ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Badaun News: ୟୁପିରେ ମଧ୍ୟବୟସ୍କ ମହିଳାଙ୍କ ସହ 'ନିର୍ଭାୟା' ପରି କାଣ୍ଡ; ଗ୍ୟାଙ୍ଗ ରେପ୍ ପରେ ପ୍ରାଇଭେଟ ପାର୍ଟରେ ପୂରାଇଲେ ରଡ଼

Badaun News: ୟୁପିରେ ମଧ୍ୟବୟସ୍କ ମହିଳାଙ୍କ ସହ 'ନିର୍ଭାୟା' ପରି କାଣ୍ଡ; ଗ୍ୟାଙ୍ଗ ରେପ୍ ପରେ ପ୍ରାଇଭେଟ ପାର୍ଟରେ ପୂରାଇଲେ ରଡ଼

Badaun News: ଉତ୍ତର ପ୍ରଦେଶର ବାଦାଉନରେ ଜଣେ ମଧ୍ୟବୟସ୍କ ମହିଳାଙ୍କୁ (Badaun Gang Rape) ଗଣଦୁଷ୍କର୍ମ ପରେ ତାଙ୍କ ସହ ବର୍ବରତାର ସବୁ ସୀମା ଅତିକ୍ରମ କରାଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ପୂରାଯାଇଛି ।

Badaun News: ୟୁପିରେ ମଧ୍ୟବୟସ୍କ ମହିଳାଙ୍କ ସହ 'ନିର୍ଭାୟା' ପରି କାଣ୍ଡ; ଗ୍ୟାଙ୍ଗ ରେପ୍ ପରେ ପ୍ରାଇଭେଟ ପାର୍ଟରେ ପୂରାଇଲେ ରଡ଼
ୟୁପିରେ ମଧ୍ୟବୟସ୍କ ମହିଳାଙ୍କ ସହ 'ନିର୍ଭାୟା' ପରି କାଣ୍ଡ
  • News18 Odia
  • Last Updated: January 6, 2021, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଦାଉନ୍: ଉତ୍ତର ପ୍ରଦେଶର ବାଦାଉନରେ (Badaun news) ଜଣେ ମହିଳାଙ୍କ ସହ ନିର୍ଭୟା କେସ୍ (Nirbhaya Case) ଭଳି ବିଭତ୍ସ କାଣ୍ଡ ପୁନରାବର୍ତ୍ତୀ କରଯାଇଥିବାର ମାମଲା ସାମ୍ନାକୁ ଆସିଛି । ଏହି ବିଭତ୍ସ ଘଟଣା ଜଣେ ମଧ୍ୟବୟସ୍କ ମହିଳାଙ୍କ ସହିତ (Badaun Gang Rape) ହୋଇଛି । ମହିଳାଙ୍କ ସହ ଗଣଦୁଷ୍କର୍ମ ପରେ ତାଙ୍କର ମୃତ୍ୟୁ ଘଟିଛି । ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏହା ଆଶ୍ଚର୍ଯ୍ୟଜନକ ଖୋଲାସା ହୋଇଛି । ରିପୋର୍ଟ ଅନୁଯାୟୀ ମହିଳାଙ୍କ ଯୌନାଙ୍ଗରେ ରଡ଼ ଭଳି କିଛି ଜିନିଷ ପୂରାଯାଇ ତାଙ୍କ ପ୍ରାଇଭେଟ ପାର୍ଟରେ ଗୁରୁତର ଆଘାତ କରାଯାଇଛି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ମହିଳାଙ୍କ ମେରୁଦଣ୍ଡ ଓ ଗୋଡ ଭାଙ୍ଗି ଯାଇଛି । ଫୁସଫୁସକୁ ଭାରୀ ଜିନିଷ ସହିତ ଆଘାତ କରାଯାଇଛି । ଏହି ଘଟଣା ପରେ ଏସଏସପି ତୁରନ୍ତ ଏସପିଙ୍କୁ ଗ୍ରାମାଞ୍ଚଳକୁ ପଠାଇଛନ୍ତି ଓ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୪ ଟି ଟିମ୍ ଗଠନ କରାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ମହନ୍ତ ଓ ତାଙ୍କର ଜଣେ ସାଥୀ ତଥା ଡ୍ରାଇଭରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।

ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ଘଟଣାର ୧୮ ଘଣ୍ଟା ପରେ ପୀଡିତାଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଏଭଳି ପରିସ୍ଥିତିରେ ପୋଲିସ ମାମଲା ରୁଜୁ କରିବାରେ ବିଳମ୍ବ କରିଛି ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି । ରବିବାର ରାତିରେ ଏହି ଘଟଣା ଘଟିଥିଲା ​ଓ ମଙ୍ଗଳବାର ମହିଳାଙ୍କ ପୋଷ୍ଟମର୍ଟମ ହୋଇଥିଲା । ଖବର ଲେଖିବା ପର୍ଯ୍ୟନ୍ତ ପୋଲିସ ଜଣେ ଅଭିଯୁକ୍ତକୁ ଧରିଛି ।

ମହିଳାଙ୍କ ମୃତ୍ୟୁ ହେଲା
ଏହି ସମ୍ବେଦନଶୀଳ ଘଟଣା ଉଗାଇଟି ପୋଲିସ୍ ଷ୍ଟେସନ ଅଞ୍ଚଳର ଏକ ଗାଁର ଘଟିଛି । ଏହି ଗାଁର ଜଣେ ମହିଳା ରବିବାର ସନ୍ଧ୍ୟାରେ ନିକଟସ୍ଥ ଗାଁର ଏକ ମନ୍ଦିରକୁ ଯାଇଥିଲେ । ଏହା ପରେ ସେ ଆଉ ଫେରି ନଥିଲେ । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ରାତି ପ୍ରାୟ ୧୨ ଟା ବେଳେ ଜଣେ କାର୍ ଆରୋହୀ ଓ ଅନ୍ୟ ଦୁଇଜଣ ପୁରୁଷ ମହିଳାଙ୍କୁ ରକ୍ତସ୍ରାବ ଅବସ୍ଥାରେ ଛାଡି ପଳାଇ ଯାଇଥିଲେ । ରାତିରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । କୁହାଯାଏ ଯେ ପୂର୍ବରୁ ଅଭିଯୁକ୍ତ ମହିଳା ଚାନ୍ଦୁସିଙ୍କୁ ଚିକିତ୍ସା ପାଇଁ ପୂର୍ବରୁ ତାଙ୍କ କାରରେ ନେଇ ଯାଇଥିଲେ ।

ଦେଖନ୍ତୁ VIDEO | ୟେମେନରେ ବିମାନ ଓହ୍ଲେଇବା ପରେ ଭୀଷଣ ବିସ୍ଫୋରଣ; ୧୩ ଜଣଙ୍କ ମୃତ୍ୟୁ ହେଲା

ଗ୍ୟାଙ୍ଗ-ରେପ୍ ପରେ ପରିବାର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପରିବାର ସଦସ୍ୟ କହିଛନ୍ତି ଯେ ଅଭିଯୋଗ ପରେ ମଧ୍ୟ ଉଗାଇଟିର ପୋଲିସ ଷ୍ଟେସନ ଅଧିକାରୀ ରାଭେନ୍ଦ୍ର ପ୍ରତାପ ସିଂ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି । ଘଟଣାର ୧୮ ଘଣ୍ଟା ପରେ ସୋମବାର ଅପରାହ୍ନରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।



ପୋଷ୍ଟମର୍ଟମ ମହିଳା ଡାକ୍ତରଙ୍କ ସମେତ ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ଦ୍ୱାରା କରାଯାଇଥିଲା । ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ମହିଳାଙ୍କ ପ୍ରାଇଭେଟ ପାର୍ଟରେ ଗୁରୁତର ଆଘାତ କରାଯାଇଥିବା ଜଣାପଡିଛି । ବହୁ ରକ୍ତସ୍ରାବ ମଧ୍ୟ ହୋଇ ଯାଇଥିଲା । ଏହି ରିପୋର୍ଟରେ ଅନୁସାରେ ରଡ଼ ଭଳି କିଛି ଜିନିଷ ପୂରାଯାଇଥିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
Published by: Jagdish Barik
First published: January 6, 2021, 10:43 AM IST