Salman Rushdie: ଭେଣ୍ଟିଲେଟରରେ ସଲମାନ ରୁଶଦୀ; ଆଖି ହରାଇପାରନ୍ତି ଲେଖକ

୧୯୯୮ ମସିହାରୁ ଇରାନରେ ସଲମାନ ରୁଶଦୀଙ୍କ ବହି 'ଦ ସତାନିକ୍ ଭର୍ସେସ୍‌'କୁ ନିଷେଧ କରାଯାଇଛି କାରଣ ଅନେକ ମୁସଲମାନ ଏହାକୁ ବିରୋଧ କରନ୍ତି ।

ଭେଣ୍ଟିଲେଟରରେ  ଲେଖକ ସଲମାନ୍ ରୁସ୍‌ଦି

ଭେଣ୍ଟିଲେଟରରେ ଲେଖକ ସଲମାନ୍ ରୁସ୍‌ଦି

  • Share this:
News 18 Odia Digital

ନ୍ୟୁୟର୍କ: ନ୍ୟୁୟର୍କ ରାଜ୍ୟରେ ଏକ ଇଭେଣ୍ଟରେ ଲେଖକଙ୍କୁ ଛୁରାମାଡ଼ କରାଯିବା ପରେ ସଲମାନ ରୁଶଦୀଙ୍କ ଏଜେଣ୍ଟ କହିଛନ୍ତି ଯେ ଏହି ଖବର ଭଲ ନୁହେଁ। ତାଙ୍କୁ ମଞ୍ଚ ଉପରେ ଆକ୍ରମଣ କରାଯାଇଥିଲା ଓ ବର୍ତ୍ତମାନ ସେ ଏକ ଭେଣ୍ଟିଲେଟରରେ ଅଛନ୍ତି। କଥା କହିପାରୁ ନାହାଁନ୍ତି ବୋଲି ଆଣ୍ଡ୍ରିୟୁ ୱିଲି ଏକ ବିବୃତ୍ତିରେ କହିଛନ୍ତି ଯେ ଲେଖକ ୭୫ ବର୍ଷ ବୟସରେ ଗୋଟିଏ ଆଖି ହରାଇ ପାରନ୍ତି। ଆକ୍ରମଣ ହେବା ସମୟରେ ଚାର୍ଲ୍ସ ହଲ୍‌ରେ ଉପସ୍ଥିତ ଥିଲେ। ଭାଷଣ ଦେବାର କିଛି ସମୟ ପୂର୍ବରୁ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଥିଲା। ରବି ଚାର୍ଲ୍ସଙ୍କ କହିବା ଅନୁଯାୟୀ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଲା ପରେ ୨୦ ସେକେଣ୍ଡରେ ଛୁରାରେ ୧୦ରୁ ୧୫ ଥର ରୁଶଦୀଙ୍କ ଉପରକୁ ଆକ୍ରମଣ କରିଥିଲେ।

୧୯୯୮ରେ ପ୍ରକାଶିତ ସାଟାନିକ୍ ଭର୍ସେସ୍ ଲେଖିବା ପରେ ତାଙ୍କୁ ମୃତ୍ୟୁ ଧମକ ମଧ୍ୟ ଆସିଥିଲା। ଏହି ବିବାଦ ପରେ ତାଙ୍କୁ ହତ୍ୟା କଲେ ୩ ମିଲିୟନ୍ ଆମେରିକୀୟ ଡଲାର୍ ପୁରସ୍କାର ରାଶି ଘୋଷଣା କରିଥିଲେ କିଛି ମୁସଲିମ୍ ସଙ୍ଗଠନ। ନ୍ୟୁୟର୍କ ପୋଲିସ ଏହି ଆକ୍ରମଣ ପରେ ତଦନ୍ତ ଆରମ୍ଭ ମଧ୍ୟ କରିଛି।

ଆକ୍ରମଣ ହେବା ସମୟରେ ଚାର୍ଲ୍ସ ହଲ୍‌ରେ ଉପସ୍ଥିତ ଥିଲେ। ଭାଷଣ ଦେବାର କିଛି ସମୟ ପୂର୍ବରୁ ରୁଶଦୀଙ୍କ ଉପରକୁ ଆକ୍ରମଣ ହୋଇଥିଲା। ରବି ଚାର୍ଲ୍ସଙ୍କ କହିବା ଅନୁଯାୟୀ ଆକ୍ରମଣକାରୀ ମଞ୍ଚ ଉପରକୁ ଚଢ଼ିଲା ପରେ ୨୦ ସେକେଣ୍ଡରେ ଛୁରାରେ ୧୦ରୁ ୧୫ ଥର ରୁସ୍‌ଦିଙ୍କ ଉପରକୁ ଆକ୍ରମଣ କରିଥିଲେ। ନ୍ୟୁ ଜର୍ସିର ଫେୟାରଭ୍ୟୁରୁ ହାଡି ମାଟାର ନାମକ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଥିଲା। ନ୍ୟୁୟର୍କ ଷ୍ଟେଟ୍ ପୋଲିସ୍ କହିବା ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତି ମଞ୍ଚ ଉପରକୁ ଚଢି ରୁଶଦୀଙ୍କ ଏବଂ ଜଣେ ସାକ୍ଷାତକାରକାରୀଙ୍କୁ ଆକ୍ରମଣ କରିଥିଲେ। ସୁଚନା ଅନୁଯାୟୀ ଆକ୍ରମଣ ସମୟରେ ଇଣ୍ଟରଭିୟୁ ନେଉଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି।
Published by:Soumyashree Mishra
First published: