ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଲେଖକ ସଲମାନ ରୁଶଦୀଙ୍କୁ ହତ୍ୟା ଉଦ୍ୟମ

ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଛୁରା ମାଡ଼ ହେଇଛି । ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲେଖକ ସଲମାନ ରୁଶଦୀଙ୍କୁ ଛୁରା ମାଡ଼

ଲେଖକ ସଲମାନ ରୁଶଦୀଙ୍କୁ ଛୁରା ମାଡ଼

  • Share this:
News 18 Odia Digital

ନ୍ୟୁୟର୍କ : ସଲମାନ ରୁଶଦୀଙ୍କୁ 'ଦ ସତାନିକ୍ ଭର୍ସେସ' ବହି ନ ଲେଖିବା ପାଇଁ ଇରାନ ଧମକ ଦେଇଥିଲା । ଏପରି ପରିସ୍ଥିତିରେ, ଧମକ ପାଇବାର ୩୩ ବର୍ଷ ପରେ ଶୁକ୍ରବାର ଦିନ ସଲମାନଙ୍କୁ ନ୍ୟୁୟର୍କର ଏକ ମଞ୍ଚ ଉପରେ ଛୁରାମାଡ଼ କରାଯାଇଛି ।

ଶୁକ୍ରବାର ସକାଳେ ଉଦବୋଧନ ଦେବା ପୂର୍ବରୁ CHQ 2022 ଇଭେଣ୍ଟର ମଞ୍ଚରେ ଥିବାବେଳେ ଲେଖକଙ୍କୁ ସାଂଘାତିକ ଭାବରେ ଆକ୍ରମଣ କରାଯାଇଥିଲା । ସଲମାନଙ୍କୁ ବେକରେ ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ସେଠୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା।

୧୯୯୮ ମସିହାରୁ ଇରାନରେ ସଲମାନ ରୁଶଦୀଙ୍କ ବହି 'ଦ ସତାନିକ୍ ଭର୍ସେସ' କୁ ନିଷେଧ କରାଯାଇଛି କାରଣ ଅନେକ ମୁସଲମାନ ଏହାକୁ ବିରୋଧ କରନ୍ତି ।

ଏହାର ଏକ ବର୍ଷ ପୂର୍ବରୁ ଇରାନର ସ୍ୱର୍ଗତ ନେତା ଅଯାତୁଲ୍ଲା ରୁହୋଲ୍ଲା ଖୋମେନି ଏକ ଫତୱା ଜାରି କରି ସଲମାନଙ୍କ ମୃତ୍ୟୁ ପାଇଁ ଆହ୍ନନ ଦେଇଥିଲେ । କେବଳ ଏତିକି ନୁହେଁ, ସଲମାନଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ୩ ମିଲିୟନ୍ ଡଲାରରୁ ଅଧିକ ପୁରସ୍କାର ଦେବେ ବୋଲି ଘୋଷଣା କରି କହିଥିଲେ। ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି ।
Published by:Sujit Swain
First published: