News18 Odia Digital
କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ (Babul Supriyo) ବିଜେପିକୁ ଏକ ବଡ ଝଟକା ଦେଇଛନ୍ତି । ପଶ୍ଚିମ ବଙ୍ଗର ଏହି ଯୁବ ନେତା ତୃଣମୂଳ କଂଗ୍ରେସରେ (Trinamool Congress, TMC) ଯୋଗ ଦେଇଛନ୍ତି । ବାବୁଲ ସୁପ୍ରିୟୋ ଟି.ଏମ.ସି. ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ (TMC General Secretary Abhishek Banerjee) ଓ ଦଳର ସାଂସଦ ଡେରେକ ଓ’ ବ୍ରାଏନଙ୍କ (MP Derek O'Brien) ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ନିକଟରେ କେନ୍ଦ୍ର କ୍ୟାବିନେଟରେ ପୁନଃନିର୍ମାଣ ସମୟରେ ବାବୁଲ ସୁପ୍ରିଓଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ସୁପ୍ରିଓ ପଶ୍ଚିମ ବଙ୍ଗର (West Bengal) ଆସାନସୋଲ ଆସନରୁ ବିଜେପି ସାଂସଦ ଅଛନ୍ତି । ଏବେ ପଶ୍ଚିମ ବଙ୍ଗର ଭବାନୀପୁର ଆସନରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସୁପ୍ରିମୋ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ରାଜ୍ୟ ରାଜନୀତିରେ ଏକ ଚାଞ୍ଚଲ୍ୟ ଖେଳାଇଛନ୍ତି । ଭବାନୀପୁର ଆସନରୁ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ନିଜେ ପ୍ରାର୍ଥୀ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ
ଗାୟକରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିଓଙ୍କୁ ପ୍ରାୟ ଦୁଇ ମାସ ତଳେ କେନ୍ଦ୍ର ପରିବେଶ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି ଓ ରାଜନୀତି ଛାଡି଼ଦେବେ ବୋଲି କହିଥିଲେ । ହେଲେ ବରିଷ୍ଠ ବିଜେପି ନେତା ତଥା ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେ.ପି. ନଡ୍ଡାଙ୍କ ସହ କଥାବାର୍ତ୍ତା ପରେ ସେ ସଂସଦ ସଦସ୍ୟ ରହିବେ ବୋଲି କହିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ
ନିକଟରେ ଅନୁଷ୍ଠିତ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଜିତିବା ପରଠାରୁ ବାବୁଲ ସୁପ୍ରିଓ ପଞ୍ଚମ ନେତା ଯିଏ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଅନ୍ୟ ଚାରି ଜଣ ନେତା ବିଜେପିର ବିଧାୟକ । ତୃଣମୂଳ କଂଗ୍ରେସରେ ବାବୁଲ ସୁପ୍ରିଓଙ୍କ ଯୋଗଦାନ ପଶ୍ଚିମ ବଙ୍ଗରେ ବିଜେପି ପାଇଁ ଏକ ବଡ଼ ପ୍ରତିବନ୍ଧକ ହୋଇପାରେ ବୋଲି ବିବେଚନା କରାଯାଉଛି ।
ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ଖୋର୍ଦ୍ଧାର ମାନବବାଦ ସଙ୍ଗଠନର ମୁଖା; ୬ ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ୪୩ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା ଓ ଅନେକ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିଲା । ମନ୍ତ୍ରିମଣ୍ଡଳ ଛାଡି଼ଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁପ୍ରିଓ ବି ଥିଲେ । ସେହି ଦିନଠାରୁ ସେ ବିଜେପି ଉପରେ କ୍ରୋଧିତ ଥିବା କୁହାଯାଉଥିଲା । ସୁପ୍ରିଓ ଜୁଲାଇ ଶେଷରେ ଏକ ଫେସବୁକ୍ ପୋଷ୍ଟ ଲେଖିଥି ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ଅନ୍ୟ କୌଣସି ପାର୍ଟିକୁ ଯାଉନାହାଁନ୍ତି । ‘‘ମୁଁ ଗୋଟିଏ ଦଳର ଖେଳାଳି ଓ ଗୋଟିଏ ଦଳକୁ ସର୍ବଦା ସମର୍ଥନ କରିଆସୁଛି,’’ ସେ ଲେଖିଥିଲେ । ହେଲେ ଏବେ ବାବୁଲ ସୁପ୍ରିଓ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO ୩.୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ
ବାବୁଲ ସୁପ୍ରିଓ ୨୦୧୪ରେ ବିଜେପିରେ ଯୋଗ ଦେଇ ନିଜ ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ସେହି ବର୍ଷର ଲୋକସଭା ନିର୍ବାଚନରେ ତାଙ୍କର ବିଜୟ ପରେ ତାଙ୍କୁ ନଗର ଉନ୍ନୟନ ମନ୍ତ୍ରୀ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦିତୀୟ ପାଳିରେ ଏହି ବର୍ଷ ଜୁଲାଇ ମାସରେ କ୍ୟାବିନେଟ ପୁନଃନିର୍ମାଣ ହେବା ପର୍ଯ୍ୟନ୍ତ ସେ ପରିବେଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହି ବର୍ଷ ସେ ଟଲିଗୁଞ୍ଜ ବିଧାନ ସଭା ଆସନରୁ ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ ୫୦,୦୦୦ ଭୋଟରେ ହାରି ଯାଇଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।