‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’

ଆସାମର ଲେଖିକା ଶିଖା ଶର୍ମାଙ୍କୁ ଏକ ଫେସବୁକ୍ ପୋଷ୍ଟ ପାଇଁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି । ଏହା ପୂର୍ବରୁ ସେ ଆସାମର ଶାସକ ଦଳ ବିଜେପି ବିରୋଧରେ ସୋସିଆଲ ମିଡି଼ଆରେ ପୋଷ୍ଟ କରୁଥିବାରୁ ତାଙ୍କୁ ବଳାତ୍କାର ଧମକ ମିଳିଥିଲା ।

‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’
ଆସାମର ଲେଖିକା ଶିଖା ଶର୍ମା
  • News18 Odia
  • Last Updated: April 9, 2021, 11:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: ଦେଶଦ୍ରୋହ ଅଭିଯୋଗରେ ଆସାମର ଲେଖିକା ଶିଖା ଶର୍ମାଙ୍କୁ (Sikha Sarma) ଗିରଫ କରାଯାଇଛି । ଛତିଶଗଡ଼ରେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷା କର୍ମୀମାନଙ୍କ ହତ୍ୟା କରାଯିବା ଘଟଣା ପରେ ସୋସିଆଲ ମିଡି଼ଆରେ ସେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ଛତିଶଗଡ଼ର ବିଜାପୁରରେ ମାଓବାଦୀମାନେ ୨୨ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବାର ଦୁଇ ଦିନ ପରେ ଶିଖା ଶର୍ମା ଏପ୍ରିଲ୍ ୫ରେ ଫେସବୁକରେ ପୋଷ୍ଟ କରି ଲେଖିଥିଲେ: ‘‘ଦରମା ପାଉଥିବା ଲୋକେ ଡ୍ୟୁଟି ସମୟରେ ମୃତ୍ୟୁ ବରଣ କଲେ ସେମାନଙ୍କୁ ସହିଦ କୁହାଯାଇପାରିବ ନାହିଁ । ସେମିତି ହେଲେ ତ ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ମୃତ୍ୟୁ ବରଣ କଲେ ତାଙ୍କୁ ବି ସହିଦ କୁହାଯିବା ଉଚିତ । ମିଡି଼ଆ, ଲୋକମାନଙ୍କୁ ଭାବପ୍ରବଣ କର ନାହିଁ ।’’

ଏହା ବି ପଢ଼ନ୍ତୁ |୧୪ ଦିନ ମାସ୍କ ପିନ୍ଧିବା… ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ଶିଖା ଶର୍ମାଙ୍କ ଏହି ପୋଷ୍ଟ ଫେସବୁକରେ ସଙ୍ଗେ ସଙ୍ଗେ ୧୧,୦୦୦ରୁ ଅଧିକ କମେଣ୍ଟସ୍‌ ପାଇଥିଲା । ଅତି କମରେ ୧,୬୦୦ ଥର ଏହି ପୋଷ୍ଟ ଶେୟାର୍‌ ହୋଇଥିଲା ଓ ଏହା ସହ ବିବାଦ ଆରମ୍ଭ ହୋଇଥିଲା ।

ମାଓବାଦୀମାନେ ସି.ଆର୍ରା‌.ପି.ଏଫ୍‌‌. ଯବାନ ରାକେଶ୍ୱର ସିଂ ମନହାସଙ୍କୁ ପାଞ୍ଚ ଦିନ ପଣବନ୍ଦୀ ରଖିଥିଲେ ।


ଦୁଇ ଜଣ ବିଜେପି କାର୍ଯ୍ୟକର୍ତ୍ତା ଏହି ପୋଷ୍ଟ ଉପରେ ପୋଲିସରେ ଅଭିଯୋଗ କରିଥିଲେ । ତା’ ପରୋ ପୋଲିସ ଭାରତୀୟ ପିଙ୍ଗଳ କୋଡର (IPC) ଦଫା ୧୨୪ (କ) (ଦେଶଦ୍ରୋହ), ୨୯୪ (କ), ୫୦୦ (ବଦନାମ କରିବା), ୫୦୬ (ଆପରାଧିକ ଧମକ ଦେବା) ଓ ଆଇ.ଟି. ଆକ୍ଟର ଦଫା ୪୫ ଅଧୀନରେ ରେଖା ଶର୍ମାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା (Assam writer Shikha Sarma arrested)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ

‘‘ଶିଖା ଶର୍ମାଙ୍କୁ ବୁଧବାର ରାତିରେ ଗିରଫ କରାଯାଇଥିଲା ଓ ଗୁରୁବାର ଦିନ କାମ୍ରୁପ (ମେଟ୍ରୋ) ଜିଲ୍ଲା କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଆମେ ତାଙ୍କ ପାଇଁ ପୋଲିସ ହେପାଜତକୁ ମାଗିନାହୁଁ । ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି,’’ ଗୁଆହାଟୀ ପୋଲିସ କମିଶନର ମୁନ୍ନା ପ୍ରସାଦ ଗୁପ୍ତା ପିଟିଆଇକୁ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଝିଅଙ୍କୁ ଫାର୍ସାରେ ହାଣିଲା

ଏପ୍ରିଲ ୩ ତାରିଖରେ ଛତିଶଗଡ଼ର ବିଜାପୁରରେ ମାଓବାଦୀମାନେ ବିଭିନ୍ନ ସୁରକ୍ଷା ବାହିନୀର ୨୨ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ । ଏହି ଆକ୍ରମଣରେ ୩୧ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ । ମାଓବାଦୀମାନେ ଜଣେ ସି.ଅର୍‌.ପି.ଏଫ୍‌. କର୍ମୀଙ୍କୁ ପଣବନ୍ଦୀ ବି ରଖିଥିଲେ । ପାଞ୍ଚ ଦିନ ପରେ ତାଙ୍କୁ ସେମାନେ ମୁକ୍ତ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ

ନିହତ ହୋଇଥିବା ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ଦୁଇ ଜଣ – ଇନ୍ସପେକ୍ଟର ଦିଲୀପ କୁମାର ଦାସ ଓ କନଷ୍ଟେବଳ ବାବୁଲ ରାଧା – ଆସାମର ଥିଲେ । ସେହି ସମୟରେ ଶିଖା ଶର୍ମାଙ୍କ ଫେସବୁକ୍‌ ପୋଷ୍ଟ ରାଜ୍ୟରେ ଜନସାଧାରଣଙ୍କ ଦୁଃଖ ଦେଇଥିଲା ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ |ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା ?’

ଏହା ପୂର୍ବରୁ ଶିଖା ଶର୍ମା ଆସାମର ଶାସକ ଦଳ ବିଜେପି ବିରୋଧରେ ସୋସିଆଲ ମିଡି଼ଆରେ ନିୟମିତ ପୋଷ୍ଟ କରୁଥିବା କାରଣରୁ ତାଙ୍କୁ ଅନେକ ବଳାତ୍କାର ଧମକ ମିଳିଥିଲା । ସେ ସେହି ଧମକଗୁଡ଼ିକ ବିଷୟରେ ପୋଲିସ ନିକଟରେ ଅଭିଯଓଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ।



୨୦୧୭ ମସିହାରେ ପ୍ରତିରକ୍ଷା ଓ ଗୃହ ମନ୍ତ୍ରଣାଳୟ ଏକ ଆର୍‌.ଟି.ଆଇ. ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସୂଚନା ଆୟୋଗକୁ କହିଥିଲେ ଯେ ସେନା ବା ପୋଲିସରେ ‘ଶହୀଦ’ ବା martyr ଶବ୍ଦ ନାହିଁ । କାର୍ଯ୍ୟ ସମୟରେ ସୈନିକ କିମ୍ବା ପୋଲିସ୍ କର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ‘‘ଯୁଦ୍ଧ ମୃତ୍ୟୁ’ (battle casualty) ବା ‘ଅଭିଯାନ ମୃତ୍ୟୁ’ (operations casualty) କୁହାଯାଏ ବୋଲି ଏହି ଦୁଇ ସଂସ୍ଥା କହିଥିଲେ ।
Published by: Anand ST Das
First published: April 9, 2021, 11:49 PM IST