ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»VIDEO: ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ

VIDEO: ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ

Audi car crushes people on road in Jodhpur; scene caught in viral video | ସକାଳ ପ୍ରାୟ ୧୦ଟାରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ବସ୍ତିର ଲୋକେ ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଅଡ଼ି କାର୍ ରାସ୍ତାରେ ଲୋକଙ୍କୁ ଧକ୍କା ମାରିବା ପରେ ସିଧା ବସ୍ତି ଭିତରକୁ ପଶିଯାଇଥିଲା ।

VIDEO: ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ
କାର୍ ଦୁର୍ଘଟଣାର କେତେକ ଦୃଶ୍ୟ
  • News18 Odia
  • Last Updated: November 9, 2021, 7:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯୋଧପୁର: ଦ୍ରୁତ ଗତି ଓ ଅନିୟନ୍ତ୍ରିତ ଗାଡ଼ି ଚାଳନା ଯୋଗୁଁ ପୁଣି ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଦୃତ ଗତିରେ ଆସୁଥିବା ଏକ ଦାମୀ ଅଡି କାର୍‌ (Audi car) ରାସ୍ତା ଉପରେ ଚାଲୁଥିବା ଲୋକଙ୍କୁ ଧକ୍କମା ମାରିବା ପରେ ଏକ ବସ୍ତିରେ ପ୍ରବେଶ କରିଥିଲା । ରାଜସ୍ଥାନର ଯୋଧପୁର (Jodhpur) ସହରରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଲୋକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏହି ଲୋମହର୍ଷକ ଦର୍ଘଟଣାର ଏକ ସି.ସି.ଟି.ଭି. ଫୁଟେଜ୍‌ ସାମନାକୁ ଆସିଛି । ସେଥିରେ ଦେଖିବାକୁ ମିଳୁଛି କେମିତି ଅଡ଼ି କାର୍‌ ଡ୍ରାଇଭର୍‌ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ମାରି ଆଗକୁ ବଢିଯାଉଛି ଓ ଲୋକେ ଉପରକୁ ଫୁଟବଲ୍‌ ପରି ଛିଟିକି ପଡ଼ି ତଳେ ପଡୁଛି । ଏହି ଦୁର୍ଘଟଣାର ଭିଡିଓ (Jodhpur car video) ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ଦିନ ହେଲା କିଛି ଖାଇନି’’

ନଭେମ୍ବର୍‌ ୯ ତାରିଖ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଯୋଧପୁରର ବାସ୍ନି ଥାନା ଅଞ୍ଚଳରେ AIIMS ହସପିଟାଲ୍‌ ନିକଟରେ ଘଟିଥିଲା (Jodhpur accident video)। ଦୁର୍ଘଟଣା ପରେ ବସ୍ତିରେ ଲୋକଙ୍କ ପ୍ରବଳ କ୍ରୋଧ ଦେଖାଦେଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଇଥିଲା । ଦୁର୍ଘଟଣାର ସୂଚନା ପାଇ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ବି ସେଠାରେ ପହଞ୍ଚିଥିଲେ ।

ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା

ସୂଚନା ଅନୁସାରେ AIIMS ଯୋଧପୁର ନିକଟରେ ଥିବା ଏହି ବସ୍ତିରେ ସକାଳ ପ୍ରାୟ ୧୦ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ସେହି ବସ୍ତିର ଲୋକେ ନିଜ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଥିଲେ । ସେତିକି ବେଳେ ଏହି କାରଟି ଅନିୟନ୍ତ୍ରିତ ଭାବରେ ଆସି ସିଧା ବସ୍ତି ଭିତରକୁ ପଶିଯାଇଥିଲା । କାର୍‌ ସାମନାରେ ଥିବା ଲୋକେ କାର୍‌ ଧକ୍କାରେ ଗୁରୁତର ଆହତ ହୋଇଥିଲେ (Rajasthan car video)।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍

ଅଡ଼ି କାରଟି ଅନେକ ଲୋକଙ୍କୁ ଧକ୍କା ମାରିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକେ ଭୟ ଓ କ୍ରୋଧରେ ଚିତ୍କାର କରି ସେଠାକୁ ଦୌଡ଼ି ଆସିଥିଲେ । ଆହତ ଲୋକଙ୍କୁ ଉଦ୍ଧାର କରିବା ସହ ସେମାନେ ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ୍‌ ଦେଇଥିଲେ (Rajasthan accident video) ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



‘‘ଆମେ ତୁରନ୍ତ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ଲୋକଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟ ସ୍ଥିତି ସଙ୍ଗୀନ ଅଛି,’’ କହିଛନ୍ତି ଯୋଧପୁର ଏ.ସି.ପି. ନୁର ମହମ୍ମଦ । ତିନି ଜଣ ଆହତ ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଦୁର୍ଘଟଣା ପରେ ବସ୍ତିର ଲୋକେ ବହୁତ ରାଗି ଯାଇଥିଲେ । ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଏହି ଘଟଣାର ତଦନ୍ତରେ ପୋଲିସ ଲାଗିଛି ।



ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତାପରେ

ଏହି ଦୁର୍ଘଟଣା ଘଟୁଥିବା ବେଳେ ଯୋଧପୁରରେ ରାଜସ୍ଥାନର ମୁଖ୍ୟ ମନ୍ତ୍ରୀ ଅଶୋକ ଗେହଲୋଟ୍‌ (Ashok Gehlot) ଥିଲେ । ସେ ଏହି ସହରକୁ ଏକ ସରକାରୀ ଗସ୍ତରେ ଆସିଥିଲେ ।
Published by: Anand S.T. Das
First published: November 9, 2021, 7:43 PM IST