News18 Odia Digital
ଅଯୋଧ୍ୟା: ଅଯୋଧ୍ୟା ଜେଲର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣ ବି ଭାବପ୍ରବଣ ହୋଇଯିବେ। ଜଣେ ୯୮ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜେଲରୁ ମୁକ୍ତ କରାଯାଇଛି। ବୃଦ୍ଧ ଜଣକ ସାରା ଜୀବନ ଜେଲରେ ବିତାଇଛନ୍ତି, ଯାହା ପରେ ତାଙ୍କୁ ଜେଲରୁ ମୁକୁଳାଇ ଦିଆଯାଇଛି। ଜେଲରୁ ମୁକୁଳିବାବେଳେ ବୃଦ୍ଧଙ୍କୁ ନେବାକୁ କେହି ଆସି ନଥିଲେ। ସେହି ବୃଦ୍ଧଙ୍କର ନିଜର କୌଣସି ପରିବାର ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।
୯୮ ବର୍ଷର ରାମ ସୁରତଙ୍କୁ ଉତ୍ତରପ୍ରଦେଶର ଅଯୋଧ୍ୟା ଜେଲରୁ ମୁକ୍ତ କରାଯାଇଥିଲା ଯେଉଁଠାରେ ସେ ଏକ ମାମଲାରେ ଜେଲ ଦଣ୍ଡ ଭୋଗିବା ପରେ ପାଞ୍ଚ ବର୍ଷ କାରାଗାରରେ ଥିଲେ। ବୃଦ୍ଧ ଜଣକ ଆଇପିସିର ଧାରା ୪୫୩, ୩୨୩ ଏବଂ ୩୫୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜେଲରୁ ମୁକୁଳିବା ପରେ ସେହି ବ୍ୟକ୍ତିଙ୍କୁ ଜେଲ କର୍ମଚାରୀମାନେ ବିଦାୟ ଦେଇଥିଲେ।
ସୁରତଙ୍କୁ ନେବା ପାଇଁ କେହି ସମ୍ପର୍କୀୟ କିମ୍ବା ପରିବାର ଲୋକେ ଆସି ନଥିଲେ। ଜେଲ ଅଧ୍ୟକ୍ଷକ ଶଶିକାନ୍ତ ମିଶ୍ର ପୁତ୍ରାୱାତ ତାଙ୍କୁ କେଉଁଠିକୁ ଯିବ ବୋଲି ପଚାରିଥିଲେ। ବୃଦ୍ଧାଙ୍କ କଥା ସ୍ପଷ୍ଟ ହେଉ ନଥିଲେ ମଧ୍ୟ ସେ ଘରେ ନୁହେଁ କୌଣସି ମନ୍ଦିରରେ ଆଶ୍ରୟ ନେଉଥିବା ଜଣାପଡ଼ିଛି । ସେଇ ମନ୍ଦିରକୁ ପୁଲିସ କର୍ମଚାମାନେ ଛାଡ଼ିବାକୁ ନେଇଥିଲେ।
ସୁରତଙ୍କୁ ଅଗଷ୍ଟ ୨୨ ରେ ମୁକ୍ତ କରାଯିବାର ଥିଲା, କିନ୍ତୁ ୨୦ ମଇ ୨୦୨୨ ରେ, ସେ କୋଭିଡ -19ରେ ପୀଡିତ ଥିବା ଜଣାପଡିଥିଲା ଓ ତାଙ୍କୁ ୯୦ ଦିନ ପାଇଁ ପାରୋଲରେ ପଠାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଭିଡିଓ ଦେଖିଛନ୍ତି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନେକ ଉପଭୋକ୍ତା ଜେଲର ଅଧୀକ୍ଷକ ଶଶିକାନ୍ତ ମିଶ୍ରଙ୍କୁ ପ୍ରଶଂସା କରୁଥିବାବେଳେ ମାନବିକତାର ଏକ ଉଦାହରଣ ଉପସ୍ଥାପନ କରିଥିବାରୁ ଅନେକ ଲୋକ ତାଙ୍କୁ ଧନ୍ୟବାଦ ଦେଉଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।