News18 Odia Digital
Pension Money: ଆପଣ ପ୍ରତିଦିନ ଚାହା ପିଇବାରେ ୫-୭ଟଙ୍କା ଖର୍ଚ୍ଚ କରୁଥିବେ। କିନ୍ତୁ ଆପଣ ଜାଣିଛନ୍ତି ଏହି ଟଙ୍କା ଆପଣଙ୍କୁ ବୃଦ୍ଧ କାଳରେ ଆରାମ ପ୍ରଦାନ କରିବ। ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ବୁଢା ବୟସରେ ସୁଖ ଶାନ୍ତିରେ ଜୀବନ କାଟି ପାରିବେ। ସରକାରଙ୍କ ଏହି ସ୍କିମରୁ ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବ। ଯେଉଁ ଯୋଜନା ଅଧୀନରେ ଆପଣ ପ୍ରତି ମାସରେ ୫ହଜାର ଟଙ୍କାର ପେନସନ ପାଇ ପାରିବେ।
ଅଟଳ ପେନ୍ସନ୍ ଯୋଜନା (Atal Pension Yojona- APY) ଅଧୀନରେ ଆପଣ ଏହା କରିପାରିବେ। ଆପଣ ଏକ କପ ଚା’ ମୂଲ୍ୟଠାରୁ କମ୍ ମୂଲ୍ୟରେ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇପାରିବେ। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ସାମାଜିକ ସୁରକ୍ଷା ଯୋଜନା ଅଟଳ ପେନ୍ସନ୍ ଯୋଜନାର ଲୋକପ୍ରିୟତା ଆକାଶଛୁଆଁ ହେଉଛି। ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (PFRDA) ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ୧୧ ମାସରେ ଅଟଳ ପେନ୍ସନ୍ ଯୋଜନାର Subscriber ସଂଖ୍ୟାରେ ୨୮.୪୬ ପ୍ରତିଶତ ବୃଦ୍ଧି ଘଟିଛି।
SBI କଷ୍ଟମର ଧ୍ଯାନ ଦିଅନ୍ତୁ! ଆପଣଙ୍କ ଆକାଉଣ୍ଟରୁ କଟିଛି କି ଟଙ୍କା?
ମୋଦି ସରକାର ୨୦୧୫ରେ ଅଟଳ ପେନ୍ସନ୍ ଯୋଜନା ଆରମ୍ଭ କରିଥିଲେ। ୧୮ ରୁ ୪୦ ବର୍ଷ ବୟସର ସମସ୍ତ ନାଗରିକ ଏହି ଯୋଜନାର ଏକ ଅଂଶ ହୋଇପାରନ୍ତି। ଅବଶ୍ୟ ଅକ୍ଟୋବର ୧, ୨୦୨୨ ପରେ, କେବଳ ସେହି ବ୍ୟକ୍ତି ଏଥିରେ ଆବେଦନ କରିପାରିବେନି ଯେଉଁମାନେ ଆୟକର ପଇଠ କରୁନଥିବେ। ଏହି ଯୋଜନା ଅଧୀନରେ ଜଣେ Subscriber ୬୦ ବର୍ଷ ବୟସ ହେବା ପରେ ତାଙ୍କ ଅବଦାନ ଉପରେ ନିର୍ଭର କରି ମାସିକ ୧୦୦୦ ରୁ ୫୦୦୦ ଟଙ୍କା ପେନ୍ସନ୍ ନିଶ୍ଚିତ କରାଯାଇଛି। ଆବେଦନକାରୀଙ୍କ ମୃତ୍ୟୁରେ, ଏହି ପେନ୍ସନ୍ ରାଶି ତାଙ୍କ ସ୍ୱାମୀ ଓ ସ୍ତ୍ରୀଙ୍କୁ ଦିଆଯାଏ। ଏଥିରେ, ଆୟକରର ଧାରା 80CCD ଅଧୀନରେ, ଏହା ମଧ୍ୟ ଟିକସ ଛାଡର ଲାଭ ପାଇଥାଏ।
ଆଉ ଚାଲିବନି ୨୦୦୦ଟଙ୍କିଆ ନୋଟ? ଅର୍ଥମନ୍ତ୍ରୀଙ୍କ କଥା ଶୁଣି ଉଡିଯିବ ହୋସକମ୍ ଅର୍ଥ ବିନିଯୋଗ କରି ପେନ୍ସନ୍ ଗ୍ୟାରେଣ୍ଟି ଦେବା ପାଇଁ ଅଟଳ ପେନ୍ସନ୍ ଯୋଜନା ଏକ ଉତ୍ତମ ବିକଳ୍ପ। ଅଟଳ ପେନ୍ସନ୍ ଯୋଜନା ଅଧୀନରେ, ପ୍ରତି ମାସରେ ଆକାଉଣ୍ଟରେ ଏକ ନିର୍ଦ୍ଦିଷ୍ଟ ଅବଦାନ ପ୍ରଦାନ କରିବା ପରେ ଅବସର ପରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ମିଳିବ। ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ମାସକୁ ୫ ହଜାର ଟଙ୍କା ପାଇବାକୁ ୧୮ ବର୍ଷ ବୟସରେ ଆବେଦନ କରୁଛନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ଦେବାକୁ ପଡିବ। ଯଦି ଆପଣ ପ୍ରତି ତିନିମାସରେ ଏହି ଟଙ୍କା ଦିଅନ୍ତି, ତେବେ ଆପଣଙ୍କୁ ୬୨୬ ଟଙ୍କା ଦେବାକୁ ପଡିବ ଏବଂ ଯଦି ଆପଣ ଏହାକୁ ଛଅ ମାସରେ ଦେବେ ତେବେ ଆପଣଙ୍କୁ ୧,୨୩୯ ଟଙ୍କା ଦେବାକୁ ପଡିବ। ଯଦି ଆପଣ ମାସକୁ ୧୦୦୦ ଟଙ୍କା ପେନ୍ସନ୍ ପାଇବାକୁ ୧୮ ବର୍ଷ ବୟସରେ ବିନିଯୋଗ କରନ୍ତି, ତେବେ ଆପଣଙ୍କୁ ମାସିକ ୪୨ ଟଙ୍କା ଦେବାକୁ ପଡିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।