ABY: ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ଅଛି ଏହି ସୁବିଧା, ଜାଣନ୍ତୁ ଆୟୁଷ୍ମାନ ଭାରତ କ’ଣ

ଦେଶର ଗରିବ ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ଉଜ୍ଜ୍ୱଳ ଯୋଜନା ଚଳାଉଛନ୍ତି । ଏହି ଯୋଜନାର ନାମ ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନା ଅଧୀନରେ ସାରା ଦେଶରେ କୋଟି କୋଟି ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କଭର ଯୋଗାଇ ଦିଆଯାଉଛି ।

ABY: ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ଅଛି ଏହି ସୁବିଧା, ଜାଣନ୍ତୁ ଆୟୁଷ୍ମାନ ଭାରତ କ’ଣ

ABY: ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହ ଅଛି ଏହି ସୁବିଧା, ଜାଣନ୍ତୁ ଆୟୁଷ୍ମାନ ଭାରତ କ’ଣ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Ayushman Bharat Yojana Benefits: ଆଜି ବି ଦେଶର ଅନେକ ଲୋକ ଦାରିଦ୍ର୍ୟ ହେତୁ ସେମାନଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଉପଯୁକ୍ତ ଚିକିତ୍ସା ପାଇପାନ୍ତି ନାହିଁ। ଦେଶର ଗରିବ ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ଉଜ୍ଜ୍ୱଳ ଯୋଜନା ଚଳାଉଛନ୍ତି । ଏହି ଯୋଜନାର ନାମ ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଏହି ଯୋଜନା ଅଧୀନରେ ସାରା ଦେଶରେ କୋଟି କୋଟି ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କଭର ଯୋଗାଇ ଦିଆଯାଉଛି । ଏଭଳି ପରିସ୍ଥିତିରେ ଆର୍ଥିକ ଦୁର୍ବଳ ଲୋକମାନେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇ ସେମାନଙ୍କ ଗୁରୁତର ରୋଗର ଚିକିତ୍ସା କରିପାରିବେ ।

ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ପାଇଁ ବହୁ ସଂଖ୍ୟକ ଲୋକ ଆବେଦନ କରୁଛନ୍ତି । ଏହି ଯୋଜନାର ଆରମ୍ଭ ଭାରତ ସରକାର ୨୦୧୮ ମସିହାରେ କରିଥିଲେ । ଏହି ଯୋଜନା ମାଧ୍ୟମରେ ସରକାର ରୋଗ କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା

ଯେଉଁମାନଙ୍କର ନାମ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ଅଛି । ସେମାନଙ୍କୁ ଅସ୍ତ୍ରୋପଚାର, ଚିକିତ୍ସା, ଔଷଧର ମୂଲ୍ୟଠାରୁ ଆରମ୍ଭ କରି ୧୩୫୦ ମେଡିକାଲ ପ୍ୟାକେଜର ସୁବିଧା ଦିଆଯାଇଛି ।

ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନା ପାଇଁ ଆବେଦନ କରିନାହାଁନ୍ତି । ତେବେ ତୁରନ୍ତ ଆପଣ ଏହି ଯୋଜନା ପାଇଁ ଆବେଦନ କରିବା ଉଚିତ୍ । ଆପଣ ଆପଣଙ୍କର ନିକଟତମ ଜନସେବା କେନ୍ଦ୍ର ପରିଦର୍ଶନ କରି ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

ଆବେଦନ କରିବା ପୂର୍ବରୁ ଆପଣଙ୍କର ଯୋଗ୍ୟତା ଯାଞ୍ଚ କରାଯିବ। ଏହା ପରେ ଏଜେଣ୍ଟ ଆପଣଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିବ । ଏହି ପ୍ରକ୍ରିୟା କରିବା ପରେ ଏଜେଣ୍ଟ ଆପଣଙ୍କୁ ଏହି ଯୋଜନାରେ ପଞ୍ଜିକରଣ କରିବେ ।
Published by:Soubhagya Mishra
First published: