୪୫ ବର୍ଷିୟ ମହିଳାଙ୍କ ୧୪ ବର୍ଷର ବାଳକ ସହିତ ସମ୍ପର୍କ
News 18 Odia Digital
ଅଷ୍ଟ୍ରେଲିଆ: ଆଜିକାଲି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଯେଉଁଠାରେ ବୟସ୍କମାନେ ପିଲାମାନଙ୍କର ଫାଇଦା ଉଠାଉଛନ୍ତି କିମ୍ବା ସେମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କ ସହ ଅସଦାଚରଣ କରୁଛନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ କୋଟିପତି ମହିଳାଙ୍କ ୧୪ ବର୍ଷର କିଶୋରଙ୍କ ସହିତ ସମ୍ପର୍କ ରଖିଥିଲେ। ଏହା ପରେ ସେ ତାଙ୍କୁ ଚୁପ୍ ରହିବାକୁ ମଧ୍ୟ ଧମକ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା, କିନ୍ତୁ ନିକଟରେ ମହିଳାଙ୍କୁ ଜାମିନ ମିଳିଥିଲା, ଏହି ଘଟଣା ପୁଣିଥରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ଜଣାଶୁଣା ବ୍ୟବସାୟୀ ସୱାନା ଡେସଲି, ଜଣେ ନାବାଳିକଙ୍କ ସହ ବେଆଇନ ସମ୍ପର୍କ ରଖିଥିବାରୁ ଜୁନ ମାସରେ ତାଙ୍କୁ ଗିରଫ କରାଯାଇଥିଲା। ଶିଶୁ ଶୋଷଣ ୟୁନିଟ୍ ଦ୍ୱାରା ତାଙ୍କୁ ଜୁନ ୨୭ରେ ଗିରଫ କରାଯାଇଥିଲା। ତାଙ୍କୁ ୨୫ ଜୁଲାଇରେ ଡାଉନିଂ ସେଣ୍ଟର ଲୋକାଲ କୋର୍ଟରେ ହାଜର ମଧ୍ୟ କରାଯାଇଥିଲା। ଜାମିନ ପାଇଁ ତାଙ୍କ ଓକିଲ ଗାବ୍ରିଏଲ ବଶୀର କୋର୍ଟରେ ଆବେଦନ କରିଥିଲେ। ଏହା ପଛରେ ଓକିଲ ଦୁଇଟି ଯୁକ୍ତି ଦେଇଥିଲେ। ସେ କହିଥିଲେ ଯେ ସୱାନା ବ୍ୟବସାୟ କରନ୍ତି ଓ ଜେଲରେ ଥିବାରୁ ସେ କୋଟି କୋଟି ଟଙ୍କା ହରାଉଛନ୍ତି। ଏହା ବ୍ୟତୀତ ତାଙ୍କର ମାନସିକ ଅବସ୍ଥା ବିଗିଡି ଯାଉଛି।
ଓକିଲ ସୱାନା ମା’ଙ୍କ କର୍କଟ ରୋଗରେ ପୀଡିତ ଥିବା କଥା ମଧ୍ୟ ଉଠାଇଥିଲେ ଓ କହିଥିଲେ ଯେ ତାଙ୍କର ଯତ୍ନ ନେବା ଆବଶ୍ୟକ ଯାହା କେବଳ ସୱାନା କରିପାରିବେ। ତାଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବ୍ୟବସାୟ ଦୃଷ୍ଟିରୁ ସେ କେବଳ ନୂଆ ଉତ୍ପାଦ ଓ ତାଙ୍କ କମ୍ପାନୀର ରିବ୍ରାଣ୍ଡିଂ ଉପରେ କାମ କରନ୍ତି। ସେ କହିଥିଲେ ଯେ କିଶୋର ପାରସ୍ପରିକ ସହମତି ସହ ସମ୍ପର୍କ ସ୍ଥାପନ କରିଥିଲେ, ଯାହା ପରେ ଭୁଲ ବୋଲି ପ୍ରମାଣିତ ହୋଇଥିଲା। ତେବେ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କୁ ୭୯ ଲକ୍ଷ ଟଙ୍କାରେ ଜାମିନ ପ୍ରଦାନ କରିଥିଲେ। ଜାମିନର ନିଷ୍ପତ୍ତି ଶୁଣିବା ପରେ ସୱାନା କୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।