ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆସାମ ଓ ମିଜୋରାମ ସୀମା ବିବାଦ; ଆକ୍ସନ ମୁଡ଼ରେ ଗୃହ ମନ୍ତ୍ରାଳୟ, CRPFର ୪ଟି ଟିମ୍ ନିୟୋଜିତ

ଆସାମ ଓ ମିଜୋରାମ ସୀମା ବିବାଦ; ଆକ୍ସନ ମୁଡ଼ରେ ଗୃହ ମନ୍ତ୍ରାଳୟ, CRPFର ୪ଟି ଟିମ୍ ନିୟୋଜିତ

ଦୀର୍ଘ ସମୟରୁ ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆସାମର ସୁରକ୍ଷା ବଳ ଓ ମିଜୋରାମ ନାଗରିକଙ୍କ ମଧ୍ୟରେ ଘଟିଛି ପୁଣି ସଂଘର୍ଷ । ସି.ଆର୍.ପି.ଏଫ. ଟିମକୁ ନିୟୋଜିତ କଲେ ଗୃହ ମନ୍ତ୍ରାଳୟ ।

ଆସାମ ଓ ମିଜୋରାମ ସୀମା ବିବାଦ; ଆକ୍ସନ ମୁଡ଼ରେ ଗୃହ ମନ୍ତ୍ରାଳୟ, CRPFର ୪ଟି ଟିମ୍ ନିୟୋଜିତ
ଆସାମ ଓ ମିଜୋରାମ ସୀମା ବିବାଦ
  • News18 Odia
  • Last Updated: July 27, 2021, 11:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୋମବାର ଆସାମ ଓ ମିଜୋରାମ ସୀମା ମଧ୍ୟରେ ଘଟିଥିବା ହିଂସାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚା । ଏହି ହିଂସାରେ ଆସାମର ଛଅ ଜଣ ସୁରକ୍ଷାକର୍ମୀଙ୍କ ଶହୀଦ ହୋଇଛନ୍ତି, ଯାହା ପରଠୁ ଏହି ହିଂସା ଉପରେ ଗୃହ ମନ୍ତ୍ରଣାଳୟ ତୀକ୍ଷ୍ଣ ନଜର ରଖିଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସୂତ୍ରରୁ ପ୍ରକାଶ ପାଇଛି  । ଏଥି ସହିତ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ନିରନ୍ତର ଯୋଗାଯୋଗ କରୁଛନ୍ତି  ।

ଗୁପ୍ତଚର ବିଭାଗର ପ୍ରଶାସନର ବହୁ ଅଧିକାରୀ ସୀମାରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ସି.ଆର.ପି.ଏଫ.ର (CRPF) ଚାରୋଟି ଦଳ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି, ଯେଉଁଠାରେ ଦଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସାମ ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଥିଲେ।

ସୋମବାର ଆସାମର ବାରକ ଘାଟିର ଜିଲ୍ଲା କଛାରରେ ହିଂସା ଆରମ୍ଭ ହେବା ପରେ ଆସାମର ଛଅ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏହା ବ୍ୟତୀତ ଅନେକ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟ୍ବିଟ କରିଥିଲେ ଆସାମର ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଆସାମ ଓ ମିଜୋରାମ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ସୋସିଆଲ ମିଡ଼ିଆରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା । ମିଜୋରାମ ମୁଖ୍ୟ ମନ୍ତ୍ରୀ ଜୋରାମଥାଙ୍ଗା ସୋମବାର ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଖବର ଅନୁଯାୟୀ, ଏହି ଭିଡିଓରେ ଆସାମ-ମିଜୋରାମ ସୀମାରେ ପୋଲିସ ମୁହାଁମୁହିଁ ହୋଇଥିବାର ନଜର ଆସିଥିଲେ।

ଏହି ଭିଡିଓ ପୋଷ୍ଟରେ ମିଜୋରାମ ସିଏମ ଲେଖିଥିଲେ, ‘‘ଶ୍ରୀ ଅମିତ ଶାହ, ଦୟା କରି ଏହି ମାମଲା ଉପରେ ଧ୍ୟାନ ଦିଅନ୍ତୁ । ଏହାକୁ ତୁରନ୍ତ ବନ୍ଦ କରିବାର ଆବଶ୍ୟକ ଅଛି ।’’ ଖାଲି ଏତିକି ନୁହେଁ ଏହା ବ୍ୟତୀତ ସେ ଆଉ ଏକ ଭିଡିଓ ପୋଷ୍ଟରେ କହିଥିଲେ, ‘‘କାଛର ଜିଲ୍ଲା ଜରିଆରେ ମିଜୋରାମକୁ ଫେରୁଥିବା ନିରହ ଲୋକଙ୍କ ସହ ଗୁଣ୍ଡାମାନେ ମାରପିଟ୍ କରିଲେ । ଆପଣ ଏହି ହିଂସାତ୍ମକ କାର୍ଯ୍ୟକୁ କିପରି ଠିକ୍ କହିବେ ?’’

ମିଜୋରାମ ମୁଖ୍ୟ ମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଜବାବ ଦେଇ ଆସାମ ମୁଖ୍ୟ ମନ୍ତ୍ରୀ ବିଶ୍ବଶର୍ମା ଟ୍ବିଟ କରି ଲେଖିଥିଲେ, ‘‘ମାନ୍ୟବର ଜୋରାମଥାଙ୍ଗ, କୋଲାବିସ୍ ସିଏମ ଆମକୁ ଆମ ପୋଷ୍ଟରୁ ବାହାରକୁ ଯିବାକୁ କହୁଛନ୍ତି, ନଚେତ୍ ତାଙ୍କ ଲୋକ ଆମ କଥା ଶୁଣିବେ ନା ହିଂସା ରୋକିବେ । ଏମିତି ପରିସ୍ଥିତିରେ ଆମେ କିପରି ସରକାର ଚଳାଇ ପାରିବୁ । ଆଶା କରୁଛି ଆପଣ ଶୀଘ୍ର ହସ୍ତକ୍ଷେପ କରିବେ ।’’

ହିଂସା ହେବାର ଦୁଇ ଦିନ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉତ୍ତର-ପୂର୍ବର ମୁଖ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ । ଖବର ଅନୁଯାୟୀ ଆନ୍ତରାଜ୍ୟ ସୀମା ବିବାଦର ସମାଧାନ ଉଦ୍ଦେଶ୍ୟରେ ଏହି ବୈଠକ କରାଯାଇଥିଲା ।
Published by: Lipina Das
First published: July 27, 2021, 11:42 AM IST