ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ

ଏହି ପ୍ରସିଦ୍ଧ ମହିଳା ଭବିଷ୍ୟତବକ୍ତା ପୂର୍ବରୁ କହିଥିବା ଅନେକ କଥା ସତ ପ୍ରମାଣିତ ହେଇସାରିଛି । ସେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ଆମେରିକା ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ସମେତ ଦୁନିଆରେ ଘଟିଥିବା ଅନେକ ଘଟଣାର ସଠିକ୍ ପୂର୍ବାନୁମାନ କରିଥିଲେ ।

ବାବା ଭେଙ୍ଗାଙ୍କ ଭବିଷ୍ୟତ ବାଣୀ: ୨୦୨୧ରେ ବିଶ୍ୱ ପ୍ରଳୟର ସାମନା କରିବ; ଟ୍ରମ୍ପ୍ କାଲ ହୋଇଯିବେ
ବାବା ଭେଙ୍ଗା
  • News18 Odia
  • Last Updated: December 25, 2020, 7:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲଣ୍ଡନ: ବାଲକାନର ନୋଷ୍ଟ୍ରାଡାମସ୍ (Nostradamus) ଭାବରେ ଜଣାଶୁଣା ପ୍ରସିଦ୍ଧ ଭବିଷ୍ୟତବକ୍ତା ବାବା ଭେଙ୍ଗା (Baba Vainga) ଆସୁଥିବା ନୂଆ ବର୍ଷ ବିଷୟରେ କେତେକ ଆଶ୍ଚର୍ଯ୍ୟଜନକ ଭବିଷ୍ୟତ ବାଣୀ କରିଛନ୍ତି । ତାଙ୍କ ଅନୁସାରେ ପୂରା ମାନବ ଜାତି ପାଇଁ ୨୦୨୧ ମସିହାଟି ବିପଜ୍ଜନକ ହେବାକୁ ଯାଉଛି ।

ଉଲ୍ଲେଖନୀୟ କଥା ହେଉଛି ଯେ ୧୯୯୬ ମସିହାରେ ୮୬ ବର୍ଷ ବୟସରେ ବିଶ୍ୱକୁ ବିଦାୟ ଦେଇଥିବା ଏହି ପ୍ରସିଦ୍ଧ ମହିଳା ଭବିଷ୍ୟତବକ୍ତା ପୂର୍ବରୁ କହିଥିବା ଅନେକ କଥା ସତ ପ୍ରମାଣିତ ହେଇସାରିଛି । ସେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଆମେରିକା ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ଇଂଲାଣ୍ଡର ବ୍ରେକ୍ସିଟ୍‌ ସଙ୍କଟ ସମେତ ଦୁନିଆରେ ଘଟିଥିବା ଅନେକ ଘଟଣାକୁ ସଠିକ୍ ଭାବରେ ପୂର୍ବାନୁମାନ କରିଥିଲେ ।

ଏହା ବି ପଢ଼ନ୍ତୁ | ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

୨୦୨୧ ମସିହା ବିଷୟରେ ବାବା ଭେଙ୍ଗା କହିଛନ୍ତି ଯେ ଏହି ବର୍ଷ ବିଶ୍ୱ ଅନେକ ପ୍ରଳୟ ଓ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏଥି ସହିତ ସେ କହିଛନ୍ତି ଯେ ଏକ ବଡ଼ ଡ୍ରାଗନ୍ (dragon) ପୂରା ମାନବ ଜାତିକୁ ନିଜ କବଳକୁ ନେଇନେବ । ବିଶେଷଜ୍ଞଙ୍କ ଅନୁଯାୟୀ ବାବା ଭେଙ୍ଗା ଏହି କଥା କହି ଚୀନ୍ (China) ଆଡ଼କୁ ଇଙ୍ଗିତ କରିଯାଇଛନ୍ତି ।

ଏହା ବ୍ୟତୀତ ବାବା ଭେଙ୍ଗା ଇନ୍ଧନ (fuel) ବିଷୟରେ ମଧ୍ୟ ଅନେକ କିଛି କହିଯାଇଛନ୍ତି । ତାଙ୍କ କହିବା ଅନୁସାରେ ପେଟ୍ରୋଲିୟମର ଉତ୍ପାଦନ ବନ୍ଦ ହେବା ପରେ ଟ୍ରେନ୍ ସୂର୍ଯ୍ୟ କିରଣ ସହାୟତାରେ ପବନରେ ଉଡ଼ିବ ।

ଏହା ବି ପଢ଼ନ୍ତୁ | ପରୀକୁ ଗଳା ଚିପି ହତ୍ୟା କରିବା ପରେ ତା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ସରୋଜ: ଅରୁଣ ବୋଥ୍ରା

ବାବା ଭେଙ୍ଗା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଓ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ (Vladimir Putin) ଭବିଷ୍ୟତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏକ ରହସ୍ୟମୟ ରୋଗ ଟ୍ରମ୍ପଙ୍କୁ ଘେରି ରହିବ । ସେହି ରୋଗ କାରଣରୁ ଟ୍ରମ୍ପ୍‌ ବଧିର (କାଲ) ହୋଇଯିବେ ଓ ମସ୍ତିଷ୍କରେ ଆଘାତ ପାଇବେ ।

ପୁଟିନଙ୍କ ଉପରେ ତାଙ୍କ ନିଜ ଦେଶରୁ ଜଣେ କେହି ଏକ ଆକ୍ରମଣ କରିବ ବୋଲି କହିଛନ୍ତି ବାବା ଭେଙ୍ଗା । ଏହା ବ୍ୟତୀତ ସେ କହିଛନ୍ତି ଯେ ଇସ୍‌ଲାମିକ ମୌଳିକବାଦୀମାନେ (Islamic fundamentalists) ୟୁରୋପ ଉପରେ ଆକ୍ରମଣ କରିବେ।

ଏହା ବି ପଢ଼ନ୍ତୁ | ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

ଗୋଟିଏ ପଟେ ବାବା ଭେଙ୍ଗାଙ୍କ ଏହି ସବୁ ଭବିଷ୍ୟବାଣୀ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ କିଛି ଆଶ୍ୱସ୍ତିର ଖବର ମଧ୍ୟ ଆସିଛି । ସେ କହିଛନ୍ତି ଯେ ୨୦୨୧ ମସିହାରେ ବିଶ୍ୱ କର୍କଟ ରୋଗରୁ (cancer) ମୁକ୍ତି ପାଇବ । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚଳିତ ବର୍ଷ ହିଁ କର୍କଟ ରୋଗର ସଫଳ ଚିକିତ୍ସାର ଉପାୟ ଓ ଔଷଧ ଆସିଯିବ । ସେ ଅନ୍ୟ ଏକ ଘଟଣା ଆଡ଼କୁ ଇଙ୍ଗିତ କରି କହିଛନ୍ତି ଯେ ୨୦୨୧ ମସିହାରେ ‘‘ତିନି ରାକ୍ଷସ ଏକତ୍ର ହୋଇଯିବେ’’।

ବାବା ଭେଙ୍ଗାଙ୍କ ମୂଳ ନାମ ଥିଲା ଭାଞ୍ଜେଲିୟା ପାଣ୍ଡେଭା ଗୁଷ୍ତେରୋଭା (Vangeliya Pandeva Gushterova) । ସେ ଏହା ପୂର୍ବରୁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଛନ୍ତି। ସୋଭିଏତ୍ ୟୁନିଅନର ଭାଙ୍ଗିଯିବା, ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ଶେର୍ଣ୍ଣୋବିଲ୍ ବିପର୍ଯ୍ୟୟ ଭଳି ତାଙ୍କର ଅନେକ ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ହୋଇଛି।



ବାବା ଭେଙ୍ଗା ନିଜ ମୃତ୍ୟୁ ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ। ତାଙ୍କ ଭବିଷ୍ୟତବାଣୀ ଅନୁସାରେ ବ୍ରହ୍ମାଣ୍ଡ ୫୦୭୯ ମସିହାରେ ସମାପ୍ତ ହୋଇଯିବ ।
Published by: Anand Shankar Thankur Das
First published: December 25, 2020, 7:36 PM IST
corona virus btn
corona virus btn
Loading