ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମାତ୍ର ୩୦ ଦିନରେ ହ୍ରାସ୍ କରିପାରିବେ ନିଜ ଶୀରରର ଓଜନ; ଜାଣନ୍ତୁ ବାବା ରାମ ଦେବଙ୍କ କିଛି ଟିପ୍ସ ବିଷୟରେ...

ମାତ୍ର ୩୦ ଦିନରେ ହ୍ରାସ୍ କରିପାରିବେ ନିଜ ଶୀରରର ଓଜନ; ଜାଣନ୍ତୁ ବାବା ରାମ ଦେବଙ୍କ କିଛି ଟିପ୍ସ ବିଷୟରେ...

ଖାଇବା ପରେ ବଜ୍ର ଆସନ କରିବା ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଯୋଗ ଗୁରୁମାନେ ମୋଟାପଣରୁ ମୁକ୍ତି ପାଇବା ପାଇଁ ବଜ୍ର ଆସନ କରିବାକୁ ପରାମର୍ଶ ଦିଅନ୍ତି ।

ମାତ୍ର ୩୦ ଦିନରେ ହ୍ରାସ୍ କରିପାରିବେ ନିଜ ଶୀରରର ଓଜନ; ଜାଣନ୍ତୁ ବାବା ରାମ ଦେବଙ୍କ କିଛି ଟିପ୍ସ ବିଷୟରେ...
ମାତ୍ର ୩୦ ଦିନରେ ହ୍ରାସ୍ କରିପାରିବେ ନିଜ ଶୀରରର ଓଜନ
  • News18 Odia
  • Last Updated: November 23, 2021, 12:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଜିର ସମୟରେ, ଖରାପ ଖାଦ୍ୟ, ଖରାପ ଜୀବନଶୈଳୀ ଓ ଅଳସୁଆ ହେତୁ ଲୋକେ ମୋଟାପଣର ଶିକାର ହେଉଛନ୍ତି । ଓଜନ ବଢ଼ାଇବା କିମ୍ବା ମେଦବହୁଳତା କେବଳ ଆପଣଙ୍କର ବାହ୍ୟ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ ନାହିଁ, ବରଂ ଏହି ଲୋକେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ମଧ୍ୟ ହୁଅନ୍ତି । ବେଳେବେଳେ ମେଦବହୁଳତା ମଧୁମେହ, ହୃଦଘାତ ଓ ଅନ୍ୟାନ୍ୟ ରୋଗର ଶିକାର ହେବାର ଆଶଙ୍କା ମଧ୍ୟ ବଢ଼ାଇଥାଏ । ସେଥିପାଇଁ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଲୋକଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି। କିଛି ଲୋକ ଡାଏଟିଂ କରନ୍ତି ଓ ଆଉ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଜିମରେ ଝାଳନ୍ତି ଗଡ଼ାନ୍ତି । ତେବେ ଯୋଗ ଗୁରୁ ବାବା ରାମଦେବଙ୍କ ଅନୁଯାୟୀ ଯୋଗ କରିବା ସହିତ କିଛି ପ୍ରାକୃତିକ ଉପଚାର ଗ୍ରହଣ କଲେ କିଛି ଦିନ ମଧ୍ୟରେ ଓଜନ ହ୍ରାସ ହୋଇପାରେ।

ବାବା ରାମଦେବ ଏପରି ୫ଟି ଟିପ୍ସ ଦେଇଛନ୍ତି, ଯାହା ନିୟମିତ ଗ୍ରହଣ କରି ଏକ ମାସ ମଧ୍ୟରେ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିବ । ଜାଣନ୍ତୁ ସେହି ଟିପ୍ସଗୁଡ଼ିକ କ’ଣ...

କପାଳଭାତୀ: ଯୋଗ ଗୁରୁଙ୍କ ଅନୁଯାୟୀ, କପାଳଭାତୀ ମାଧ୍ୟମରେ ୪୫ ଦିନ ପର୍ଯ୍ୟନ୍ତ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ହ୍ରାସ କରାଯାଇପାରେ । କପାଳଭାତୀ ମାଧ୍ୟମରେ କେବଳ ଶରୀରର ଅତିରିକ୍ତ ଚର୍ବି ହ୍ରାସ ହୋଇପାରିବ ନାହିଁ, ଯକୃତ ଓ କିଡନୀ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ଏହି ପ୍ରାଣାୟାମ ମନକୁ ଚାପମୁକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଶରୀରକୁ ଡିଟକ୍ସଇଫ୍ କରି ବିଷାକ୍ତ ପଦାର୍ଥ ବାହାର କରିଦିଏ, ଯାହା ହଜମ ଶକ୍ତିରେ ଉନ୍ନତି ଆଣେ ।

ଉଷୁମ ପାଣି: ଦୈନିକ ଏକ ଗ୍ଲାସ୍ ଉଷୁମ ପାଣି ପିଇଲେ, ଗୋଟିଏ ମାସରେ ଅତି କମରେ ୨ କିଲୋଗ୍ରାମ ଓଜନ ହ୍ରାସ କରାଯାଇପାରେ । ଉଷୁମ ପାଣି ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ଚିନି: ବାବା ରାମଦେବଙ୍କ ଅନୁଯାୟୀ, ମୋଟାପଣ କମାଇବା ପାଇଁ, ଆପଣଙ୍କ ଖାଦ୍ୟରୁ ଚିନିର ମାତ୍ର କମ୍ କରନ୍ତୁ । କାରଣ ମୋଟାପଣ ବୃଦ୍ଧି ପାଇଁ ଚିନି ହେଉଛି ଏକ ମୁଖ୍ୟ କାରଣ ।

ଭୋଜନ ପରେ ବଜ୍ର ଆସନ କରନ୍ତୁ: ଭୋଜନ ପରେ ବଜ୍ର ଆସନ କରିବା ମୋଟାପଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ ଯୋଗ ଗୁରୁମାନେ ମୋଟାପଣରୁ ମୁକ୍ତି ପାଇବା ପାଇଁ ବଜ୍ର ଆସନ କରିବାକୁ ପରାମର୍ଶ ଦିଅନ୍ତି ।

ଉପବାସ: ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇପାରେ । ଗୋଟିଏ ଦିନ ଉପବାସ କରି ରକ୍ତଚାପ ଓ ରକ୍ତରେ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ ହୋଇପାରେ ।
Published by: Lipina Das
First published: November 23, 2021, 12:38 PM IST