News18 Odia Digital
FD interest : ଘରୋଇ ଆକ୍ସିସ୍ ବ୍ୟାଙ୍କରେ ( Axis Bank ) ନିବେଶ କଲେ ହେବେ ମାଲାମାଲ ! ଏହି ଫିକ୍ସଡ୍ ଡିପୋଜିଟ୍ ( fixed deposit )ଉପରେ ସୁଧ ହାର ବୃଦ୍ଧି କରିଛି । ସାତ ଦିନରୁ ଆରମ୍ଭ କରି ୧୦ ବର୍ଷ ପର୍ଯ୍ୟନ୍ତ ଏଫ୍ଡି ( FD ) ଉପରେ ୩.୫୦ ପ୍ରତିଶତରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ଆକ୍ସିସ୍ ବ୍ୟାଙ୍କ ( Axis Bank ) । ଏଥି ସହିତ ଦୁଇ ବର୍ଷରୁ ଆରମ୍ଭ କରି ୩୦ ମାସରେ ବି ମ୍ୟାଚୁରିଟି ହେଉଥିବା ଏଫଡି ( fixed deposit ) ଉପରେ ବ୍ୟାଙ୍କ ସର୍ବାଧିକ ୭.୨୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି । ଏଥି ସହିତ, ବରିଷ୍ଠ ନାଗରିକମାନେ ଅଧିକ ଲାଭ ରହିଛି । ୭.୯୫ ପ୍ରତିଶତ ସୁଧ ହାରରେ ଆପଣମାନେ ନିବେଶ କରି ପାରିବେ । ଆକ୍ସିସ୍ ବ୍ୟାଙ୍କର ( Axis Bank ) ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ନୂଆ ଏଫଡି ୨୧ ଏପ୍ରିଲ ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି ।
ଆକ୍ସିସ୍ ବ୍ୟାଙ୍କର ସୁଧ ହାର 
୭ ଦିନରୁ ୪୫ ଦିନ ମଧ୍ୟରେ ଏଫଡି ( FD ) ମ୍ୟାଚୁରିଟି ପାଇଁ ବ୍ୟାଙ୍କ ୩.୫୦ ପ୍ରତିଶତ ସୁଧ ଦେଉଛି । ଏଥି ସହିତ ୪୬ ଦିନରୁ ୬୦ ଦିନ ମଧ୍ୟରେ ମ୍ୟାଚୁରିଟି ହେବାକୁ ଥିବା ଏଫ୍ଡି ଉପରେ ଚାରି ପ୍ରତିଶତ ସୁଧ ପ୍ରଦାନ କରୁଛି । ସେହିଭଳି ବ୍ୟାଙ୍କ ୬୧ ଦିନରୁ ତିନିମାସ ପର୍ଯ୍ୟନ୍ତ ଜମା ଉପରେ ୪.୫୦ ପ୍ରତିଶତ ହାରରେ ସୁଧ ଦେଉଛି । ଏଥି ସହିତ ବ୍ୟାଙ୍କ ତିନିମାସରୁ ଛଅ ମାସର ଏଫଡି ( FD ) ଉପରେ ୪.୭୫ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଛି। ୬ରୁ ୯ ମାସ ମଧ୍ୟରେ ମ୍ୟାଚୁରିଟି ସୁଧ ୫.୭୫ ପ୍ରତିଶତ ଥିବାବେଳେ ନଅ ମାସରୁ ଏକ ବର୍ଷ ମଧ୍ୟରେ, ଜମା ଉପରେ ଛଅ ପ୍ରତିଶତ ସୁଧ ମିଳିବ ।
ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର
ଆକ୍ସିସ୍ ବ୍ୟାଙ୍କ ୧୩ ମାସରୁ ଦୁଇ ବର୍ଷ ଏଫ୍ଡି ( FD ) ଉପରେ ୭.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରିବ । ଦୁଇ ବର୍ଷରୁ ୩୦ ମାସ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୨୦ ପ୍ରତିଶତ ଓ ୩୦ ମାସରୁ ୧୦ ବର୍ଷ ମଧ୍ୟରେ ମ୍ୟାଚୁରିଟି ହୋଇଥିବା ଜମା ରାଶି ଉପରେ ୭.୦୦ ପ୍ରତିଶତ ହାରରେ ସୁଧ ମିଳିବ । ଆକ୍ସିସ୍ ବ୍ୟାଙ୍କର ( Axis Bank ) ଫିକ୍ସଡ୍ ଡିପୋଜିଟ୍ ସ୍କିମ୍ ରେ ବିନିଯୋଗ କରିବାକୁ ହେଲେ ଆପଣଙ୍କୁ ଅତି କମରେ ୫୦୦୦ ଟଙ୍କା ଜମା କରିବାକୁ ପଡିବ । ଆପଣ ଏହାକୁ ଅନଲାଇନ ରେ ମଧ୍ୟ କରିପାରିବେ । ସାଧାରଣ ନାଗରିକଙ୍କ ପାଇଁ ଉପଲବ୍ଧ ସୁଧ ହାରଠାରୁ ବରିଷ୍ଠ ନାଗରିକମାନେ ୬ ରୁ ୧୦ ବର୍ଷର ମ୍ୟାଚୁରିଟି ଉପରେ ଅଧିକ ସୁଧ ପାଇବେ ।
ପଢନ୍ତୁ ଏହି ଖବର :
ICICI Bankର ଧମାକା ଅଫର୍; ଲଞ୍ଚ ହେଲା ‘Summer Bonanza’ ଅଫର୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।