News18 Odia Digital
ନୂଆ ଦିଲ୍ଲୀ: ଦୁଇ ଦିନ ପୂର୍ବେ ରାଜନୀତିରୁ ଅବସର ଘୋଷଣା କରିଥିବା ପଛ୍ଚିମ ବଙ୍ଗର ବିଜେପି ସାଂସଦ ବାବୁଲ ସୁପ୍ରିଓ (Babul Supriyo) ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ (JP Nadda) ଭେଟିଛନ୍ତି । ଏହି ବୈଠକ ପରେ ବାବୁଲ ସୁପ୍ରିଓ ଏକ ବଡ ନିଷ୍ପତ୍ତି ନେଇ କହିଛନ୍ତି ଯେ ସେ ରାଜନୀତି ଛାଡି଼ଛନ୍ତି, କିନ୍ତୁ ସେ ସାଂସଦ ରହିବେ ।
ବାବୁଲ ସୁପ୍ରିଓ ପଶ୍ଚିମ ବଙ୍ଗର ଆସାନସୋଲର (Asansol) ସାଂସଦ। ସେ କହିଛନ୍ତି, ‘‘ମୁଁ ସାଂସଦ ଭାବରେ ସାମ୍ବିଧାନିକ ରୂପେ ଆସାନସୋଲ ପାଇଁ କାର୍ଯ୍ୟ ଜାରି ରଖିବି । କିନ୍ତୁ ମୁଁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବି ନାହିଁ ।’’ ସେ କହିଛନ୍ତି ଯେ ଦିଲ୍ଲୀରେ ଥିବା ନିଜ ସରକାରୀ ସାଂସଦ ବାସଭବନକୁ ବି ସେ ଖୁବ୍ ଜଲଦି ଖାଲି କରିଦେବେ ।
ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ କ’ଣ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?ଏକ ଟ୍ୱିଟ୍ କରି ବାବୁଲ୍ କହିଛନ୍ତି, ‘‘ମୁଁ ଆଉ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେବି ନାହିଁ । ରାଜନୀତି ସାମ୍ବିଧାନିକ ପଦବୀ ବାହାରେ । ’’ ସେ ପୁଣି ଥରେ ନିଜ ପୂର୍ବ ବକ୍ତବ୍ୟ ଦୋହରାଇ କହିଛନ୍ତି ଯେ ସେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ । ‘‘ମୁଁ ସାଂସଦ ଭାବରେ ଦିଲ୍ଲୀରେ ପାଇଥିବା ବଙ୍ଗଳାକୁ ମଧ୍ୟ ଖାଲି କରିବି ଓ ସୁରକ୍ଷା କର୍ମୀଙ୍କୁ ଶୀଘ୍ର ସେମାନଙ୍କ କାର୍ଯ୍ୟରୁ ମୁକ୍ତ କରିବି,’’ କହିଛନ୍ତି ବାବୁଲ ସୁପ୍ରିୟୋ ।
ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ୫ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲାଗାୟକରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିଓ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ରାଜନୀତିରୁ ଅବସର ଗ୍ରହଣ କରିବାର ଘୋଷଣା କରିଥିଲେ । ସେ ନିଜ ଫେସବୁକ୍ ପୋଷ୍ଟରେ ଲେଖିଥିଲେ ଯେ ସେ ସାମାଜିକ ସେବା ଉଦ୍ଦେଶ୍ୟରେ ରାଜନୀତିରେ ପ୍ରବେଶ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ଏଥିରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ସାମାଜିକ ସ୍ୱାର୍ଥର କାର୍ଯ୍ୟ ରାଜନୀତି ବାହାରେ ବି କରାଯାଇପାରିବ । ଏଥିପାଇଁ ରାଜନୀତିରେ ରହିବାର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ ।
ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ ଶୀଘ୍ର ଜେରା ହେବନିଜ ପୋଷ୍ଟରେ ବାବୁଲ୍ ଏହା ବି କହିଥିଲେ ଯେ ସେ ଅନ୍ୟ କୌଣସି ଦଳକୁ ଯାଉନାହାଁନ୍ତି, ନା ତୃଣମୂଳ କଂଗ୍ରେସ ନା କଂଗ୍ରେସ ନା ସିପିଏମ୍ । ‘‘ମୁଁ ସ୍ପଷ୍ଟ କହୁଛି ଯେ ମୁଁ କୌଣସି ଦଳରୁ କୌଣସି ପ୍ରକାରେ କଲ୍ ପାଇ ନାହିଁ। ମୁଁ ଗୋଟିଏ ଦଳର ଖେଳାଳି ଓ ସର୍ବଦା କେବଳ ଗୋଟିଏ ଦଳକୁ ସମର୍ଥନ କରିଆସୁଛି ,’’ ସେ ଲେଖିଥିଲେ । ନିଜ ଅବସର ଘୋଷଣା ସହିତ ସେ ପଷ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନରେ ନିଜ ପରାଜୟ ପାଇଁ ବି ଦାୟିତ୍ୱ ନେଇଥିଲେ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ମିଳିଲା ₹୨୫ ଲକ୍ଷ ନଗଦ; ପୁଳା ପୁଳା ସୁନାବିଜେପି ନେତୃତ୍ୱାଧୀନ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (ଏନ୍.ଡି.ଏ.) ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବାବୁଲ ସୁପ୍ରିଓ ନଭେମ୍ବର ୨୦୧୪ରୁ ଜୁଲାଇ ୨୦୧୬ ପର୍ଯ୍ୟନ୍ତ ସହରାଞ୍ଚଳ ବିକାଶ, ଗୃହ ଓ ସହରାଞ୍ଚଳର ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଜୁଲାଇ ୨୦୧୬ରୁ ମେ ୨୦୧୯ ପର୍ଯ୍ୟନ୍ତ ଭାରୀ ଶିଳ୍ପ ତଥା ସାର୍ବଜନୀନ ଉଦ୍ୟୋଗଗୁଡିକ ପାଇଁ ରାଜ୍ୟ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ସେ ପରିବେଶ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ପଶ୍ଚିମ ବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ ସହ ଆସାନସୋଲ ସାଂସଦ ବାବୁଲ୍ ସୁପ୍ରିୟୋଙ୍କ ସମ୍ପର୍କ ତିକ୍ତ ରହିଛି । ଶନିବାର ଦିନ ଫେସବୁକରେ ବାବୁଲ୍ ନିଜ ସନ୍ନ୍ୟାସ ଘୋଷଣା କରିବା ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ଦିଲୀପ ଘୋଷ କହିଥିଲେ, ‘‘ମୁଁ କାହାରି ଫେସବୁକ୍ ଓ ଟ୍ୱିଟର୍ ପୋଷ୍ଟ ଦେଖେ ନାହିଁ । ଯଦି କେହି ସ୍ୱେଚ୍ଛାରେ ଦଳ ଛାଡ଼ିବାକୁ ଚାହୁଁଛି, ତାହେଲେ ସେଇଟା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।