News18 Odia Digital
ହାଇଦ୍ରାବାଦ: ଭୋର୍ ଭୋର୍ ଘରୁ ବାହାରି ଏକ ଅଟୋରେ ବସି ଯାଉଥିବା ସେହି ବ୍ୟକ୍ତିଙ୍କୁ ଜଣା ନ ଥିଲା ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି କିଛି ଦୂରରେ । ସେହି ଅଟୋର ଡ୍ରାଇଭରଙ୍କୁ ବି ଜଣା ନ ଥିଲା ଖୋଲା ରାସ୍ତାରେ ଆଗକୁ କ’ଣ ହେବାକୁ ଅଛି । ହେଲେ ଅତି ଦ୍ରୁତ ଗତିରେ ପଛରୁ ଆସି ଏକ ଅଡ଼ି କାର୍ (Audi car) ଅଟୋକୁ ତୀବ୍ର ଧକ୍କା ଦେଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାର ଦୃଶ୍ୟ ସି.ସି.ଟି.ଭି. କ୍ୟାମେରାରେ କୈଦ ହୋଇଛି (Hyderabad Audi auto accident)।
ହାଇଦ୍ରାବାଦ ସହରର ମାଧପୁର ଅଞ୍ଚଳର ଇନରବିଟ୍ ମଲ୍ (Inorbit Mall Hyderabad) ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଯାତ୍ରୀ ଜଣକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସେ ପ୍ରିଜମ୍ ପବର କର୍ମଚାରୀ ଥିଲେ ବୋଲି ହାଇଦ୍ରାବାଦ ପୋଲିସ କହିଛି । ଅଟୋର ଚାଳକ ଅତି ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି ।
ଏହା ବି ପଢ଼ନ୍ତୁ | ନୟାଗଡ଼: ୬ ବର୍ଷର ଝିଅକୁ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍ କରିବା ପରେ ହତ୍ୟା କଲା ‘ପିଶାଚ’ ପଡ଼ୋଶୀଦୁର୍ଘଟଣା ରବିବାର (ଜୁନ୍ ୨୭) ଭୋର୍ ୫ଟା ୨୯ରେ ଘଟିଥିଲା । ଏହାର ସି.ସି.ଟି.ଭି. ଫୁଟେଜ୍ (Hyderabad accident CCTV footage) ହାଇଦ୍ରାବାଦ ପୋଲିସ ଜାରି କରିଛି । ଦୁର୍ଘଟଣା ଘଟାଇଥିବା ଅଡ଼ି କାରକୁ ଚିହ୍ନଟ କରିବା ପରେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ତା’ ମାଲିକଙ୍କ ଜାଲିଆତି ବି ପୋଲିସ ପଦାରେ ପକାଇଛି ।
ଏଇଠି ଦେଖନ୍ତୁ ସେହି ଦୁର୍ଘଟଣାର ସି.ସି.ଟି.ଭି. ଭିଡିଓ:ଭିଡିଓରେ ସ୍ପଷ୍ଟ ଦେଖି ହେଉଛି ଯେ ଭୋର୍ ସମୟରେ ବର୍ଷାରେ ଓଦା ହୋଇଥିବା ରାସ୍ତା ଖାଲି ଅଛି ଓ ଅଟୋଟି ନିଜ ବାଟରେ ଯାଉଛି । ସେତିକି ବେଳେ ପଛ ପଟୁ ଖୁବ୍ ଦ୍ରୁତ ବେଗରେ ଏକ ଅଡ଼ି କାର୍ ଆସି ଅଟୋର ଡାହାଣ ପଟେ ପାସ୍ କରିବା ବେଳେ ତାକୁ ଗୋଟେ ପାଖରୁ ଧକ୍କା ମାରି ଆଗକୁ ବଢ଼ିଯାଉଛି । ଧକ୍କା ଏତେ ଜୋର୍ ଥିଲା ଯେ ରାସ୍ତାରେ ଅଟୋଟି ଦୁଇ ଚାରି ଥର ଘୂରିବା ପରେ ରାସ୍ତା କଡ଼ରେ ଥିବା କର୍ବରେ ପିଟିହୋଇ ଓଲଟି ପଡ଼ୁଥିବା ଦେଖାଯାଇଛି ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ୪ ଛୁଆ ଓ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ଓ ବାପା ମଲେଅଡ଼ି କାର୍ ଚଳାଉଥିବା ୨୪ ବର୍ଷୀୟ ସୁଜିତ ରେଡ୍ଡି ଜଣେ ମ୍ୟାନେଜମେଣ୍ଟ୍ ଗ୍ରାଜୁଏଟ୍ । ସେହି ସମୟରେ ସେ ଓ ତାଙ୍କର ଜଣେ ସାଙ୍ଗ ଆଶିଷ ରେଡ୍ଡି ଅଡ଼ି କାରରେ ଗୋଟି ସାରା-ରାତି ପାର୍ଟିରେ ଯୋଗ ଦେବା ପରେ ଘରକୁ ଫେରୁଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ୬ ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ନ ଥିଲା‘‘ଅଡ଼ି କାରର ମାଲିକ ରଘୁନନ୍ଦନ ରେଡ୍ଡି ଆମକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ ଓ କାରଟିକୁ ତାଙ୍କ ଡ୍ରାଇଭର୍ ଚଳାଉଥିଲେ ବୋଲି କହିଥିଲେ । ସେ ଡ୍ରାଇଭରକୁ ଧରି ଥାନାକୁ ବି ଆସିଥିଲେ । ହେଲେ ଆମେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସି.ସି.ଟି.ଭି. କ୍ୟାମେରାର ଫୁଟେଜରୁ ଜାଣିବାକୁ ପାଇଲୁ ଯେ ରଘୁନନ୍ଦନଙ୍କ ପୁଅ ଆସିଷ ରେଡ୍ଡି କାର ଚଳାଉଥିଲେ ଓ ସେ ହିଁ ଅଟୋକୁ ଧକ୍କା ମାରିଥିଲେ,’’ ମୋଧପୁର ଥାନା ଅଧିକାରୀ ପି. ରବୀନ୍ଦ୍ର ପ୍ରସାଦ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ ଖବରକାଗଜକୁ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ ।’’ଅସଲରେ ରଘୁନନ୍ଦନ ନିଜ ପୁଅ ଓ ତା’ ସାଙ୍ଗକୁ ଘର ଭିତରେ ଲୁଚାଇ ରଖିଥିଲେ ଓ ସେହି ଦୁର୍ଘଟଣା ତାଙ୍କ ଡ୍ରାଇଭର୍ ଘଟାଇଛି ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ତଦନ୍ତ ସାମନାରେ ତାଙ୍କ କାରସାଦି କାମ କଲାନି । ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ରଘୁନନ୍ଦନଙ୍କୁ ଗିରଫ କରାଯାଇଛି । ତାଙ୍କ ପୁଅ ସୁଜିତ ଓ ତା’ ବନ୍ଧୁକୁ ବି ଗିରଫ କରାଯାଇଛି ।
ଦୁର୍ଘଟଣା ଘଟାଇବା ପରେ ଆହତ ଦୁଇ ଜଣ ଲୋକଙ୍କୁ ହସପିଟାଲକୁ ନ ନେଇ ସୁଜିତ ଓ ତା’ ବନ୍ଧୁ ଦୁର୍ଘଟଣା ସ୍ଥଳରେ ଜମା ହୋଇଥିବା ଲୋକଙ୍କୁ ଧମକାଇଥିଲେ ଓ ନିଜ କାରର ନମ୍ବର ପ୍ଲେଟ୍ ବଦଳାଇ ସେଠାରୁ ପଳାଇଆସିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।