ବିକ୍ରି କରିବାକୁ ଯୋଜନା କରିଛି ।

ବଜାଜ ଅଟୋର ମ୍ୟାନେଜିଂ ଡାଇରେକ୍ଟର ବିଗତ ଦିନରେ କହିଥିଲେ କି ବଜାଜ ଚେତକ ସ୍କୁଟର ସେଗମେଣ୍ଟରେ  ଟେସଲା ସାବ୍ୟସ୍ତ ହେବ ତେଣୁ ଏହାର ଦାମ କମ୍ ରହିବନି ବୋଲି ସେ ସେବେଠୁ ସ୍ପଷ୍ଟ କରିଦେଇଥିଲେ । କମ୍ପାନୀ ଏହାର ଦୁଇଟି ଭେରାଇଟିକୁ ଲଞ୍ଚ କରିଛି । ଏହାର ଡ୍ରମ ଭେରାଇଟିର ଦାମ୍ ୧ ଲକ୍ଷ ଟଙ୍କା ରହିଥିବାବେଳେ ଏହାର ଡିସ୍କ ବ୍ରକ୍ ଭେରାଇଟିର ଦାମ୍ ୧.୧୫ ଲକ୍ଷ ରଖାଯାଇଛି । ବଜାଜ ଏହି ସ୍କୁଟରରେ IP67 ରେଟେଡ ଲିଥିୟମ ବ୍ୟାଟେରୀର ବ୍ୟବହାର କରିଛି । ଯେଉଁଥିରେ ଗୋଟିଏ ଥର ଚାର୍ଜ କଲେ ୯୫ କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଚାଲିପାରିବ । ତେବେ ସ୍ପୋର୍ଟସ ମୋଡରେ ଗାଡ଼ି ଚଲାଇଲେ ସ୍କୁଟର ୮୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହି ସ୍କୁଟରର ନିର୍ମାଣରେ ମହିଳାମାନଙ୍କର ବଡ଼ ଭୂମିକା ରହିଛି ।

ବଜାଜ ଚେତକ ସାଙ୍ଗରେ ଏକ ଚାର୍ଜର ମାଗଣାରେ ମିଳିବ ଏବଂ ଏହାକୁ କ୍ରେତାଙ୍କ ଘରେ କମ୍ପାନୀ ମାଗଣାରେ ଇନଷ୍ଟଲ କରିଦିଆଯିବ ଯାହା ଫଳରେ ଏହି ସକେଟରୁ ଚାର୍ଜ କରିପାରିବେ । ଏହି ଫାଷ୍ଟ ଚାର୍ଜର ଲାଗି ୧୫ ଏମ୍ପିଅରର ସକେଟର ପ୍ରୟୋଗ କରିବାକୁ ପଡ଼ିବ । ଏଥିରେ ରିଜେନେରେଟିଂ ବ୍ରେକିଂ ସିଷ୍ଟମର ପ୍ରୟୋଗ କରାଯାଇଛି ଯାହା ସ୍କୁଟରର ଡ୍ରାଇଭିଂ ରେଞ୍ଜକୁ ଭଲ ବନାଇଥାଏ । ଏହି ସ୍କୁଟର ଉପରେ ୩ କମ୍ପାନୀ ପକ୍ଷରୁ ବର୍ଷ କିମ୍ବା ୫୦ ହଜାର କିଲୋମିଟରର ଓ୍ବାରେଣ୍ଟି ଦିଆଯାଇଛି । ଏହା ଛଡ଼ା ବର୍ଷକୁ ମାତ୍ର ଥରେ ଅବା ୧୨ ହଜାର କିଲୋମିଟର ପରେ ଏହାର ସର୍ଭିସିଂ କରିବାକୁ ପଡ଼ିବ । ଏହାର ପ୍ରଥମ ତିନୋଟି ସର୍ଭିସିଂ ଫ୍ରି ରଖାଯାଇଛି ।
First published: January 14, 2020, 3:32 PM IST