ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ; ପୂର୍ବତନ ଗୃହମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ଅହମ୍ମଦାବାଦରେ ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କୁ ଏକା ସଭାରେ ଆକ୍ରମଣ କରାଯାଇଥିଲା । ମେଓ୍ୱାନୀ ଏକ ଟ୍ୱିଟ ଜରିଆରେ ଦାବି କରିଛନ୍ତି ଯେ ଏହି ଆକ୍ରମଣ ପୂର୍ବତନ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ଗୁଣ୍ଡ ଦ୍ୱାରା କରାଯାଇଥିଲା ।

ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ; ପୂର୍ବତନ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଜିଗ୍ନେଶ

ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ; ପୂର୍ବତନ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଜିଗ୍ନେଶ

  • News18 Odia
  • Last Updated :
  • Share this:
News 18 Odia Digital

ଗୁଜରାଟ : ଗୁଜରାଟର ବଡ଼ଗାମ ଆସନରୁ ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେଓ୍ୱାନୀ ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ବିରୋଧରେ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି। ଅହମ୍ମଦାବାଦରେ ଏକ ସାଧାରଣ ସଭାରେ ମେଓ୍ୱାନୀଙ୍କୁ ଆକ୍ରମଣ କରାଯାଇଥିଲା । ଜିଗ୍ନେଶ ମେଓ୍ୱାନୀ ଏକ ଟ୍ୱିଟ ଜରିଆରେ ଦାବି କରିଛନ୍ତି ଯେ ଏହି ଆକ୍ରମଣ ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ଗୁଣ୍ଡ ଦ୍ୱାରା କରାଯାଇଥିଲା ।



ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅହମ୍ମଦାବାଦର ଭଷ୍ଟ୍ରାଲର ନର୍ମଦା ଆପାର୍ଟମେଣ୍ଟରେ ଏକ ସଭା ପାଇଁ ଜିଗ୍ନେଶ ମେଓ୍ୱାନୀ ଏବଂ କଂଗ୍ରେସ ଅନୁସୂଚିତ ଜାତି ସଭାପତି ହିତେନ୍ଦ୍ର ପିଥାଡିଆ ଉପସ୍ଥିତ ଥିଲେ । ତା’ପରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ ।

ପ୍ରଦୀପ ସିଂ ଜାଡେଜାଙ୍କ ଗୁଣ୍ଡ ଲାଭୁ ଦେଶାଇ ଜିଗ୍ନେଶ ମେଓ୍ୱାନୀଙ୍କ ଉପରେ ଆକ୍ରମଣ କରି ସଭା ବନ୍ଦ କରିବାକୁ ଚେଷ୍ଟା କରିଥିଲେ ବୋଲି ହିତେନ୍ଦ୍ର ପିଥାଡିଆ ଏକ ଟ୍ୱିଟ ମାଧ୍ୟମରେ ଦାବି କରିଛନ୍ତି । ଏଥିସହ ପୋଲିସର ଉପସ୍ଥିତିରେ ଏହି ଆକ୍ରମଣ କରାଯାଇଥିବା ସେ ଦାବି କରିଛନ୍ତି। ଏହି ଟ୍ୱିଟ୍ ମାଧ୍ୟମରେ ଗୁଜୁରାଟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପିଥାଡିଆ ପ୍ରଶ୍ନ କରିଛନ୍ତି।
Published by:Sujit Swain
First published: