୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

Assembly By polls: ଅକ୍ଟୋବର ୭ରେ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ଓ ମଡେଲ ଆଚରଣ ବିଧି ମଧ୍ୟ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Assembly By polls: ଭାରତର ନିର୍ବାଚନ ଆୟୋଗ ସୋମବାର ୬ଟି ରାଜ୍ୟରେ ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ୭ଟି ଆସନ ପାଇଁ ଉପ-ନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବ ଓ ଫଳାଫଳ ନଭେମ୍ବର ୬ରେ ଘୋଷଣା କରାଯିବ।

ସାତୋଟି ସିଟ୍ ଯେଉଁଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ତାହା ହେଉଛି ମହାରାଷ୍ଟ୍ରର ଅନ୍ଧେରି ପୂର୍ବ, ବିହାରର ମୋକାମା ଓ ଗୋପାଲଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ, ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣାଥ ଓ ଓଡ଼ିଶାର ଧାମନଗର।

ଉପ-ନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏଠାରେ ଅଛି

ଆସନ୍ତା ୭ରେ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯିବ ଓ ମଡେଲ ଆଚରଣ ବିଧି ମଧ୍ୟ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୧୪। ନାମାଙ୍କନପତ୍ରର ଯାଞ୍ଚ ଅକ୍ଟୋବର ୧୫ରେ କରାଯିବ ଓ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଅକ୍ଟୋବର ୧୭। ନଭେମ୍ବର ୬ରେ ଭୋଟ ଗଣନା କରାଯିବ।

ଏହି ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରାଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଇସିଆଇ ସଚିବ ସଞ୍ଜୀବ କୁମାର ପ୍ରସାଦ କହିଛନ୍ତି ଯେ ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍ ଓ ଭିଭିପିଏଟ୍ (ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍) ଉପଲବ୍ଧ କରାଯାଇଛି ଓ ଏହି ମେସିନ୍ ସାହାଯ୍ୟରେ ନିର୍ବାଚନର ସୁଗମତାକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି।

ECI ଅନୁଯାୟୀ, ଭୋଟରଙ୍କ ଫଟୋ ପରିଚୟ କାର୍ଡ (EPIC) କିମ୍ବା ଭୋଟର କାର୍ଡ ଭୋଟ୍ ପାଇଁ ପ୍ରାଥମିକ ଦଲିଲ ହେବ। ଅନ୍ୟାନ୍ୟ ସରକାରୀ ଡକ୍ୟୁମେଣ୍ଟ ମଧ୍ୟରେ ଆଧାର କାର୍ଡ, ପାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଗ୍ରହଣ କରାଯିବ।
Published by:Lipina Das
First published: