ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କମ୍ ଉଚ୍ଚତା ଯୋଗୁଁ ଅଜିମ ମନସୁରୀ ହୋଇ ପାରୁନାହିଁ ବିବାହ; ସଲମାନ ଖାନଙ୍କୁ ସାହାଯ୍ୟ ମାଗିଲେ- ଦେଖନ୍ତୁ VIDEO

କମ୍ ଉଚ୍ଚତା ଯୋଗୁଁ ଅଜିମ ମନସୁରୀ ହୋଇ ପାରୁନାହିଁ ବିବାହ; ସଲମାନ ଖାନଙ୍କୁ ସାହାଯ୍ୟ ମାଗିଲେ- ଦେଖନ୍ତୁ VIDEO

ଅଜିମ ମନସୁରୀ (Azeem Mansoori) ଆଜିକାଲି ନିଜ ବିବାହକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ଅଜିମଙ୍କୁ ବୟସ 26 ବର୍ଷ । କିନ୍ତୁ ତାଙ୍କର ଉଚ୍ଚତା ତାଙ୍କ ବୟସ ତୁଳନାରେ ବହୁତ କମ୍ ଅଟେ ।

କମ୍ ଉଚ୍ଚତା ଯୋଗୁଁ ଅଜିମ ମନସୁରୀ ହୋଇ ପାରୁନାହିଁ ବିବାହ; ସଲମାନ ଖାନଙ୍କୁ ସାହାଯ୍ୟ ମାଗିଲେ- ଦେଖନ୍ତୁ VIDEO
ଅଜିମଙ୍କ ଉଚ୍ଚତା ୨ ଫୁଟରୁ ସାମାନ୍ୟ ଅଧିକ
  • News18 Odia
  • Last Updated: March 18, 2021, 6:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ଶାମଲି ନିବାସୀ ଅଜିମ ମନସୁରୀ (Azeem Mansoori) ଆଜିକାଲି ନିଜ ବିବାହକୁ ନେଇ ବହୁତ ଚିନ୍ତିତ ଅଛନ୍ତି । ଅଜିମଙ୍କୁ ୨୬ ବର୍ଷ, କିନ୍ତୁ ତାଙ୍କ ଉଚ୍ଚତା ତାଙ୍କ ବୟସଠାରୁ ବହୁତ କମ୍ ଅଟେ । ଅଜିମଙ୍କ ଉଚ୍ଚତା ୨ ଫୁଟରୁ ସାମାନ୍ୟ ଅଧିକ । ଏପରି ପରିସ୍ଥିତିରେ ଯେଉଁଠାରେ ତାଙ୍କ ବିବାହ ପ୍ରସ୍ତାବ ଯାଏ ସେଠାରୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଏ । ଏଭଳି ପରିସ୍ଥିତିରେ ସେ ତାଙ୍କ ବିବାହକୁ ନେଇ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଏହି ପ୍ରସଙ୍ଗରେ ସେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସହାୟତା ଲୋଡିଛନ୍ତି ।

କେବଳ ସଲମାନ ଖାନ ନୁହଁନ୍ତି ସେ ବିବାହରେ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ସେ ସ୍ଥାନୀୟ ପୋଲିସର ମଧ୍ୟ ସାହାଯ୍ୟ ଲୋଡିଛନ୍ତି । ନିକଟରେ ଅଜିମ ସାଦର ନିଜ ବିବାହ ପାଇଁ କୋତବାଲି ପୋଲିସ ଷ୍ଟେସନ ପହଞ୍ଚି ଯାଇଥିଲେ ଓ ଥାନା ଅଧିକାରୀଙ୍କ ସହ ନିଜ ବିବାହ ପାଇଁ ନିବେଦନ କରିଥିଲେ । ଏହି ସମୟରେ ଆଜିମ କହିଛନ୍ତି, 'ମୋର ବିବାହ ହୋଇ ପାରୁନାହିଁ ଓ ବିବାହ ପାଇଁ ମୁଁ କୋତବାଲିକୁ ଆସିଛି, କିନ୍ତୁ ଏଠାରେ କୌଣସି କଥା ସମାଧାନ ହେବା ପରି ଲାଗୁନାହିଁ । ବର୍ତ୍ତମାନ ମୁଁ ମୁଖ୍ୟ ମନ୍ତ୍ରୀଙ୍କ ନିକଟକୁ ଯିବି ଓ ସେ ମୋତେ ସାହାଯ୍ୟ କରିବେ ।"








View this post on Instagram






A post shared by Viral Bhayani (@viralbhayani)






ମିଡିଆ ରିପୋର୍ଟ ଅନୁଯାୟୀ, "ଅଜିମ ସଲମାନ ଖାନଙ୍କୁ ତାଙ୍କ ବିବାହରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଏହି ସମୟରେ ଖବର ଅନୁଯାୟୀ ଆଜିମଙ୍କ ଭିଡିଓ ଭାଇରାଲ ହେବା କାରଣରୁ ବର୍ତ୍ତମାନ ଝିଅମାନଙ୍କ କଲ୍ ତାଙ୍କ ପାଖକୁ ଆସିବା ଆରମ୍ଭ କରିଛି ।

ବର୍ତ୍ତମାନ ଅଜିମ ମଧ୍ୟ ଦାବି କରୁଛନ୍ତି ଯେ ତାଙ୍କ ନିକଟକୁ ବିବାହ ପ୍ରସ୍ତାବ ମଧ୍ୟ ଆସୁଛି । ଏହା ବ୍ୟତୀତ ଅଜିମ ସଲମାନ ଖାନଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଓ ସେ ମଧ୍ୟ ମୁମ୍ବାଇରେ ତାଙ୍କୁ ଭେଟିବାକୁ ଯାଉଛନ୍ତି ।
Published by: Jagdish Barik
First published: March 18, 2021, 6:00 PM IST