ଭାରତ ବିପକ୍ଷରେ ODI ଓ ଟି -୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଘୋଷଣା କଲା ଦଳ; ୨୧ ବର୍ଷୀୟ କ୍ୟାମେରନ୍ ଗ୍ରୀନ୍ଙ୍କୁ ମିଳିଲା ସୁଯୋଗ

India tour of Australia: ଭାରତ (India) ଏହି ଗସ୍ତରେ ଚାରୋଟି ଟେଷ୍ଟ, ତିନୋଟି ODI ଓ ତିନୋଟି ଟି -20 ଖେଳିବ । ଏହି ଗସ୍ତ ଦିନିକିଆ ମ୍ୟାଚ୍ରୁ ଆରମ୍ଭ ହେବ ।

ଭାରତ ବିପକ୍ଷରେ ODI ଓ ଟି -୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଘୋଷଣା କଲା ଦଳ; ୨୧ ବର୍ଷୀୟ କ୍ୟାମେରନ୍ ଗ୍ରୀନ୍ଙ୍କୁ ମିଳିଲା ସୁଯୋଗ
ଭାରତ ବିପକ୍ଷରେ ODI ଓ ଟି -୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କଲା
  • News18 Odia
  • Last Updated: October 29, 2020, 10:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ସିଡନୀ: ଭାରତ ବିପକ୍ଷ ODI ଓ ଟି -୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ (Australia) ନିଜ ଦଳ ଘୋଷଣା କରିଛି । ୧୮ ସଦସ୍ୟ ବିଶିଷ୍ଟ ଦଳରେ ୨୧ ବର୍ଷୀୟ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ଙ୍କୁ (Camron Green) ଏକ ସୁଯୋଗ ଦିଆଯାଇଛି । ଏହା ବ୍ୟତୀତ ମୋଇସ୍ ହେନ୍ରିକ୍ସ ମଧ୍ୟ ୩ ବର୍ଷ ପରେ ଦଳକୁ ଫେରିଛନ୍ତି । ଆଘାତରେ ପୀଡିତ ମିଚେଲ ମାର୍ଶଙ୍କୁ ବଦଳରେ ତାଙ୍କୁ ସୁଯୋଗ ମିଳିଛି । ଆସନ୍ତା ମାସରେ ଭାରତର ଅଷ୍ଟ୍ରେଲିଆ ଗସ୍ତ କରିବ । ଦୁଇ ଦିନ ପୂର୍ବେ ବିସିସିଆଇ ମଧ୍ୟ ଏହି ଗସ୍ତ ପାଇଁ ଦଳ ଘୋଷଣା କରିଥିଲା ।

କ୍ୟାମେରନ୍ ଗ୍ରୀନ୍ କିଏ?
ଗତ ସପ୍ତାହରେ ଅଷ୍ଟ୍ରେଲିଆର ପୂର୍ବତନ ଚୟନକର୍ତ୍ତା ଗ୍ରେଗ ଚାପେଲ କ୍ୟାମେରନ୍ ଗ୍ରୀନ୍ଙ୍କୁ ଦଳରେ ସୁଯୋଗ ଦିଆଯିବାକୁ ଦାବି କରିଥିଲେ । ୨୧ ବର୍ଷୀୟ ଗ୍ରୀନ୍ ଶେଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟର ଉଦଘାଟନୀ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେ ନ୍ୟୁ ସାଉଥ ୱେଲ୍ସ ବିପକ୍ଷରେ ଆଡିଲେଡ ଗ୍ରାଉଣ୍ଡରେ ୧୯୭ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ତସମାନିଆ ବିପକ୍ଷରେ ୧୫୮ ରନର ଅପରାଜିତ ଇନିଂସ ଖେଳାଯାଇଥିଲା । ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଖେଳାଳିଙ୍କୁ ଦଳରେ ସ୍ଥାନ ଦିଆଯାଇଛି ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆର ଚୟନ ଚେୟାରମ୍ୟାନ୍ ଟ୍ରାଭର୍ ହାୱସ୍ କହିଛନ୍ତି ।

ହେନ୍ରିକ୍ସ ଦଳକୁ ଫେରିଲେ
ତିନି ବର୍ଷ ପରେ ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ମୋଇସ୍ ହେନ୍ରିକ୍ସ ଗତ ସିଜନରେ ସିଡନୀ ସିକ୍ସର୍ସକୁ ବିଗ୍ ବ୍ୟାଶ୍ ଟାଇଟଲ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହେନ୍ରିକ୍ସ ଶେଷ ଥର ଅଷ୍ଟ୍ରେଲିଆ ପାଇଁ ଟି -୨୦ ଓ ODI ମ୍ୟାଚ୍ ରେ ଭାଗ ନେଇଥିଲେ ।

ଅଷ୍ଟ୍ରେଲିଆ ଦଳ:
ଆରୋନ୍ ଫିଞ୍ଚ (ଅଧିନାୟକ), ସିନ୍ ଆବୋଟ୍, ଏଷ୍ଟନ୍ ଏଗର୍, ଆଲେକ୍ସ କାରୀ, ପ୍ୟାଟ୍ କମିନ୍ସ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହଜଲେଉଡ୍, ମୋଇସ୍ ହେନ୍ରିକ୍ସ, ମାରାନସ୍ ଲାବୁସେନ୍, ଡାନିଏଲ୍ ସାଇମସ୍, କେନ୍ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ, ମାର୍କସ ଷ୍ଟୋଇନ୍ସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର, ଏଡମ ଜାମ୍ପା ।

ଭାରତ ବନାମ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ
ପ୍ରଥମ ODI - ୨୭ ନଭେମ୍ବର - ସିଡନୀ
ଦ୍ୱିତୀୟ ODI - 29 ନଭେମ୍ବର - ସିଡନୀ
ତୃତୀୟ ODI- ୨ ଡିସେମ୍ବର - କାନବେରା
ପ୍ରଥମ ଟି -୨୦- ୪ ଡିସେମ୍ବର - କାନବେରା
ଦ୍ୱିତୀୟ ଟି -୨୦ - ୬ ଡିସେମ୍ବର - ସିଡନୀ
ତୃତୀୟ ଟି -୨୦ - ୮ ଡିସେମ୍ବର - ସିଡନୀ
ପ୍ରଥମ ଟେଷ୍ଟ - ୧୭ ଡିସେମ୍ବରରୁ ୨୧ ଡିସେମ୍ବର - ଆଡିଲେଡ୍
ଦ୍ୱିତୀୟ ଟେଷ୍ଟ - ୨୬ ଡିସେମ୍ବରରୁ ୩୦ ଡିସେମ୍ବର - ମେଲବୋର୍ଣ୍ଣ
ତୃତୀୟ ଟେଷ୍ଟ - ୦୭ ଜାନୁଆରୀରୁ ୧୧ ଜାନୁଆରୀ - ସିଡନୀ
ଚତୁର୍ଥ ଟେଷ୍ଟ - ୧୫ ଜାନୁଆରୀରୁ ୧୯ ଜାନୁଆରୀ - ବ୍ରିସବେନ୍
Published by: Jagdish Barik
First published: October 29, 2020, 10:56 AM IST
corona virus btn
corona virus btn
Loading