News18 Odia Digita
Ayushman Bharat Scheme: ୨୦୨୪ ଲୋକସଭା ନିର୍ବାଚନ(Lok Sabha Election) ପୂର୍ବରୁ ମୋଦି ସରକାର(Modi Govt) ଆୟୁଷ୍ମାନ ଭାରତ(Ayushman Yojona) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିପାରନ୍ତି। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ସ୍ୱାସ୍ଥ୍ୟ ଯୋଜନା(Health Scheme) ଅଧୀନରେ ମଧ୍ୟବିତ୍ତ ଶ୍ରେଣୀର ୩୫ କୋଟି ଲୋକ ଉପକୃତ ହେବେ। ଯେଉଁ ଯୋଜନା ଅଧୀନରେ ମଧ୍ୟବିତ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେବ। ଏହାର ଆୟୁଷ୍ମାନ ଭାରତ ୨(Ayushman Yojona 2) ନାମରେ ନାମିତ ହେବ।
'ଆୟୁଷ୍ମାନ ଭାରତ ୨'ରେ ୫ ଲକ୍ଷ ଟଙ୍କା କଭର ଦେବାର ଆଲୋଚନା ଚାଲିଛି। ବ୍ୟକ୍ତିଗତ ଟପ୍-ଅପ୍ ଆଧାରରେ ଏହି ସ୍କିମ୍ ଆଣିବାର ଆଲୋଚନା ହେଉଛି। ଦ୍ୱିତୀୟ ବିକଳ୍ପ ହେଉଛି ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ମଧ୍ୟବିତ୍ତ ପରିବାରକୁ ସୁଲଭ ମୂଲ୍ୟରେ ମୌଳିକ ସ୍ୱାସ୍ଥ୍ୟ କଭରେଜ୍ ଉପରେ ମଧ୍ଯ ଜୋର ଦିଆଯାଉଛି। ୨୦୧୮ରେ ବଜେଟରେ ଆୟୁଷ୍ମାନ ଭାରତ ଯୋଜନା କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଥିରେ ଦେଶର ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଛି।
ମଣିଷଙ୍କ ପାଇଁ ଗୋ ମୂତ୍ରଠୁ ଯଥେଷ୍ଟ ଭଲ ହେଉଛି ମଇଁଷି ମୂତ୍ର: IVRIଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆୟୁଷ୍ମାନ ଭାରତ ୨ ଯୋଜନାରେ କାର୍ଯ୍ୟକାରୀ ହେବ। ଏଥିରେ ଜଡିତ ଖର୍ଚ୍ଚ ଏବଂ ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ଏହି ନିୟମ ଲାଗୁ ହେବା ପରେ ଟ୍ୟାକ୍ସ ଦେଉଥିବା ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି।
ବୀମା କମ୍ପାନୀଗୁଡିକ ପାଇଁ ଆର୍ଥିକ ସହାୟତା ସହିତ ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ବାସ୍ତବରେ ସରକାରଙ୍କ ଏହି ଯୋଜନାରେ ଯେଉଁମାନେ ୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେମାନଙ୍କୁ ଆୟକର ଛାଡ କରାଯାଇଛି। ଏଭଳି ପରିସ୍ଥିତିରେ ଏଥର ଏହି ଲୋକମାନେ ଆୟୁଷ୍ମାନ ୨ର ଲାଭ ଉଠାଇ ପାରିବେ ବୋଲି ଆଶା କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଆଲୋଚନା କରିବା ପରେ ଅର୍ଥ ମନ୍ତ୍ରଣାଳୟ ସମ୍ମୁଖରେ ଏକ ପ୍ରସ୍ତାବ ରଖାଯିବ।
ପ୍ରତି ମାସରେ ବେକାରୀ ଯୁବକଙ୍କୁ ମିଳିବ ୩୦୦୦ ଓ ଯୁବତୀଙ୍କୁ ୩୫୦୦ଟଙ୍କା!ସୂଚନାଯୋଗ୍ୟ, ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଉଚ୍ଚାଭିଳାଷୀ ଯୋଜନାରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ପରିବାର ଏହାର ଲାଭ ଉଠାଇପାରିବେ। ଏହି ଯୋଜନା ଆରମ୍ଭ କରିବା ପଛରେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯେତେବେଳେ ଜଣେ ଗରିବ ଏବଂ ଅସହାୟ ପରିବାରରେ ଅସୁସ୍ଥ ହୋଇପଡେ ଓ ଗୁଣାତ୍ମକ ଚିକିତ୍ସା ଯୋଗାଇବାରେ ଲାଗିଥିବା ଖର୍ଚ୍ଚରେ ସାହାଯ୍ୟ କରିବା। ଏହି ଯୋଜନା ଅଧୀନରେ ଗୋଟିଏ ପରିବାର ବାର୍ଷିକ ଚିକିତ୍ସା ସୁବିଧା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।