ବାବା ରାମଦେବ ହାତୀ ଉପରେ ବସି ଯୋଗ କରୁଥିଲେ, ତଳେ ପଡ଼ିଗଲେ; ଦେଖନ୍ତୁ VIDEO

ଏହି ଭାଇରାଲ୍ ଭିଡିଓରେ ବାବା ରାମଦେବ ଏକ ହାତୀ ଉପରେ ଯୋଗ କରୁଥିବା ନଜର ଆସିଛନ୍ତି । ଆରମ୍ଭରେ ସବୁ କିଛି ଠିକ୍ ଦେଖାଯାଉଛି, କିନ୍ତୁ ହଠାତ୍ ତାଙ୍କ ଭାରସାମ୍ୟ ବିଗିଡି଼ଯାଉଛି ଓ ସେ ତଳେ ପଡ଼ିଯାଉଥିବା ଦେଖାଯାଉଛି ।

ବାବା ରାମଦେବ ହାତୀ ଉପରେ ବସି ଯୋଗ କରୁଥିଲେ, ତଳେ ପଡ଼ିଗଲେ; ଦେଖନ୍ତୁ VIDEO
ହାତୀ ଉପରେ ବସି ଯୋଗ କରୁଛନ୍ତି ବାବା ରାମଦେବ
  • News18 Odia
  • Last Updated: October 13, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମଥୁରା: ହାତୀ ଉପରେ ବସି ଯୋଗ ଅଭ୍ୟାସ କରିବା ଯୋଗ ଗୁରୁ ବାବା ରାମଦେବଙ୍କୁ (Baba Ramdev) ମହଙ୍ଗା ପଡ଼ିଛି । ହାତୀ ପିଠିରେ ବସି ଯୋଗ କରୁଥିବା ବେଳେ ସେ ହଠାତ୍ ତଳେ ପଡ଼ିଯାଇଥିଲେ । ଏବେ ସେହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି (viral video) ।

ପ୍ରାୟ ୨୨ ସେକେଣ୍ଡର ଏହି ଭିଡିଓଟି (Baba Ramdev elephant video) ମଥୁରାର ରାମଣରେତି ଆଶ୍ରମର ବୋଲି କୁହାଯାଉଛି । ସେଠାରେ ଥିବା ସାଧୁମାନଙ୍କୁ ଯୋଗ ଶିକ୍ଷା ଦେବାକୁ ବାବା ରାମଦେବ ଆସିଥିଲେ । ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରୁ ଏକ ମଜାଦାର କ୍ୟାପସନ୍ ସହିତ ଏହି ଭିଡିଓ ସେୟାର କରିଛନ୍ତି ।

ଏହି ଭାଇରାଲ୍ ଭିଡିଓରେ ବାବା ରାମଦେବ ଏକ ହାତୀ ଉପରେ ଯୋଗ କରୁଥିବା ନଜର ଆସିଛନ୍ତି । ଆରମ୍ଭରେ ସବୁ କିଛି ଠିକ୍ ଦେଖାଯାଉଛି, କିନ୍ତୁ ହଠାତ୍ ହାତୀ ଉପରେ ବସି ଯୋଗ କରୁଥିବା ବାବା ରାମଦେବଙ୍କ ଭାରସାମ୍ୟ ବିଗିଡି଼ଯାଉଛି ଓ ସେ ତଳେ ପଡ଼ିଯାଉଥିବା ଦେଖାଯାଉଛି ।

କୁହାଯାଉଛି ଯେ ଏହି ଦୁର୍ଘଟଣାରେ ବାବା ରାମଦେବ ଅଧିକ ଆଘାତ ପାଇନାହାଁନ୍ତି । ଭିଡିଓର ଶେଷ ସେକେଣ୍ଡରେ ବାବା ପଡ଼ିଯାଇ ପୁଣି ଠିଆ ହୋଇ ଚାଲି ଯାଉଥିବାର ଦେଖାଯାଉଛନ୍ତି ।

ସେହି ଭିଡିଓ ଦେଖନ୍ତୁ:



ଏହା ବି ପଢ଼ନ୍ତୁ | ଓଡ଼ିଶା Bypoll: କଂଗ୍ରେସର ବାଲେଶ୍ୱରରେ ପ୍ରାର୍ଥୀ ମମତା କୁଣ୍ଡୁ, ତିର୍ତ୍ତୋଲରେ ହିମାଂଶୁ ମଲ୍ଲିକ

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ସୂଚନା ଅନୁସାରେ ଯୋଗ ଗୁରୁ ବାବା ରାମଦେବ ସୋମବାର ମହାବନ ରମାଣରେତୀରେ ଅବସ୍ଥିତ କରଶାଣୀ ଗୁରୁ ଶରଣାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ରହୁଥିବା ସାଧୁମାନଙ୍କୁ ସେ ଯୋଗ ଶିକ୍ଷା ଦେଉଥିଲେ।



ଏହି ସମୟରେ ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ବାବା ରାମଦେବଙ୍କ ଟ୍ୱିଟ୍ ହ୍ୟାଣ୍ଡେଲରୁ ଏହି କାର୍ଯ୍ୟକ୍ରମର କିଛି ଫଟୋ ବି ସେୟାର କରାଯାଇଛି ।
Published by: Anand Shankar Thankur Das
First published: October 13, 2020, 11:56 PM IST
corona virus btn
corona virus btn
Loading