Australia vs India: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ଖେଳିବ ଦିବା-ରାତ୍ରୀ ଟେଷ୍ଟ; IPL ପରେ ସିଧାସଳଖ UAEରୁ ଉଡ଼ାଣ ଭରିବ ଦଳ

Australia vs India: ଭାରତ ଶେଷ ଥର ପାଇଁ ୨୦୧୮ ମସିହାରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ସିରିଜ୍ ଜିତିଥିଲା ।

Australia vs India: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ଖେଳିବ ଦିବା-ରାତ୍ରୀ ଟେଷ୍ଟ; IPL ପରେ ସିଧାସଳଖ UAEରୁ ଉଡ଼ାଣ ଭରିବ ଦଳ
୨୬ ନଭେମ୍ବରରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ
  • News18 Odia
  • Last Updated: October 7, 2020, 11:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସର (Coronavirus) ସଂକ୍ରମଣ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରାଯାଉଛି । ଏହି ସମୟରେ ବିନା ଦର୍ଶକରେ ଏକ ବନ୍ଦ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଖେଳାଯାଉଛି । ଏହି ସମୟରେ ଖୁସି ଖବର ହେଉଛି କରୋନା ସଙ୍କଟ ମଧ୍ୟରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ଚଳିତ ବର୍ଷ ୨୬ ନଭେମ୍ବରରୁ ହେବ । ବିଶେଷ କଥା ହେଉଛି ଦୁଇ ଦେଶ ମଧ୍ୟରେ ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଦିବା-ରାତ୍ରୀ ହେବ। ଏହି ମ୍ୟାଚ୍ ଆଡିଲେଡରେ ଖେଳାଯିବ । ଏହି ଗସ୍ତରେ ODI ଓ ଟି-୨୦ ର ୩ଟି ଲେଖାଏଁ ମ୍ୟାଚ୍ ମଧ୍ୟ ଖେଳାଯିବ । କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଗସ୍ତରେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି । କିନ୍ତୁ ଅଷ୍ଟ୍ରେଲିଆ ବୋର୍ଡ ବର୍ତ୍ତମାନ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରିଛି ।

କେବେ କେବେ ଖେଳାଯିବ ମ୍ୟାଚ୍
କ୍ରିକେଟ୍ ୱେବସାଇଟ୍ କ୍ରିକିନଫୋ ଅନୁଯାୟୀ ୧୦ ନଭେମ୍ବରରେ ଆଇପିଏଲ୍ ଶେଷ ହେବା ମାତ୍ରେ ଭାରତୀୟ ଦଳ ସଂଯୁକ୍ତ ରାଷ୍ଟ୍ରରୁ ବ୍ରିସବେନ୍ରେ ପହଞ୍ଚିବ । ପ୍ରସ୍ତାବିତ କାର୍ଯ୍ୟକ୍ରମ ଅନୁଯାୟୀ ୨୫-୩୦ ନଭେମ୍ବର ମଧ୍ୟରେ ODI ସିରିଜ୍ ଖେଳାଯିବ । ଡିସେମ୍ବର ୪ ରୁ ୮ ମଧ୍ୟରେ ଟି -୨୦ ଖେଳାଯିବ । ଏହା ପରେ ଭାରତୀୟ ଦଳ ଗୋଲାପୀ ବଲ୍ ୱାର୍ମ ଅପ୍ ମ୍ୟାଚ୍ ଖେଳିବ ଓ ପରେ ବିରାଟ କୋହଲିଙ୍କ ଦଳ ବିଦେଶରେ ପ୍ରଥମ ଥର ପାଇଁ ଦିନରାତି ଟେଷ୍ଟ ମ୍ୟାଚ୍ ଖେଳିବ । ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ଏହି ଗସ୍ତର କାର୍ଯ୍ୟସୂଚୀରେ ସହମତ ହୋଇଛି ।

ପୂର୍ଣ୍ଣ କାର୍ଯ୍ୟସୂଚୀ
ପ୍ରଥମ ଟେଷ୍ଟ ମ୍ୟାଚ୍ (ଦିବା-ରାତ୍ରୀ) ୧୭-୨୧ ଡିସେମ୍ବରରେ ଆଡିଲେଡରେ ଖେଳାଯିବ । ଦ୍ୱିତୀୟ ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍ ୨୬ ରୁ ୩୦ଡିସେମ୍ବର ମଧ୍ୟରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବ । ତୃତୀୟ ଟେଷ୍ଟ ମ୍ୟାଚ୍ ନୂଆ ବର୍ଷରୁ ଅର୍ଥାତ୍ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ । ଏହି ଯାତ୍ରା ର ଶେଷ ଟେଷ୍ଟ ମ୍ୟାଚ୍ ବ୍ରିସବେନରେ ୧୫ ଜାନୁୟାରୀରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆରେ ବିଦେଶରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ କ୍ୟାରାଣ୍ଟିନରେ ରଖାଯାଏ । ଏଭଳି ପରିସ୍ଥିତିରେ କ୍ରିକେଟ୍ ଅଷ୍ଟ୍ରେଲିଆ ସରକାରଙ୍କୁ କ୍ୟାରାଣ୍ଟିନ ସମୟରେ ଅଭ୍ୟାସ କରିବାକୁ ଅନୁମତି ମାଗିବାକୁ ପ୍ରସ୍ତୁତ ହେଉଛି ।

ପୁଣି ଥରେ ବିଜୟର ସୁଯୋଗ
ଭାରତ ଶେଷ ଥର ପାଇଁ ୨୦୧୮ ମସିହାରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ସିରିଜରେ ଜିତିଥିଲା । ବୋର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା । ମେଲବୋର୍ଣ୍ଣ ଓ ଆଡିଲେଡରେ ଭାରତକୁ ବିଜୟ ମିଳିଥିଲା । ଏହାପୂର୍ବରୁ ଭାରତ ଅଷ୍ଟ୍ରେଲିଆର ମାଟିରେ କେବେବି ଟେଷ୍ଟ ସିରିଜ୍ ଜିତି ନଥିଲା ।
Published by: Jagdish Barik
First published: October 7, 2020, 11:40 AM IST
corona virus btn
corona virus btn
Loading