News18 Odia Digital
କୋଲକାତା: ଗାୟକରୁ ବିଜେପି ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ହୋଇଥିବା ବାବୁଲ୍ ସୁପ୍ରିୟୋ (Babul Supriyo) ରାଜନୀତିରୁ ଅବସର ନେବେ ବୋଲି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୋସିଆଲ୍ ମିଡିଆରେ ଏହା ଉପରେ ଇଙ୍ଗିତ ଦେବାର କିଛି ଦିନ ପରେ ଶନିବାର ଦିନ ସେ ରାଜନୀତି ଛାଡୁଥିବା ନିଶ୍ଚିତ କରିଛନ୍ତି ଓ ଏକ ଫେସବୁକ୍ ପୋଷ୍ଟରେ 'ବିଦାୟ' କହିଛନ୍ତି ।
“ଅଲବିଦା! ମୁଁ ଅନ୍ୟ କୌଣସି ଦଳକୁ ଯାଉନାହିଁ – ତୃଣମୂଳ କଂଗ୍ରେସ, କଂଗ୍ରେସ, ସିପିଏମ୍ ବା ଅନ୍ୟ କୌଣସି ଦଳକୁ ଯାଉ ନାହିଁ । ମୁଁ ନିଶ୍ଚିତ କରୁଛି ଯେ ମୋତେ କେହି ଡାକି ବି ନାହାଁନ୍ତି । ମୁଁ ଗୋଟିଏ ଦଳର ଖେଳାଳି! ସର୍ବଦା ଗୋଟିଏ ଫୁଟବଲ୍ ଟିମକୁ ସମର୍ଥନ କରିଆସୁଛି – ମୋହନବାଗାନ୍, ଆଉ କେବଳ ଗୋଟିଏ ଦଳ ସହିତ ଅଛି – ପଶ୍ଚିମ ବଙ୍ଗର (West Bengal) ବିଜେପି । ବାସ୍!’’ ନିଜ ଫେସବୁକ୍ ପୋଷିଟରେ ଲେଖିଛନ୍ତି ଆସାନସୋଲ (Asansol) ସାଂସଦ ବାବୁଲ୍ ସୁପ୍ରିୟୋ ।
ଏହା ବି ପଢ଼ନ୍ତୁ | ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟସେ ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘‘ମୁଁ ବହୁତ ଦିନ ଧରି ରହିଲିଣି... ମୁଁ କାହାକୁ ସାହାଯ୍ୟ କରିଛି ତ କାହାକୁ ନିରାଶ ବି କରିଛି ।’’ ବଙ୍ଗଳା ଭାଷାରେ ଲେଖିଥିବା ଏହି ଲମ୍ବା ଫେସବୁକ୍ ପୋଷ୍ଟରେ ବିଜେପି ନେତା ସୁପ୍ରିୟୋ କହିଛନ୍ତି: “ମୁଁ ଆପଣମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଖୁସି କରିଛି, ଆଉ କେତେ ଜଣଙ୍କୁ ଦୁଃଖୀ କରିଛି, କିନ୍ତୁ ଦୀର୍ଘ ଆଲୋଚନା ପରେ ମୁଁ ଏବେ କହୁଛି ଯେ ମୁଁ ଯାଉଛି ।’’

ଏକ ନିର୍ବାଚନୀ ପ୍ରଚାର ସଭାରେ ନରେନ୍ଦ୍ର ମୋଦିଙ୍କ ସହ ବାବୁଲ୍ ସୁପ୍ରିୟୋ
ଦୁଇ ଥର ସାଂସଦ ଓ ମନ୍ତ୍ରୀ ଥିବା ବାବୁଲ୍ ସୁପ୍ରିୟୋ ଜୁଲାଇ ୭ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରୁ ବାଦ୍ ପଡ଼ିଥିବା ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଥିଲେ। ଏପ୍ରିଲ-ମେ’ ମାସରେ କେନ୍ଦ୍ରରେ ମନ୍ତ୍ରୀ ଥିବା ବେଳେ ସେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Polls) ବିଜେପିରୁ ଠିଆ ହୋଇଥିଲେ, ମାତ୍ର ତୃଣମୂଳ କଂଗ୍ରେସର ଅରୂପ ବିଶ୍ୱାସଙ୍କଠାରୁ ହାରିଯାଇଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ₹୨୫ ଲକ୍ଷ ନଗଦ; ପୁଳା ପୁଳା ସୁନା‘‘ରାଜନୀତିରେ ରହି ସାମାଜିକ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୋତେ ଏହି ଦ୍ୱନ୍ଦ୍ୱର ସମାଧାନ ନିଜେ କରିବାକୁ ଦିଅ । ଗତ କିଛି ଦିନ ହେବ ମୁଁ ଅମିତ ଶାହା ଓ ଜେ.ପି. ନଡ୍ଡାଜୀଙ୍କ ନିକଟକୁ ଯାଇଥିଲି ଓ ମୁଁ ଯାହା ଅନୁଭବ କରୁଛି ସେମାନଙ୍କୁ କହିଥିଲି। ମୁଁ ସେମାନଙ୍କ ପ୍ରେମକୁ କେବେ ବି ଭୁଲି ପାରିବି ନାହିଁ । ତେଣୁ ମୁଁ ସେମାନଙ୍କ ନିକଟକୁ ଯାଇ ଏ କଥା କହିପାରିବି ନାହିଁ । ସେମାନଙ୍କ ନିକଟକୁ ଯାଇ ଏହା କହିବାକୁ ମୋ’ର ସାହସ ନାହିଁ। ମୁଁ ସ୍ଥିର କରିଛି ମୁଁ କ'ଣ କରିବି । ଏହା ମୁଁ ବହୁ ସମୟ ପୂର୍ବରୁ ସ୍ଥିର କରିଥିଲି । ତେଣୁ ଯଦି ମୁଁ ବର୍ତ୍ତମାନ ସେମାନଙ୍କ ପାଖକୁ ଯାଏ, ସେମାନେ ମୋତେ ଭୁଲ୍ ବୁଝିପାରନ୍ତି ଓ ଭାବି ପାରନ୍ତି ଯେ ମୁଁ ବୋଧ ହୁଏ ବାର୍ଗେନିଂ କରୁଛି । ତାହା ଠିକ୍ ନୁହେଁ । ମୁଁ ଚାହେଁ ନାହିଁ ସେମାନେ କିଛି ଭୁଲ ଧାରଣା ରଖନ୍ତୁ । ମୁଁ କେବଳ ପ୍ରାର୍ଥନା କରୁଛି ଯେ ସେମାନେ ମୋତେ ଭୁଲ ନ ବୁଝନ୍ତୁ,’’ ଲେଖିଛନ୍ତି ବାବୁଲ୍ ସୁପ୍ରିୟୋ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଭୁବନେଶ୍ବର: ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ; ଉଦ୍ଧାର କରାଗଲାବିଜେପି ନେତୃତ୍ୱାଧୀନ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (ଏନ୍.ଡି.ଏ.) ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାବୁଲ ସୁପ୍ରିଓ ନଭେମ୍ବର ୨୦୧୪ରୁ ଜୁଲାଇ ୨୦୧୬ ପର୍ଯ୍ୟନ୍ତ ସହରାଞ୍ଚଳ ବିକାଶ, ଗୃହ ଓ ସହରାଞ୍ଚଳର ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଜୁଲାଇ ୨୦୧୬ରୁ ମେ ୨୦୧୯ ପର୍ଯ୍ୟନ୍ତ ଭାରୀ ଶିଳ୍ପ ତଥା ସାର୍ବଜନୀନ ଉଦ୍ୟୋଗଗୁଡିକ ପାଇଁ ରାଜ୍ୟ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ସେ ପରିବେଶ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ପଶ୍ଚିମ ବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ ସହ ଆସାନସୋଲ ସାଂସଦ ବାବୁଲ୍ ସୁପ୍ରିୟୋଙ୍କ ସମ୍ପର୍କ ତିକ୍ତ ରହିଛି । ଶନିବାର ଦିନ ଫେସବୁକରେ ବାବୁଲ୍ ନିଜ ସନ୍ନ୍ୟାସ ଘୋଷଣା କରିବା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଦିଲୀପ ଘୋଷ କହିଥିଲେ, ‘‘ମୁଁ କାହାରି ଫେସବୁକ୍ ଓ ଟ୍ୱିଟର୍ ପୋଷ୍ଟ ଦେଖେ ନାହିଁ । ଯଦି କେହି ସ୍ୱେଚ୍ଛାରେ ଦଳ ଛାଡ଼ିବାକୁ ଚାହୁଁଛି, ତାହେଲେ ସେଇଟା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।