ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆସାମ ଓ ମିଜୋରାମ ସୀମା ବିବାଦ; ୬ ଜଣ ସୁରକ୍ଷାକର୍ମୀ ଶହୀଦ

ଆସାମ ଓ ମିଜୋରାମ ସୀମା ବିବାଦ; ୬ ଜଣ ସୁରକ୍ଷାକର୍ମୀ ଶହୀଦ

ଦୀର୍ଘ ସମୟରୁ ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆସାମର ସୁରକ୍ଷା ବଳ ଓ ମିଜୋରାମ ନାଗରିକଙ୍କ ମଧ୍ୟରେ ଘଟିଛି ପୁଣି ସଂଘର୍ଷ ।

ଆସାମ ଓ ମିଜୋରାମ ସୀମା ବିବାଦ; ୬ ଜଣ ସୁରକ୍ଷାକର୍ମୀ ଶହୀଦ
ଆସାମର ୬ ଜଣ ସୁରକ୍ଷାକର୍ମୀ ଶହୀଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗୌହାଟୀ: ଭାରତର ପୂର୍ବୋତ୍ତର ଆନ୍ତଃରାଜ୍ୟ ସୀମା ବିବାଦ ଲାଗି ରହିଛି । ଆସାମ-ମିଜୋରାମ ସୀମା ବିବାଦର ଆକସ୍ମିକ ବୃଦ୍ଧିରେ ଆସାମ ପୋଲିସ ଓ ପାରାମିଲିଟାରୀରେ ୬ ଜଣ ଯବାନ ଶହୀଦ ହୋଇଛନ୍ତି । ହିଂସା ପାଇଁ ଉଭୟ ପକ୍ଷ ପରସ୍ପରର ପୋଲିସକୁ ଦାୟୀ କରିଥିବା ବେଳେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ ଉଭୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ । ଏହି ପ୍ରସଙ୍ଗରେ ଆସାମ ଓ ମିଜୋରାମ ମୁଖ୍ୟ ମନ୍ତ୍ରୀ ମଧ୍ୟରେ ପୂର୍ବରୁ ଏକ ସାଧାରଣ ମତଭେଦ ମଧ୍ୟ ହୋଇସାରିଛି ।

ଦୁଇ ରାଜ୍ୟର ସୀମାରେ ଆସାମର ସୁରକ୍ଷା ବଳ ଓ ମିଜୋରାମ ନାଗରିକଙ୍କ ମଧ୍ୟରେ ଘଟିଛି ଏହି ସଂଘର୍ଷ । ସଂଘର୍ଷରେ ଆସାମ ପୋଲିସର ୬ ଯବାନ ପ୍ରାଣ ହରାଇଛନ୍ତି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି ।

ହିମନ୍ତ ସୂଚନା ଦେଇ ଲେଖିଛନ୍ତି, ‘‘ଆସାମ-ମିଜୋରାମ ସୀମାରେ ଆମ ରାଜ୍ୟ ସାମ୍ବିଧାନିକ ସୀମା ରକ୍ଷା କରୁଥିବା ବେଳେ ଆସାମ ପୋଲିସର ୬ ଜଣ ସାହସୀ ସୈନିକ ନିଜ ଜୀବନ ଦେଇଥିବାର ସୂଚନା ଦେଇ ମୁଁ ଗଭୀର ଯନ୍ତ୍ରଣା ଅନୁଭବ କରୁଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି ।’’



ଆସାମର ବାରକ ଘାଟିର ଜିଲ୍ଲା କଛାର, କରିମଗଞ୍ଜ ଓ ହେଲାକାଣ୍ଡି ମିଜୋରାମର ତିନୋଟି ଜିଲ୍ଲା ଆଇଜୋଲ, କୋଲାସିବ ଓ ମମିତ ସହିତ ୧୬୪ କିଲୋମିଟର ଲମ୍ବର ସୀମା ସମ୍ପୃକ୍ତ ହୋଇଛି । ଗତ ବର୍ଷ ଫେବୃଆରୀ ଓ ଅଗଷ୍ଟରେ ଆନ୍ତରାଜ୍ୟ ସୀମାରେ ସଂଘର୍ଷ ଘଟିଥିଲା।

ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯଥା କ୍ରମେ ଆସାମ ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମିଜୋରାମ ମୁଖ୍ୟ ମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ କଥା ହୋଇଥିଲେ। ବିବାଦୀୟ ସୀମାରେ ଶାନ୍ତି ସୁନିଶ୍ଚିତ କରିବାକୁ ତଥା ସମାଧାନ ଖୋଜିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।
Published by: Lipina Das
First published: July 27, 2021, 9:01 AM IST