News 18 Odia Digital
ନୂଆଦିଲ୍ଲୀ; ସାଧାରଣ ଦିନରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅବସ୍ଥିତ ଗୁପ୍ତ ଘାଟରେ ହଜାର ହଜାର ପର୍ଯ୍ୟଟକ ପହଞ୍ଚିଥାନ୍ତି। କିନ୍ତୁ, ଏହି ସମୟରେ ଏଠାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ଚେୟାରଗୁଡିକ ପାଣିରେ ବୁଡି ରହିଛି । ଜଳ ମନ୍ଦିର ନିକଟରେ ପହଞ୍ଚିଛି । ବନ୍ୟା ପରିସ୍ଥିତି ଯୋଗୁଁ ବ୍ୟବସାୟ ସ୍ଥଗିତ ରହିଛି ବୋଲି ଦୋକାନୀମାନେ କହିଛନ୍ତି। ଦୋକାନଗୁଡ଼ିକୁ ହଟାଇବାକୁ ପଡିଛି ।
ଯେଉଁଠାରେ ସରୟୁ ଆରତୀ ହୁଏ, ସେହି ସ୍ଥାନ ମଧ୍ୟ ବନ୍ୟାରେ ବୁଡ଼ି ରହିଛି । ସରୟୁ ଘାଟରେ ପ୍ରତିଦିନ ସରୟୁ ଆରତୀ କରାଯାଏ । ଏହିଠାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଚ ଉପରେ ପାଣି ବହୁତ ଉଚ୍ଚରେ ପହଞ୍ଚିଛି । ଏହି କାରଣରୁ ଆରତୀ ସେଠାରେ କରାଯାଉନାହିଁ । ପ୍ରଶାସନ ସେଠାରେ ଏକ ଚେତାବନୀ ବୋର୍ଡ ଲଗାଇଛି । ଆଗକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ରାମ କଥା ପାର୍କରେ, ରାମ, ସୀତା, ଲକ୍ଷ୍ମଣ ପୁଷ୍ପକ ବିମାନ ଦ୍ୱାରା ଆସଥାନ୍ତି, ସେହି ସ୍ଥାନ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
୧୦ ଦିନ ପରେ ଅନୁଷ୍ଠିତ ହେବ ଦୀପୋତ୍ସବ, ସହର ଜଳାର୍ଣ୍ଣବରମକଥା ପାର୍କରୁ ଦୀପୋତ୍ସବ ଆରମ୍ଭ ହୋଇଥାଏ । ୧୦ ଦିନ ପରେ ଦୀପୋତ୍ସବ ଅନୁଷ୍ଠିତ ହେବ । ଏହା ବ୍ୟତୀତ ରାମ-ସୀତାଙ୍କ ମଞ୍ଚ ମଧ୍ୟ ପାଣିରେ ବୁଡ଼ି ଯାଇଛି । ଏଥି ସହ ସହରାଞ୍ଚଳ ନିର୍ମଲି କୁଣ୍ଡ ମଧ୍ୟ ବନ୍ୟାରେ ବୁଡ଼ି ଯାଇଛି । ଶିବ ମନ୍ଦିର, ଶିବଲିଙ୍ଗ ପାଣିରେ ବୁଡି ରହିଛି । ନିର୍ମାଲି କୁଣ୍ଡ ଅଯୋଧ୍ୟା କାଣ୍ଟ ଅଞ୍ଚଳରେ ଏକ ସହରାଞ୍ଚଳ । ଏଠାରେ ଥିବା କଳାକୃତି ଗୁଡିକ ପାଣିରେ ବୁଡ଼ି ରହିଛି । ଶିବ ମନ୍ଦିର ସମେତ ନନ୍ଦୀ ମଧ୍ୟ ବନ୍ୟା ଜଳରେ ନଜର ଆସୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।