୧୦ କିମି ପିଛା କରି ଲୁଟେରାକୁ ଧରିଲେ ସାଂସଦ; ମହିଳାଙ୍କୁ ଫେରାଇଲେ ସୁନା ଚେନ

୧୦କିମି ପର୍ଯ୍ଯନ୍ତ ପିଛା କରି ଚେନ ଲୁଟେରାଙ୍କୁ ମାଡ଼ି ବସିଲେ ସାଂସଦ । ଲୋକ କହିଲେ ସାଂସଦ ହେବ ତ ଏମିତି...

ସାଂସଦ ହେବ ତ ଏମିତି...

ସାଂସଦ ହେବ ତ ଏମିତି...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବିହାର: ଜଣେ ମହିଳାଙ୍କ ସୁନା ଚେନ ଲୁଟ କରି ପଳାଉଯାଉଥିବା ବେଳେ ଲୁଟେରାଙ୍କୁ ମାଡ଼ି ବସିଲେ ସାଂସଦ। ଦଉଡି ଦଉଡି ଲୁଟେରାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯାହା ପରେ ବିଧାୟକଙ୍କୁ ନେଇ  ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଖେଳି ଯାଇଛି।

ବିହାରରେ ଜଣେ ବିଜେପି ସାଂସଦଙ୍କ ସାହସିକତା ଘଟଣା ସାମ୍ନାକୁ ଆସିଛି। ଔରଙ୍ଗାବାଦ ସାଂସଦ ସୁଶୀଲ କୁମାର ସିଂଙ୍କ ତିନିଜଣ ଲୁଟେରାଙ୍କୁ ଧରିଛନ୍ତି। ସାଂସଦ NH-2 ଦେଇ ସାସରାମରୁ ଫେରୁଥିଲେ। ଏହି ସମୟରେ ସେ ସୋନ ବ୍ରିଜରେ ପହଞ୍ଚିବା ମାତ୍ରେ ସେ ଦେଖିଥିଲେ ଯେ ବାଇକରେ ତିନିଜଣ ଲୁଟେରା ଜଣେ ମହିଳାଙ୍କଠୁ ସୁନା ଚେନ ଲୁଟିବା ବାଇକରେ ପଳାଉଥିଲେ।

ମହିଳା ଜଣକ କାନ୍ଦୁଥିବା ସମୟରେ ସାଂସଦଙ୍କୁ ତାଙ୍କ ଦୁଃଖ କହିଥିଲେ, ଯେଉଁଥିରେ ସାଂସଦ ତୁରନ୍ତ ପ୍ରତିକ୍ରିୟା କରି ଲୁଟେରାଙ୍କୁ ଗୋଡ଼ାଇବା ଆରମ୍ଭ କରିଥିଲେ। ପ୍ରାୟ ୧୦ କିଲୋମିଟର ପିଛା କରିବା ପରେ ସେମାନଙ୍କ ଗାଡି ଓଲଟି ପଡିଥିଲା। ଲୁଟେରାମାନେ କ୍ଷେତରେ ଦୌଡ଼ିବା ଆରମ୍ଭ କରିଥିଲେ।  ଏହି ସମୟରେ ସାଂସଦ ଓ ତାଙ୍କ ସହ ଥିବା ସୁରକ୍ଷା କର୍ମୀମାନେ ସେହି ଅପରାଧୀଙ୍କ ଗୋଡ଼ାଇବା ଛାଡି ନଥିଲେ ଓ ସେମାନଙ୍କୁ ପ୍ରାୟ ୩ କିଲୋମିଟର ଗୋଡ଼ାଇବା ପରେ ସାଂସଦ ଏହି ତିନି ଅପରାଧୀଙ୍କୁ ଧରିଥିଲେ। ଏହି ସମୟରେ ଅପରାଧୀମାନେ ସାଂସଦଙ୍କୁ ଅନେକ ଥର ପିସ୍ତଲ ମଧ୍ୟ ଦେଖାଇଥିଲେ ମଧ୍ୟ ଏହା ସତ୍ତ୍ୱେ ସାଂସଦ ଭୟଭୀତ ହୋଇ ନଥିଲେ ଏବଂ ଏହା ତାଙ୍କର କର୍ତ୍ତବ୍ୟ ବୋଲି ଭାବିଥିଲେ, ଯେପର୍ଯ୍ୟନ୍ତ ଉଭୟ ଅପରାଧୀ ସେମାନଙ୍କୁ ଧରିବା ପର୍ଯ୍ୟନ୍ତ ସେ ଅପରାଧୀଙ୍କ ପଛରେ ଦୌଡ଼ିଥିଲେ।

ଏଣିକି ୫ ଦିନ କାମ ଓ ୨ ଦିନ ଆରାମ; ସବୁ ଶନିବାର ବ୍ୟାଙ୍କ କର୍ମଚାରୀଙ୍କର ଛୁଟି!

ଲୁଟେରାଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ପିସ୍ତଲ ବ୍ୟତୀତ ଏକ ଦେଶୀ ବନ୍ଧୁକ ଏବଂ ୭ କାର୍ଟ୍ରିଜ୍ ଜବତ କରାଯାଇଥିଲା। ସେମାନଙ୍କଠାରୁ ଏକ ମୋବାଇଲ୍ ମଧ୍ୟ ଉଦ୍ଧାର କରାଯାଇଥିଲା।  ପରେ ସାଂସଦଙ୍କ ମହିଳାଙ୍କ ଲୁଟ୍ ସୁନା ଚେନ ତାଙ୍କୁ ଫେରାଇ ଦେଇଥିଲେ।

ଏହି ସମୟରେ ବିହାରରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଂସଦ। ନୀତିଶ ସରକାରଙ୍କ ଅଧୀନରେ କେହି ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି।
Published by:Soumya Das
First published: