Attack On Owaisi: ଓୱେସିଙ୍କ ଗାଡ଼ି ଉପରକୁ ଗୁଳି ମାଡ଼; ଆଜି ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବେ

Attack on AIMIM Chief Owaisi: ଉତ୍ତର ପ୍ରଦେଶରୁ ଫେରୁଥିବା ବେଳେ ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁରୁବାର ଦିନ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାଡ଼ କରିଥିଲେ। ଆଜି ଓୱାଇସି ନିଜେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବେ।

ଓୱେସିଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ପ୍ରସଙ୍ଗ

ଓୱେସିଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ପ୍ରସଙ୍ଗ

  • Share this:
News18 Odia Digital

Attack on AIMIM Chief Owaisi: ନିର୍ବାଚନ ପ୍ରଚାରରେ ଉତ୍ତର ପ୍ରଦେଶରୁ ଫେରୁଥିବା ବେଳେ ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ (AIMIM) ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ମାଡ଼ କରିଥିଲେ। ଯାହା ବର୍ତ୍ତମାନ ଉତ୍ତର ପ୍ରଦେଶ ନିର୍ବାଚନ ଉପରେ ପଡ଼ିଛି। ଆଜି ଓୱାଇସି ନିଜେ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବେ। ଏଥିସହିତ ପୋଲିସ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତ ସଚିନ ଓ ଶୁଭମଙ୍କୁ ଧରିସାରିଛି।

ଗତ କାଲି ମଧ୍ୟ ଲୋକସଭାରେ ଏହି ପ୍ରସଙ୍ଗ ଉଠିଥିଲା

ଓୱାଇସି ଦଳର ସାଂସଦ ଏହାକୁ ଲୋକସଭାରେ ଉଠାଇ ଏହାର ଅଧ୍ୟକ୍ଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି। ଔରଙ୍ଗାବାଦ ସାଂସଦ ସୈୟଦ ଇମତିଆଜ ଜଲିଲ କହିଛନ୍ତି ଯେ ତାଙ୍କ ବାସଭବନ ଉପରେ ଆକ୍ରମଣ ହେବା ପରେ ଓୱାଇସି ସାହେବଙ୍କ କାର ଉପରକୁ ଗୁଳି ଚଳାଯାଇଥିଲା। ସେ ନିରାପଦରେ ଅଛନ୍ତି। ଆମର ରାଜନୈତିକ ଓ ଆଦର୍ଶଗତ ପାର୍ଥକ୍ୟ ଥାଇପାରେ, କିନ୍ତୁ ଏହି ପ୍ରକାର କାର୍ଯ୍ୟ ଠିକ୍ ନୁହେଁ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ପୂରା ମାମଲା କ'ଣ?

ଗତ କାଲି, ଓୱାଇସି ୟୁପିର ମେରଠରେ ଡୋର ଟୁ ଡୋର ଅଭିଯାନ କରିବା ଓ ଅଭିଯାନ ଶେଷ କରିବା ପରେ ଦିଲ୍ଲୀ ଫେରୁଥିଲେ। ଓୱାଇସିଙ୍କ ଟିମ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ଦେଇ ଯାଉଥିଲା। ପ୍ରାୟ ୪୫ ମିନିଟ୍ ପରେ, ଓୱାଇସିଙ୍କ ଗାଡ଼ି ଉପରକୁ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ଏହି ଘଟଣା ପରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଆତଙ୍କ ଖେଳିଯାଇଥିଲା

ଏଡିଜି ଲଅ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର କହିଛନ୍ତି ଯେ ଆକ୍ରମଣର କାରଣ ଜଣା ପଡିନାହିଁ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଏକ ପିସ୍ତଲ ଉଦ୍ଧାର କରାଯାଇଛି। ଓୱାଇସିଙ୍କ ଅନୁଯାୟୀ, ଏହି ଆକ୍ରମଣକାରୀମାନେ ସମ୍ପୂର୍ଣ୍ଣ ରିସର୍ଚ କରିଥିଲେ। ତା’ପରେ ସେ ଏହି ଟୋଲ ପ୍ଲାଜାରେ ପୂର୍ବରୁ ଉପସ୍ଥିତ ଥିଲେ। ଏହି ଘଟଣା ପରେ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଆତଙ୍କ ଖେଳିଯାଇଛି।
Published by:Lipina Das
First published: