News18 Odia Digital
ନୂଆ ଦିଲ୍ଲୀ: ବିଗତ କିଛି ଦିନ ଧରି ଚୀନର ସମ୍ପର୍କ ଅନେକ ଦେଶ ମଧ୍ୟରେ ଭଲରେ ଚାଲିନାହିଁ । ଏହି ଦେଶ ଗୁଡ଼ିକ ମଧ୍ୟରୁ ଏକ ନାମ ଅଷ୍ଟ୍ରେଲିଆ ମଧ୍ୟ ଅଛି । ଏହି କ୍ରମରେ ହିନ୍ଦ ପ୍ରଶାନ୍ତ ମହାସାଗରରେ ଚୀନ୍ ତରଫରୁ ବଢୁଥିବା ବିପଦକୁ ସାମ୍ନା କରିବା ପାଇଁ ଅଷ୍ଟ୍ରେଲିଆ (Australia) ଭାରତ ସହ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରିଛି । ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସ୍ କହିଛନ୍ତି ଯେ ଅଧିକ ସୁରକ୍ଷିତ, ଖୋଲା, ଅନ୍ତର୍ଭୂକ୍ତ ଓ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଏକ ଅଂଶୀଦାର ଦୃଷ୍ଟିକୁ ସମର୍ଥନ କରି ଅଷ୍ଟ୍ରେଲିଆ ସମାନ ଚିନ୍ତାଧାରା ଜଡ଼ିତ ଭାରତ ପରି ଦେଶ ସହିତ ନିଜ ସମ୍ପର୍କକୁ ଆହୁରି ଗଭୀର କରିବାକୁ ଜାରିରଖିବ । ଚୀନ୍ ଏହି ସମୃଦ୍ଧ ଅଞ୍ଚଳରେ ନିଜର ହସ୍ତକ୍ଷେପ ବୃଦ୍ଧି କରିବାରେ ଲାଗିଛି ।
ଏହା ବି ପଢ଼ନ୍ତୁ | AC ରେ ଯାତ୍ରା କରୁଥିବା ରେଳ ଯାତ୍ରୀଙ୍କୁ ବଡ଼ ଝଟକା! ଖୁବ୍ ଶୀଘ୍ର ରେଲୱେ ଆଦାୟ କରିବ ଏହି ସ୍ୱତନ୍ତ୍ର ଚାର୍ଜ
ଏହା ବି ପଢ଼ନ୍ତୁ | T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'
ରେନୋଲ୍ଡସ୍ କହିଛନ୍ତି ଯେ ସମ୍ପ୍ରତି ହିନ୍ଦ ମହାସାଗରରେ କରାଯାଇଥିବା ନୌସେନାର ମିଳିତ ଅଭ୍ୟାସ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀ ଭାବରେ ପ୍ରତିଫଳିତ କରିଛି । ଗତ ସପ୍ତାହରେ ଭାରତୀୟ ନୌସେନା ଓ ରୟାଲ ଅଷ୍ଟ୍ରେଲିୟ ନୌସେନା ହିନ୍ଦ ମହାସାଗରର ଉତ୍ତର-ପୂର୍ବ ଅଞ୍ଚଳରେ ଦୁଇ ଦିନିଆ ମିଳିତ ସାମରିକ ଅଭ୍ୟାସ କରିଥିଲେ । ବ୍ୟାପକ ରଣନୀତିକ ଭାଗିଦାରୀ ତଥା ଲଜିଷ୍ଟିକ୍ ସହାୟତା ପାଇଁ ସାମରିକ ଭିତ୍ତିରେ ପାରସ୍ପରିକ ପ୍ରବେଶ ପାଇଁ ଜୁନ୍ ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହେବା ପରେ ଏହା ଭାରତ ଓ ଅଷ୍ଟ୍ରେଲିଆ ଦ୍ୱାରା ପ୍ରଥମ ପ୍ରମୁଖ ସାମରିକ ଅଭ୍ୟାସ ହୋଇଥିଲା ।
ରେନୋଲ୍ଡସ୍ କ’ଣ କହିଲେ?
ରେନୋଲ୍ଡସ୍ ଏକ ବିବୃତ୍ତିରେ କହିଛନ୍ତି, 'ଭାରତ ଭଳି ସମାନ ଚିନ୍ତାଧାରା ବିଶିଷ୍ଟ ଦେଶମାନଙ୍କ ସହ ଆମର ଯୋଗଦାନକୁ ପ୍ରୋତ୍ସାହିତ କରିବା ଜାରି ରଖିଛୁ । ସେ କହିଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନ ମନ୍ତ୍ରୀଙ୍କ ଡିଜିଟାଲ ସମ୍ମିଳନୀ ପରେ ଭାରତ ସହ ଆମର ପ୍ରତିରକ୍ଷା ସମ୍ପର୍କ ଐତିହାସିକ ସ୍ତରରେ ପହଞ୍ଚିଛି ଓ ମୁଁ ଭବିଷ୍ୟତରେ ଆମର ବ୍ୟାପକ ଭାଗିଦାରୀକୁ ଆହୁରି ବିସ୍ତାର କରିବାକୁଆଶା କରୁଛି ।'
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।