Assembly Elections 2021: ବେଙ୍ଗଲରେ କାହାର ହେବ ସରକାର; ଆସାମରେ କିଏ ମାରିବ ବାଜି? ଜାଣନ୍ତୁ ଓପିନିୟନ ପୋଲର ଫଳାଫଳ
Assembly Election 2021, Opinion Poll: ନିର୍ବାଚନର ଏକ ମାସ ପୂର୍ବରୁ ଜନସାଧାରଣଙ୍କ ମନୋଭାବ କ’ଣ ରହିଛି ଓ ସେମାନେ କାହାକୁ ଭୋଟ୍ ଦେବାକୁ ଚାହୁଁଛନ୍ତି ଏହାକୁ ନେଇ ଓପିନିୟନ ପୋଲରେ ଫଳାଫଳ ପ୍ରକାଶ ପାଇଛି ।

ଜାଣନ୍ତୁ ଓପିନିୟନ ପୋଲର ଫଳାଫଳ
- News18 Odia
- Last Updated: February 28, 2021, 10:03 AM IST
ନୂଆ ଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୧ (Assembly Election 2021) ପାଇଁ ଓଲଟା ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ୨ ମଇରେ ଏହି ରାଜ୍ୟ ଗୁଡ଼ିକରେ କିଏ ସରକାର ଗଠନ ହେବ ତାହା ନିଷ୍ପତ୍ତି ହୋଇଯିବ । କିନ୍ତୁ ପ୍ରକୃତ ନିର୍ବାଚନ ପୂର୍ବରୁ ଓପିନିୟନ ପୋଲ (Opinion Poll) ପ୍ରକାଶ ପାଇଛି । ଅର୍ଥାତ୍ ନିର୍ବାଚନର ଏକ ମାସ ପୂର୍ବରୁ ଜନସାଧାରଣଙ୍କ ମନୋଭାବ କ’ଣ ରହିଛି ଓ ସେମାନେ କାହାକୁ ଭୋଟ୍ ଦେବାକୁ ଚାହୁଁଛନ୍ତି ସେ ନେଇ ଜନସାଧାରଣ ଓପିନିୟନ ପୋଲ ପ୍ରକାଶ ପାଇଛି । ଓପିନିୟନ ପୋଲ ଅନୁଯାୟୀ ପଶ୍ଚିମବଙ୍ଗରେ (Bengal) ବିଜେପି ଏଥର ରେକର୍ଡ ସଂଖ୍ୟକ ସିଟ୍ ପାଇବାକୁ ଯାଉଛି । କିନ୍ତୁ ଏହା ମନେହେଉଛି ଯେ ପୁଣି ଥରେ ରାଜ୍ୟର କ୍ଷମତା ମମତା ବାନାର୍ଜୀଙ୍କ ହାତରେ ରହିପାରେ ।
ପଶ୍ଚିମ ବଙ୍ଗରେ କାହାର ହେବ ସରକାର?
ଭୋଟ ପ୍ରତିଶତ - ପଶ୍ଚିମ ବଙ୍ଗରେ ସମୁଦାୟ ୨୯୪ ବିଧାନସଭା ଆସନ ଅଛି । ଓପିନିୟନ ପୋଲ ଅନୁଯାୟୀ ଏଠାରେ ଟିଏମସିକୁ ୪୩% ଭୋଟ୍ ମିଳିପାରେ । ଯେଉଁଠାରେ ବିଜେପି ଆକାଉଣ୍ଟରେ 38% ଭୋଟ୍ ଯାଇପାରେ । କଂଗ୍ରେସ-ବାମପନ୍ଥୀ ଦଳ ୧୩% ଭୋଟ୍ ପାଇପାରନ୍ତି । ଏଥି ସହିତ ୬% ଭୋଟ୍ ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଇପାରେ ।
ଆସାମର ଓପିନିୟନ ପୋଲ
ଭୋଟ୍ ପ୍ରତିଶତ - ଆସାମର ବିଧାନସଭାରେ ୧୨୬ ଟି ସିଟ୍ ରହିଛି ଓ ଗୃହରେ ସଂଖ୍ୟାଗରିଷ୍ଠତା ପାଇଁ ୬୪ଟି ସିଟ୍ ଆବଶ୍ୟକ । ଓପିନିୟନ ପୋଲ ଅନୁଯାୟୀ ଆସାମରେ ବିଜେପି ଓ ଏହାର ସହଯୋଗୀମାନେ ୪୨% ଭୋଟ୍ ପାଇପାରନ୍ତି । ଏଥି ସହିତ କଂଗ୍ରେସ ଓ ଏହାର ସହଯୋଗୀ ଦଳକୁ ୩୧% ଭୋଟ୍ ମିଳିପାରେ । ୨୭ ପ୍ରତିଶତ ଭୋଟ୍ ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଇପାରେ ।
କାହାକୁ କେତେ ସିଟ୍: ଓପିନିୟନ ପୋଲ ଅନୁଯାୟୀ ଆସାମରେ ବିଜେପିର ବିଜୟ ନିଶ୍ଚିତ ଲାଗୁଛି । ଏହି ଅନୁଯାୟୀ ୬୮-୭୬ ଟି ଆସନ ବିଜେପି + ଏହାର ସହଯୋଗୀ ଆକାଉଣ୍ଟକୁ ଯାଇପାରେ । ଏଥି ସହିତ କଂଗ୍ରେସ ଓ ଏହାର ସହଯୋଗୀ ଦଳ ୪୩-୫୧ ଟି ଆସନ ଜିତି ପାରନ୍ତି ।
କେରଳରେ କିଏ ଗଠନ କରିବ ସରକାର?
ଭୋଟ୍ ପ୍ରତିଶତ - କେରଳରେ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ଦଳକୁ ୪୦ ପ୍ରତିଶତ ଭୋଟ୍ ମିଳିପାରେ । ଯେଉଁଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) ୩୩ ପ୍ରତିଶତ ଭୋଟ୍ ମିଳିବ ବୋଲି ଆକଳନ କରାଯାଇଛି । ବିଜେପିକୁ ଏଠାରେ ମାତ୍ର ୧୩ ପ୍ରତିଶତ ଭୋଟ୍ ମିଳିପାରେ ।
କାହାକୁ କେତେ ସିଟ୍: ଓପିନିୟନ ପୋଲ ଅନୁଯାୟୀ କେରଳରେ ୮୩-୯୧ ସିଟ୍ ଏଥର LDF ଆକାଉଣ୍ଟକୁ ଯାଇପାରେ । UDF ଦଳକୁ ୪୭-୫୫ ସିଟରେ ସନ୍ତୁଷ୍ଟ ହେବାକୁ ପଡିପାରେ । ଏହା ବ୍ୟତୀତ ବିଜେପି ଏଠାରେ ୨ଟି ଆସନ ଜିତିପାରେ ।
ତାମିଲନାଡୁରେ କ’ଣ ହେବ?
ଭୋଟ୍ ପ୍ରତିଶତ- ଓପିନିୟନ ପୋଲ ଅନୁଯାୟୀ AIADMK ଓ ଏହାର ସହଯୋଗୀମାନେ ତାମିଲନାଡୁରେ ୨୯ ପ୍ରତିଶତ ଭୋଟ୍ ପାଇପାରନ୍ତି । ଏଥି ସହିତ ଡିଏମକେ ମିଳିତ ମଞ୍ଚ ପ୍ରାୟ ୪୧ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି ।
କାହାକୁ କେତେ ସିଟ୍ - ଡିଏମକେ କ୍ଷମତାକୁ ଫେରୁଥିବାର ଦେଖାଯାଏ । DMK ମିଳିତ ମଞ୍ଚ ୧୫୪-୧୬୨ ସିଟ୍ ପାଇପାରନ୍ତି । ଯେତେବେଳେ କି AIADMK ମିଳିତ ମଞ୍ଚ ୫୮-୬୬ ଟି ସିଟ୍ ଜିତିପାରେ । ଅନ୍ୟମାନଙ୍କ ଆକାଉଣ୍ଟକୁ ୮ଟି ସିଟ୍ ଯିବାର ସମ୍ଭାବନା ରହିଛି ।
ପୁଡୁଚେରୀରେ କ’ଣ ହେବ?
ଭୋଟ ପ୍ରତିଶତ - ଏଠାରେ ବିଜେପି ଓ ଏହାର ସହଯୋଗୀମାନେ ୪୬ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି । ଏଥି ସହିତ କଂଗ୍ରେସ ଓ ଏହାର ସହଯୋଗୀ ଦଳ ୩୬ ପ୍ରତିଶତ ଭୋଟ୍ ପାଇପାରନ୍ତି ।
କାହାକୁ କେତେ ସିଟ୍ - ଏଠାରେ ବିଜେପି ସରକାର ଗଠନ କରିପାରେ । ବିଜେପି ୧୭ ରୁ ୨୧ ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୮ ରୁ ୧୨ ଟି ସିଟ୍ ପାଇପାରନ୍ତି।