ଅଯୋଧ୍ୟାରେ ତ୍ରିରଙ୍ଗା ଯାତ୍ରାରେ ବାହାରିବେ ସାଧୁ ସନ୍ଥ; ୫୦୦ରୁ ଅଧିକ ସନ୍ଥ ହେବେ ସାମିଲ

ସାଧୁ ସନ୍ଥମାନେ ମଧ୍ୟ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏହି ପର୍ଯ୍ୟାୟରେ, ଅଯୋଧ୍ୟାର ସାଧୁମାନେ ମଧ୍ୟ ତ୍ରିରଙ୍ଗା ଯାତ୍ରା କରିବାକୁ ଘୋଷଣା କରିଛନ୍ତି ।

ଅଯୋଧ୍ୟାରେ ତ୍ରିରଙ୍ଗା ଯାତ୍ରାରେ ବାହାରିବେ ସାଧୁ ସନ୍ଥ; ୫୦୦ରୁ ଅଧିକ ସନ୍ଥ ହେବେ ସାମିଲ

ଅଯୋଧ୍ୟାରେ ତ୍ରିରଙ୍ଗା ଯାତ୍ରାରେ ବାହାରିବେ ସାଧୁ ସନ୍ଥ; ୫୦୦ରୁ ଅଧିକ ସନ୍ଥ ହେବେ ସାମିଲ

  • Share this:
News 18 Odia Digital

ଅଯୋଧ୍ୟା; ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ବିତିଗଲାଣି । ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅମୃତ ମହୋତ୍ସବ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ । ସାଧୁ ସନ୍ଥମାନେ ମଧ୍ୟ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଏହି ପର୍ଯ୍ୟାୟରେ, ଅଯୋଧ୍ୟାର ସାଧୁମାନେ ମଧ୍ୟ ତ୍ରିରଙ୍ଗା ଯାତ୍ରା କରିବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ୧୩ ରେ ଅର୍ଥାତ୍ ଆଜି ଶତାଧିକ ସାଧୁ ତ୍ରିରଙ୍ଗା ଯାତ୍ରା କରିବାକୁ ବାହାରିଛନ୍ତି । ଅଯୋଧ୍ୟାରେ ଏହି ବଡ ଆୟୋଜନକୁ ନେଇ ସାଂସଦ ଲାଲୁ ସିଂ ସାଧୁମାନଙ୍କୁ ଭେଟିଛନ୍ତି ।

ଆଜି ଅର୍ଥାତ୍ ୧୩ ତାରିଖରୁ ଏହି ତ୍ରିରଙ୍ଗା ଯାତ୍ରାର ସମସ୍ତ ପ୍ରସ୍ତୁତି ହୋଇସାରିଛି । ଆଜି ସକାଳ ୮ ଟାରେ କମଲ ନୟନ ଦାସଙ୍କ ନେତୃତ୍ୱରେ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟର ସଭାପତି ମହନ୍ତ ନୃତା ଗୋପାଳ ଦାସ, ରାଜକୁମାର ଦାସ, ରାମ ୱଲଭା କୁଞ୍ଜର ଅଧିକାରୀ ତଥା ମହନ୍ତ ଜଗଦଗୁରୁରାମଦୀନେଶାଚାର୍ଯ୍ୟଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ବାହାରିବ । ଏହି ଯାତ୍ରା ନୟା ଘାଟର ରାମ କି ପୋଡ଼ିଠାରୁ ଟେଡି ବଜାର ଛକ (୨.୫ କିଲୋମିଟର) ପର୍ଯ୍ୟନ୍ତ ଯିବ । ଏହି ଯାତ୍ରାରେ ୫୦୦ରୁ ଅଧିକ ସାଧୁ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ମହନ୍ତ କମଲ ନୟନ ଦାସ କହିଛନ୍ତି ଯେ, ରାଷ୍ଟ୍ର ହିଁ ସବୁକିଛି, ରାଷ୍ଟ୍ର ଅଛି ତ ଆମେ ସମସ୍ତେ ଅଛେ । ଯଦି ଦେଶ ସୁରକ୍ଷିତ ତେବେ ସବୁକିଛି ସୁରକ୍ଷିତ, ଯଦି ରାଷ୍ଟ୍ର ନାହିଁ ତ କିଛି ନାହିଁ । ସେ କହିଛନ୍ତି ଯେ ସ୍ୱାଧୀନତାର ୭୫ ତମ ବର୍ଷରେ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବକୁ ଧୁମଧାମରେ ପାଳନ କରାଯାଉଛି । ଏହା ସହିତ, ଏହା ଆମର ସଂକଳ୍ପ ହେବ ଯେ ଆମର ଅଖଣ୍ଡତା ସବୁଦିନ ପାଇଁ ରହିବ । ଆମ ଦେଶ ସର୍ବଦା ସ୍ଵତନ୍ତ୍ର ରହିଥାଉ । ସେ କହିଛନ୍ତି ଯେ ରାଷ୍ଟ୍ର ହିଁ ସଂକଳ୍ପ, ରାଷ୍ଟ୍ର ସବୁକିଛି ।
Published by:Soubhagya Mishra
First published: