News18 Odia Digital
ନୂଆ ଦିଲ୍ଲୀ: କରୋନା ଟିକା ନେବା ପରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ସଂକ୍ରମଣକୁ ଚିକିତ୍ସା ବିଜ୍ଞାନର ବିଫଳତା ବୋଲି ରାମଦେବ କହିଛନ୍ତି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାମ ଦେବ ବାବାଙ୍କୁ ଚେତାବନୀ ଦେଇ କୋର୍ଟ କହିଛନ୍ତି,"ସରକାରୀ ସୂଚନା ବ୍ୟତୀତ ଆଉ କିଛି କୁହ ନାହିଁ। ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ।"
ଏଲୋପାଥି ବିରୋଧରେ ବିବୃତ୍ତି ଦେଇଥିବାରୁ ରାମଦେବଙ୍କ ବିରୋଧରେଅନେକ ଏଲୋପାଥି ଡାକ୍ତର ସଂଗଠନ ମକଦ୍ଦମା ଦାୟର କରିଥିଲେ।
ଏହାର ଶୁଣାଣି କରି ବିଚାରପତି ଜଷ୍ଟିସ ଅନୁପ ଜୟରାମ ମଭାନୀ କହିଛନ୍ତି କି ପ୍ରାଚୀନ ଔଷଧ ବିଜ୍ଞାନ, ଆର୍ୟୁବେଦକୁ ସମ୍ମାନ କରାଯିବା ଉଚିତ । ହେଲେ ଏହାର ବ୍ୟବସାୟ ଉଦ୍ଦେଶ୍ୟ ରଖି ଲୋକମାନଙ୍କୁ ଭୁଲ ତଥ୍ୟ ଦେବା ଅନୁଚିତ । ଆପଣଙ୍କ ଶବ୍ଦକୁ ଲୋକ ଭୁଲ ଭାବେ ଗ୍ରହଣ କରିପାରନ୍ତି। ଆପଣଙ୍କ ବିବୃତ୍ତି ଦ୍ୱାରା ଭାରତ ସହ ଆମେରିକାର ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇପାରେ।
ଆହୁରି ମଧ୍ୟ ଜଷ୍ଟିସ କହିଛନ୍ତି କି ଦେଶର ନିଜର ବ୍ୟବସାୟ ବୃଦ୍ଧି କରିବା ଓ ଗ୍ରାହକ ବୃଦ୍ଧି କରିବା ନେଇ ସମସ୍ତ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ରତା ରହିଛି । ହେଲେ ବିନା ତଥ୍ୟ ଓ ଭୁଲ ତଥ୍ୟ ଆଧାରରେ ସାଧାରଣ ଜନତାଙ୍କ ଭିତରେ ବିଭ୍ରାଟ ସୃଷ୍ଟି କରିବା ଉଚିତ୍ ନୁହେଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।