News18 Odia Digital
Atiq Ahmed Murder Case: ଶନିବାର ବିଳମ୍ବିତ ରାତିରେ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଆତିକ୍ ଅହମ୍ମଦ(Atiq Ahmed) ଓ ତାଙ୍କ ଭାଇ ଅଶରଫ ଅହମ୍ମଦ(Ashraf Ahmed)ଙ୍କୁ ହତ୍ୟା କରାଯାଇଛି। ତିନିଜଣ ଅଭିଯୁକ୍ତ ଉଭୟଙ୍କୁ ହତ୍ୟା କରିଥିଲେ। ସେହି ହତ୍ୟାକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ସେହି ମୋଟରସାଇକେଲ ବିଷୟରେ ଏକ ବଡ ଖୁଲାସା ହୋଇଛି।
ବାସ୍ତବରେ ଏହି ହତ୍ୟା ମାମଲାରେ ପଲସର ମୋଟରସାଇକେଲ ବ୍ୟବହାର କରାଯାଇଥିଲା। ଆକ୍ରମଣକାରୀମାନେ ଏହି ମୋଟରସାଇକେଲରୁ ଆସିଥିବା ଦାବି ହେଉଛି। ଏହି ଗାଡିର ନମ୍ବର Up70-M7337 ବୋଲି କୁହାଯାଉଛି। ଏଥିସହ ଏହି ମୋଟରସାଇକେଲର ନକଲି ବୋଲି ସୂତ୍ରରୁ ପ୍ରକାଶ। ପୋଲିସର ଅନୁସନ୍ଧାନରେ ଏହା ନକଲି ବୋଲି ଜଣାପଡିଛି। ତେବେ ବାଇକ କେଉଁଠୁ ଅଣାଯାଇଥିଲା ସେନେଇ ଅନୁସନ୍ଧାନ ଜାରି ରହିଛି।ଫୋରେନସିକ୍ ଟିମର ୫ ଜଣ ଅଧିକାରୀ ଅଲଗା ଅଲଗା ମାମଲାର ଯାଞ୍ଚ କରୁଛନ୍ତି। ଅଧିକାରୀମାନେ ପ୍ରତ୍ୟେକ ପ୍ରମାଣ ଆଧାରରେ ଅନୁସନ୍ଧାନ କରୁଛନ୍ତି।
ATIQ AHMED DEATH CASE: ଜୟ ଶ୍ରୀରାମ ନାରାରେ କମ୍ପିଲା ଅଞ୍ଚଳ, ମିଠା ବାଣ୍ଟିଲେ ବିଜେପି କର୍ମୀଅନ୍ୟପକ୍ଷରେ, ସୂତ୍ର ଅନୁଯାୟୀ ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତଙ୍କ ସହ ଜଡିତ ଅନେକ ତଥ୍ୟ ପ୍ରକାଶ ପାଇଛି। ପଚରାଉଚରା ବେଳେ ଏହା ଜଣା ପଡିଛି ଯେ ଆତିକ ଏବଂ ଅସରଫଙ୍କୁ ହତ୍ୟା କରିଥିବା ତିନିଜଣ ଅଭିଯୁକ୍ତ ପ୍ରୟାଗରାଜ ବାହାରର ବାସିନ୍ଦା। ହତ୍ୟା କରିଥିବା ଲଭଲେଶ୍ ତିୱାରୀ ବାନ୍ଦା ବାସିନ୍ଦା। ଅରୁଣ ମୌର୍ଯ୍ୟ ହମିରପୁରର ବାସିନ୍ଦା ଏବଂ ତୃତୀୟ ଅଭିଯୁକ୍ତ ସନ୍ନି କାସଗଞ୍ଜର ବାସିନ୍ଦା।
ATIQ AHMED: ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦଙ୍କୁ ହତ୍ୟା, ମିଡିଆ କର୍ମୀ ବେଶରେ ଆସି ମୁଣ୍ଡରେ ଗୁଳିମାଡ଼ !ପଚରାଉଚରା ବେଳେ ଏହି ତିନି ଅଭିଯୁକ୍ତ ସମାନ ଠିକଣା ଦେଇଛନ୍ତି। ତେବେ ଏହା ପରେ ମଧ୍ୟ ପୋଲିସ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଠିକଣା ଏବଂ ବିବୃତ୍ତି ଯାଞ୍ଚ କରୁଛି। ଅନୁସନ୍ଧାନରେ ଏହି ତିନି ଅଭିଯୁକ୍ତ କହିଛନ୍ତି ଯେ ଆତିକ ଏବଂ ଅସରଫଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସମସ୍ତେ ପ୍ରୟାଗରାଜକୁ ଆସିଛନ୍ତି। ହତ୍ୟା କରିବା ଉଦ୍ଦେଶ୍ୟରେ ସେମାନେ ପ୍ରାୟ ମାସେ ହେବ ପ୍ରୟାଗରାଜରେ ରହି ପ୍ଲାନ କରୁଥିବାର ସୂଚନା ମିଳିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।