ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼

Assam police firing causes 2 deaths, video sparks outrage | ହାତରେ ବାଡ଼ି ଖଣ୍ଡିଏ ଧରି ବନ୍ଧୁକଧାରୀ ପୋଲିସ ଦଳକୁ ଗୋଡ଼ାଉଥିବା ଜଣେ ସାଧାରଣ ଲୋକକୁ ଗୁଳି କରି ହତ୍ୟା କରିବା ପରେ ତା’ ଶବ ଉପରେ ଜଣେ କ୍ୟାମେରାମ୍ୟାନ୍ ଡିଆଁ ମାରୁଥିବା ଓ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।

ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼
ସେହି ଫଟୋଗ୍ରାଫର ଓ (ଡାହାଣ) ତାଙ୍କ ଉନ୍ମତ୍ତ କାଣ୍ଡ
  • News18 Odia
  • Last Updated: September 23, 2021, 8:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୁଆହାଟି: ଆସାମରେ ଗୋଟିଏ ସ୍ଥାନରେ ପୋଲିସ ଅତିକ୍ରମଣ ସ୍ଥଳରେ ଉଚ୍ଛେଦ କରାଉଥିବା ବେଳେ ପୋଲିସ ଗୁଳିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ନଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୋଟିଏ ଘଟଣାର ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲଜ୍ଜା ଓ ଦୁଃଖରେ ଆଖି ନଇଁଯିବ । ହାତରେ ବାଡ଼ି ଖଣ୍ଡିଏ ଧରି ବନ୍ଧୁକଧାରୀ ପୋଲିସ ଦଳକୁ ଗୋଡ଼ାଉଥିବା ଜଣେ ସାଧାରଣ ଲୋକକୁ ଗୁଳି କରି ହତ୍ୟା କରିବା ପରେ ତା’ ଶବ ଉପରେ ଜଣେ କ୍ୟାମେରାମ୍ୟାନ୍‌ ଡିଆଁ ମାରୁଥିବା ଦେଖିବାକୁ ମିଳିଛି ।

ସାବଧାନତା: ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡିଓରେ ଘଟଣାର ଗ୍ରାଫିକ୍‌ ଦୃଶ୍ୟ ଅଛି । ତେଣୁ ଏହାକୁ ସାବଧାନତାର ସହ ଦେଖନ୍ତୁ (Assam police firing video)।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ

ଏହି ଘଟଣା ଘଟିଛି ଆସାମର ଦାରଙ୍ଗ ଜିଲ୍ଲାରେ (Assam’s Darrang district) । ସେପ୍ଟେମ୍ବର ୨୩ ତାରିଖ ଦିନ ସେଠାରେ ଏକ ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ଏହି ଘଟଣା ଘଟିଛି । ଆସାମ ପୋଲିସ କହିଛି ଯେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ ପ୍ରାୟ ୨,୦୦୦ ଲୋକ ପୋଲିସ ଦଳ ଉପରେ ଆକ୍ରମଣ କରିଥିଲେ ଓ ସେଥି ପାଇଁ ପୋଲିସ ଲାଠିଚାର୍ଜ କରିଥିଲା ଓ ଗୁଳି ଚଳାଇଥିଲା (Assam police firing)।

ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା

ପୋଲିସ୍ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଉଥିବା ଓ ସେମାନଙ୍କୁ ବାଡ଼ିରେ ନିସ୍ତୁକ ପିଟୁଥିବାର ଅନେକ ଭିଡିଓ ସୋସିଆଲ ମିଡି଼ଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ଘଟଣାରେ ଦେଖାଯାଇଛି ଯେ ଜଣେ ଫଟୋଗ୍ରାଫର ପୋଲିସ ଗୁଳିରେ ଆହତ ହୋଇ ତଳେ ପଡ଼ିଥିବା ଜଣେ ସାଧାରଣ ନାଗରିକଙ୍କ ଉପରେ ଡିଆଁମାରୁଛନ୍ତି ଓ ତାଙ୍କୁ ଗୋଇଠା ଓ ବିଧା ମାରୁଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ଛାତ୍ରଙ୍କ ମୃ୍ତ ଦେହ ମିଳିଲା

“ପୋଲିସ ନିଜ କର୍ତ୍ତବ୍ୟ ପାଳନ କରୁଛି । ମୋ’ ପାଖରେ ଥିବା ସୂଚନା ଅନୁଯାୟୀ, ଲୋକେ ପୋଲିସକୁ କତା, ବର୍ଚ୍ଛା ଓ ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ହିଂସାକାଣ୍ଡ ପରେ ଉଚ୍ଛେଦ ପୁଣି ଆରମ୍ଭ ହୋଇଛି ଓ ଆସନ୍ତାକାଲି ବି ଜାରି ରହିବ,’’ ଗୁଆହାଟିରେ ସାମ୍ବାଦିକମାନଙ୍କୁ କହିଛନ୍ତି ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ।

ଏଇଠି ଦେଖନ୍ତୁ ସେହି ଭିଡିଓ (ସାବଧାନତା ବାଞ୍ଛନୀୟ):



ସେପ୍ଟେମ୍ବର ୨୦ ତାରିଖ ଦିନ ଢୋଲପୁର ଜିଲ୍ଲାରେ ବେଆଇନ୍‌ ଭାବେ ୪,୫୦୦ ଏକର ସରକାରୀ ଜମିରେ ରହୁଥିବା ୮୦୦ ପରିବାରକୁ ଉଚ୍ଛେଦ କରାଯାଇଥିଲା । ସେଦିନ କୌଣସି ହିଂସାକାଣ୍ଡ ଘଟି ନ ଥିଲା । ଏହି ସବୁ ଅଞ୍ଚଳରେ ବେଆଇନ୍‌ ଭାବେ ରହୁଥିବା ଲୋକେ ମୁଖ୍ୟତଃ ବଙ୍ଗାଳୀ ଭାଷୀ ମୁସଲମାନ ।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ଗୁପ୍ତଚର: -ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ କଟକ ଆଣିଲା କ୍ରାଇମ୍ବ୍ରାଞ୍ଚ୍

ଭାଇରାଲ୍‌ ହେଉଥିବା ଭିଡିଓରେ ଏମିତି ନାରକୀୟ କାଣ୍ଡ କରିଥିବା ଫଟୋଗ୍ରାଫରଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି ।

“ଏହି ଅଞ୍ଚଳରୁ ଅତିକ୍ରମଣ ହଟାଇବା ପାଇଁ ସରକାରଙ୍କ ଯୋଜନା ଅନୁଯାୟୀ ଆମେ ଚାରୋଟି ଜୋନରେ ଉଚ୍ଛେଦ କରୁଛୁ । ଏହି ପ୍ରକ୍ରିୟା ଅନ୍ୟ ତିନୋଟି ଜୋନରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଗୁରୁବାର ଦିନ ଚତୁର୍ଥ ଜୋନରେ ହିଂସା ଦେଖାଦେଇଥିଲା,’’ କହିଛନ୍ତି ଦାରଙ୍ଗ ଜିଲ୍ଲାର ଏସ୍‌.ପି. ସୁଶାନ୍ତ ବିଶ୍ୱ ସର୍ମା। ସେ ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ଭାଇ ।
Published by: Anand S.T. Das
First published: September 23, 2021, 8:13 PM IST