ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆସାମ: ଡ୍ରଗ୍ସ ପାଇଁ ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରି କରିଦେଲା ବାପା; ୨ ଜଣଙ୍କୁ ଗିରଫ କଲା ପୋଲିସ

ଆସାମ: ଡ୍ରଗ୍ସ ପାଇଁ ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରି କରିଦେଲା ବାପା; ୨ ଜଣଙ୍କୁ ଗିରଫ କଲା ପୋଲିସ

ଡ୍ରଗ୍ସ ପାଇଁ ଜଣେ ବ୍ୟକ୍ତି ନିଜର ଅଢ଼େଇ ବର୍ଷର ଶିଶୁ ପୁତ୍ରକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଛି । ଅଭିଯୋଗ ପରେ ପୋଲିସ ସଂପୃକ୍ତ ବ୍ୟକ୍ତି ଓ ଶିଶୁ କିଣିଥିବା ମହିଳାଙ୍କୁ ଗିରଫ କରିଛି ।

ଆସାମ: ଡ୍ରଗ୍ସ ପାଇଁ ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରି କରିଦେଲା ବାପା; ୨ ଜଣଙ୍କୁ ଗିରଫ କଲା ପୋଲିସ
ଡ୍ରଗ୍ସ ପାଇଁ ପୁଅକୁ ବିକ୍ରି କରିଦେଲା ବାପା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 8, 2021, 5:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆସାମ: ଆସାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ଅଢ଼େଇ ବର୍ଷର ଶିଶୁ ପୁତ୍ରକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଛି । ତେବେ ପୁଅକୁ ବିକ୍ରି କରିଦେବା ପରେ ପୋଲିସର ଅଭିଯୋଗ କରିଥିଲେ ଅଭିଯୁକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ଅଭିଯୋଗ ପରେ ପୋଲିସ ସଂପୃକ୍ତ ବ୍ୟକ୍ତି ଓ ଶିଶୁ କିଣିଥିବା ମହିଳାଙ୍କୁ ଗିରଫ କରିଛି ।

ଆସାମର ଗୁଆହାଟିଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଅମିନୁଲ ସେହି ଗାଁର ସାଜିଦା ନାମକ ମହିଳାଙ୍କୁ ନିଜର ଅଢ଼େଇ ବର୍ଷର ପୁଅକୁ ବିକ୍ରି କରିଦେଇଥିଲା। ଅମିନୁଲ ଡ୍ରଗ୍ସ କାରବାରରେ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡ଼ା ହୋଇଥିଲା । ତେବେ ଏହି ଘଟଣା ପରେ ସ୍ୱାମୀକୁ ଛାଡ଼ି ବାପଘର ଚାଲି ଯାଇଥିଲେ ରୁକମିନା । ଆଉ ସେବେଠାରୁ ରୁକମିନା ବାପଘରେ ରହୁଥିଲେ ।

ଘଟଣା ଦିନ ଆମିନୁଲ ରୁକମିନାଙ୍କ ବାପାଙ୍କ ଘରେ ପହଞ୍ଚିଥିଲେ । ପୁଅକୁ ନେଇ ଆଧାର କାର୍ଡ଼ ତିଆରି କରିବାକୁ କହିଥିଲେ । ଏନେଇ ସ୍ୱାମୀଙ୍କ ଉପରେ ସନ୍ଦେହ କରିନଥିଲେ ରୁକମିନା । ହେଲେ ପୁଅକୁ ନେବାର ତିନି ଚାରି ଦିନ ପରେ ମଧ୍ୟ ସେ ଘରକୁ ଫେରିନଥିଲେ ।

ରୁକମିନା ପୁଅ ବାବଦରେ ପଚାରିବା ପରେ ଆମିନୁଲ କିଛି ଉତ୍ତର ଦେଇନଥିଲା । ଡ୍ରଗ୍ସ କିଣିବା ପାଇଁ ଟଙ୍କା ଯୋଗାଡ଼ ନହୋଇ ପାରିବାକୁ ନିଜର ଅଢ଼େଇ ବର୍ଷର ଶିଶୁକୁ ସାଜିଦା ବେଗମ୍ ନାମକ ଜଣେ ମହିଳାଙ୍କୁ ବିକ୍ରି କରି ଦେଇଥିଲେ ଅନିମୁଲ । ତେବେ କୁନି ପୁଅକୁ ନପାଇବା ପରେ ରୁକମିନା ଏକ ଅଗଷ୍ଟରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି ।
Published by: Soumya Das
First published: August 8, 2021, 5:10 PM IST