ଦ୍ୱିତୀୟ ନିର୍ଭୟା କାଣ୍ଡ: ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ; ପୂଜାରୀ ଓ ୨ ସାଥୀ ଅଭିଯୁକ୍ତ

ମୁଖ୍ୟ ଅଭିଯୁକ୍ତ ମନ୍ଦିରର ପୂଜାରୀ, ଯାହାଙ୍କୁ ସ୍ଥାନୀୟ ଲୋକେ ‘ମହାତ୍ମା’ ଡାକନ୍ତି, ରାତି ସାଢ଼େ ୧୧ଟାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରକୁ ଆଣିଥିଲେ । ମହାତ୍ମା ଫେରାର୍ ଅଛନ୍ତି । ମହିଳାଙ୍କୁ ଗ୍ୟାଙ୍ଗ ରେପ୍ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଲକ୍ଷ୍ନୌ: ଉତ୍ତର ପ୍ରଦେଶର (Uttar Pradesh) ବଦାୟୁଁ ଜିଲ୍ଲାର ଉଘୌଟି ଅଞ୍ଚଳରେ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଥିବା ୫୦ ବର୍ଷୀୟା ମହିଳା ଏକ ମନ୍ଦିରରେ ପୂଜା କରିବାକୁ ଯାଇଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି ।

ଏହି ମାମଲାରେ ମନ୍ଦିରର ପୂଜାରୀ ମହାତ୍ମା ସତ୍ୟନାରାୟଣ (Mahatma Satyanarayan) ଓ ତାଙ୍କର ଦୁଇ ସାଥୀଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ମନ୍ଦିରର ଏହି ପୂଜାରୀ ଏ ପର୍ଯ୍ୟନ୍ତ ଗିରଫ ହୋଇପାରି ନାହାନ୍ତି । ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପୋଲିସ ଦାବି କରିଛି ।

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା ନାର୍କୋ ଟେଷ୍ଟ୍ ହେବନି

ଏହି ଘଟଣା ସମ୍ପର୍କରେ ବଦାୟୁଁର ବରିଷ୍ଠ ପୋଲିସ ଅଧୀକ୍ଷକ ସଙ୍କଳ୍ପ ଶର୍ମା କହିଛନ୍ତି ଯେ ମହିଳାଙ୍କ ମୃତ୍ୟୁ ପରେ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଇପିସିର ଧାରା ୩୦୨ ଓ ୩୭୬-D ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି (Badayun gang rape murder case) । ‘‘ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଏହି ମାମଲାର ପ୍ରାଥମିକ ତଦନ୍ତରେ ଅବହେଳା ପାଇଁ ପୋଲିସ ଷ୍ଟେସନର ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଛି,’’ କହିଛନ୍ତି ଶର୍ମା ।

ଦୁଇ ଗିରଫ ଅଭିଯୁକ୍ତ


ମୃତା ମହିଳାଙ୍କ ପରିବାର ଅନୁଯାୟୀ ରବିବାର ସନ୍ଧ୍ୟାରେ ସେ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରି ନଥିଲେ । ତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ । ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ମନ୍ଦିରର ପୂଜାରୀ, ଯାହାଙ୍କୁ ସ୍ଥାନୀୟ ଲୋକେ ମହାତ୍ମା ନାମରେ ଡାକନ୍ତି ଓ ଜାଣନ୍ତି, ରାତି ସାଢ଼େ ୧୧ଟାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରକୁ ଆଣିଥିଲେ । ତାଙ୍କ ଦେହରେ ଭୀଷଣ ରକ୍ତସ୍ରାବ ହେଉଥିଲା । ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୂଜାରୀ ମହାତ୍ମା ସତ୍ୟନାରାୟଣଙ୍କ ସହ ଡ୍ରାଇଭର ଜସପାଲ ଓ ବେଦରାମ ନାମକ ଜଣେ ବ୍ୟକ୍ତି ଥିଲେ ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ

ଗଣଦୁଷ୍କର୍ମ (Badayun gang rape murder) ପରେ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଥିବା ଏହି ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କ ମୃତ୍ୟୁ ବିଷୟରେ ଥାନାରେ ଏତାଲା ଦେଇଥିଲେ, କିନ୍ତୁ ପୋଲିସ ତାଙ୍କ ଏତାଲାର ପଞ୍ଜିକରଣ କରି ନ ଥିଲା ।

ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

ମଙ୍ଗଳବାର ଦିନ ପୋଷ୍ଟମର୍ଟମ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଗ୍ୟାଙ୍ଗ ରେପ୍‌ ପରେ ଏକ ଅତି ଘୃଣ୍ୟ ଢଙ୍ଗରେ ମହିଳାଙ୍କ ହତ୍ୟା କରାଯାଇଥିଲା । ତା’ ପରେ ଯାଇ ପୋଲିସ ଏକ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା ଓ ବୁଧବାର ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।



ବଦାୟୁଁ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ୟଶପାଲ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, ‘‘ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ଗୁପ୍ତାଙ୍ଗରେ ଛୋଟ ଆଘାତ ଓ ଫ୍ରାକ୍ଚର୍‌ ଥିବା ଜଣାପଡ଼ିଛି । ଗୋଟିଏ ପାଦରେ ବି ଫ୍ରାକଚର ହୋଇଛି । ବାକି ଏମିତି ଆଘାତ ସବୁ ଲାଗିଛି ଯାହା ରଡ଼ ଦ୍ୱାରା କରାଯାଇଥିବା ପରି ଲାଗୁଛି । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ।’’
Published by:Anand ST Das
First published: